ଓଡିଶା

odisha

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପଞ୍ଜୀକୃତ କରି 19 ନକଲି ଚାଷୀ ଗିରଫ

By

Published : Sep 25, 2021, 10:05 PM IST

ବଲାଙ୍ଗୀର ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଲାଭ ଉଠାଉଛନ୍ତି ନକଲି ଚାଷୀ । ଏତଲା ପରେ ୧୯ ନକଲି ଚାଷୀଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପଞ୍ଜୀକୃତ ନକଲି ଚାଷୀ, ୧୯ ଗିରଫ
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପଞ୍ଜୀକୃତ ନକଲି ଚାଷୀ, ୧୯ ଗିରଫ

ବଲାଙ୍ଗୀର:ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନକଲି ଚାଷୀ ବୀମାଭୁକ୍ତ ହୋଇଥିବାବେଳେ ପ୍ରକୃତ ଚାଷୀ ଏଥିରୁ ବଞ୍ଚିତ ହୋଇ ଆସୁଥିବାର ଅଭିଯୋଗ ହୋଇଥିଲା । ଯାହାପରେ ପୋଲିସ ଏହି ଘଟଣାରେ ଆକ୍ସନ ମୋଡକୁ ଆସିଥିବା ଦେଖିବାକୁ ମିଳିଛି । ଜିଲ୍ଲା ତମାମ 31ଟି ମାମଲାରେ ମୋଟ 19 ଜଣ ନକଲି ଚାଷୀଙ୍କୁ ଗିରଫ କରିଛି ପୋଲିସ । ସେହିପରି ଆଗକୁ ମଧ୍ୟ ନକଲି ଚାଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରହିବା ନେଇ ମଧ୍ୟ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପଞ୍ଜୀକୃତ ନକଲି ଚାଷୀ, ୧୯ ଗିରଫ

ଜିଲ୍ଲାରେ ଚଳିତବର୍ଷ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପ୍ରକୃତ ଚାଷୀ ବଦଳରେ ନକଲି ଚାଷୀ ବୀମାଭୁକ୍ତ ହୋଇଥିବାର ଅଭିଯୋଗ ହୋଇଥିଲା। ବେଲପଡା, ଲୋଇସିଂହା, କଣ୍ଟାବାଞ୍ଜି, ପାଟଣାଗଡ଼, ଟିଟିଲାଗଡ ବ୍ଲକରୁ ଏହିଭଳି ଏକାଧିକ ଅଭିଯୋଗ ଆଣି ଥାନାରେ ଏତଲା ଦେଇଥିଲେ କିଛି ପ୍ରକୃତ ଚାଷୀ । ଘଟଣାରେ କାର୍ଯ୍ୟାନୁଷ୍ଠାନ ସ୍ବରୁପ ଏଯାଏଁ ମୋଟ 19 ଜଣ ନକଲି ଚାଷୀଙ୍କୁ ଗିରଫ କରାଯାଇଥିବା ବଲାଙ୍ଗୀର ଏସପି ସୂଚନା ଦେଇଥିବାବେଳେ ଆଗକୁ ମଧ୍ୟ ତଦନ୍ତ ଜାରି ରହିବା ନେଇ ସଙ୍କେତ ଦେଇଛନ୍ତି ।

ତେବେ ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଏଯାଏଁ 6 ଲକ୍ଷରୁ ଊର୍ଦ୍ଧ୍ବ ଚାଷୀ ବୀମାଭୁକ୍ତ ହୋଇ ସାରିଛନ୍ତି । ଏପରି ଚଞ୍ଚକତା ସାମ୍ନାକୁ ଆସିବା ପରେ କେତେ ସଂଖ୍ୟକ ନକଲି ଚାଷୀ ବୀମାଭୁକ୍ତ ହୋଇ ଅସଲି ଚାଷୀଙ୍କ ଅଧିକାର ଛଡାଉଛନ୍ତି, ତାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ବଲାଙ୍ଗୀରରୁ ଏସକେ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ABOUT THE AUTHOR

...view details