ଓଡିଶା

odisha

ସଂରକ୍ଷିତ ଜଙ୍ଗଲ ଜମିରୁ ମାଟି ଉଠା ଘଟଣା, ଖବର ପ୍ରସାରଣ ପରେ ତଦନ୍ତ ଆରମ୍ଭ

By

Published : Aug 2, 2021, 9:34 PM IST

ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ତହସିଲ ଅଞ୍ଚଳରେ ସଂରକ୍ଷିତ ଜଙ୍ଗଲ ଜମିରୁ ମାଟି ଉଠାଇ ମନରେଗା ଯୋଜନାରେ କାମ ହୋଇଥିବା ଅଭିଯୋଗ ପରେ ଆରମ୍ଭ ହେଲା ତଦନ୍ତ । ଅଧିକ ପଢନ୍ତୁ...

ସଂରକ୍ଷିତ ଜଙ୍ଗଲ ଜମିରୁ ମାଟି ଉଠା ଘଟଣା, ଖବର ପ୍ରସାରଣ ପରେ ତଦନ୍ତ ଆରମ୍ଭ
ସଂରକ୍ଷିତ ଜଙ୍ଗଲ ଜମିରୁ ମାଟି ଉଠା ଘଟଣା, ଖବର ପ୍ରସାରଣ ପରେ ତଦନ୍ତ ଆରମ୍ଭ

ବଲାଙ୍ଗୀର: ଜଣେ ବନ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ସଂରକ୍ଷିତ ଜଙ୍ଗଲରୁ ବେଆଇନ ଭାବରେ ମେସିନରେ ମାଟି ଉଠାଯାଇ ମନରେଗା ଯୋଜନାରେ ରାସ୍ତା କାମ କରାଯାଇଥିବାର ଅଭିଯୋଗ ହୋଇଥିଲା। ଏନେଇ ଇଟିଭି ଭାରତରେ ଖବର ପ୍ରସାରଣ ପରେ ପ୍ରଭାବରେ ଆଜି ତାର ତଦନ୍ତ ଆରମ୍ଭ ହୋଇଛି ।

ସଂରକ୍ଷିତ ଜଙ୍ଗଲ ଜମିରୁ ମାଟି ଉଠା ଘଟଣା, ଖବର ପ୍ରସାରଣ ପରେ ତଦନ୍ତ ଆରମ୍ଭ

ଘଟଣା ସମ୍ପର୍କରେ ଖବର ପ୍ରସାରଣ ପରେ ବନ ବିଭାଗର ଚେତା ପଶିଛି। ରେଞ୍ଜର ଓ ଫରେଷ୍ଟରଙ୍କୁ ବଲାଙ୍ଗୀର ରେଞ୍ଜ ଅଫିସକୁ ଡକାଇ ଘଟଣାର ଖୋଳତାଡ଼ ଆରମ୍ଭ କରିବା ସହ ନିଜେ DFO ନୀତିଶ କୁମାର ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ କରିବେ ବୋଲି ସୂଚନା ମିଳିଛି । ଅନ୍ୟପଟେ ଖପ୍ରାଖୋଲ ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ରାଜସ୍ବ ନିରୀକ୍ଷକ ସତ୍ୟ ନାରାୟଣ କୁମୁରା ଗନ୍ଧମାର୍ଦ୍ଦନ ଜଙ୍ଗଲକୁ ଯାଇ ତଦନ୍ତ କରିଛନ୍ତି। ସଂରକ୍ଷିତ ଜଙ୍ଗଲରେ ବଡ଼ବଡ଼ ଗାତ ଖୋଲାଯାଇ ମାଟି ଉଠାଯାଇଛି। ଏଥିପାଇଁ ତହସିଲର ଅନୁମତି ନିଆ ଯାଇନଥିବା ସହ ଜଙ୍ଗଲରୁ ମାଟି ଉଠାଣ ବେଆଇନ ବୋଲି କହିଛନ୍ତି ତହସିଲଦାର।

ମନରେଗା ଯୋଜନାରେ ହରିଶଙ୍କରଠାରୁ ସାପମୁଣ୍ଡ ୧୫ କିମି ଜଙ୍ଗଲ ରାସ୍ତାର ଉନ୍ନତିକରଣ ପାଇଁ ୧୩ ଲକ୍ଷ ୭୧ ହଜାର ଟଙ୍କା ଖର୍ଚ୍ଚ କରିଛି ବନ ବିଭାଗ। ହେଲେ ମେସିନ, ଟ୍ରାକ୍ଟର ବ୍ୟବହାର କରି ଶ୍ରମିକଙ୍କ ଟଙ୍କା ହଡ଼ପ ସହ ସଂରକ୍ଷିତ ଜଙ୍ଗଲରୁ ବେଆଇନ ଭାବେ ମାଟି ଉଠାଯାଇ ଜଙ୍ଗଲୀ ଜୀବଜନ୍ତୁଙ୍କୁ ମରଣ ମୁହଁକୁ ଠେଲି ଦିଆ ଯାଇଛି। ସେପଟେ ରେଞ୍ଜର ଶ୍ରୀବତ୍ସ କୁମୁରା କହିଛନ୍ତି, ବନ ବିଭାଗର ରାସ୍ତା ନିର୍ମାଣ କରାଯାଇଥିବାରୁ ମାଟି ଉଠାଣ ପାଇଁ ତହସିଲର ଅନୁମତି ନିଆଯାଇନି। ମାଟି ଉଠାଇଥିବା ଜାଗା ସଂରକ୍ଷିତ ଜଙ୍ଗଲ ନୁହେଁ ବୋଲି ମଧ୍ୟ ସେ କହିଛନ୍ତି। ସେପଟେ କିନ୍ତୁ ମାଟି ଉଠା ଯାଉଥିବା ଜାଗା ସଂରକ୍ଷିତ ଜଙ୍ଗଲ ବୋଲି ଚିହ୍ନଟ କରିଛନ୍ତି ରାଜସ୍ବ ନୀରିକ୍ଷକ। ଜଙ୍ଗଲ ଅଞ୍ଚଳ ଜାଗାକୁ କେମିତି ଜାଣି ପାରିଲେନି ବନ ଅଧିକାରୀ ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି ।

ବଲାଙ୍ଗୀରରୁ ସେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ABOUT THE AUTHOR

...view details