ଓଡିଶା

odisha

ପଶ୍ଚିମ ଓଡିଶାରେ ବିଜେପିକୁ ଝଟ୍‌କା, ପାଣ୍ଡବ ଛାଡିଲେ ଦଳ

By

Published : Nov 5, 2021, 7:01 AM IST

ବିଜେପି ଛାଡିଲେ ବଲାଙ୍ଗୀରର ଜିଲ୍ଲାପରିଷଦ ଉପାଧ୍ୟକ୍ଷ ପାଣ୍ଡବ ସାହୁ । ସ୍ଥାନୀୟ ଲୋକଙ୍କ ଦାବି ପୂରଣ ହେଉନଥିବାରୁ ସେ ଦଳ ଛାଡିଥିବା ଦର୍ଶଇଲେ କାରଣ। ଅଧିକ ପଢନ୍ତୁ...

ବଲାଙ୍ଗୀରରେ ବିଜେପି ଛାଡିଲେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ
ବଲାଙ୍ଗୀରରେ ବିଜେପି ଛାଡିଲେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ

ବଲାଙ୍ଗୀର: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ବିଗୁଲ ବାଜି ସାରିଥିବାବେଳେ ବଲାଙ୍ଗୀର ଜିଲ୍ଲା ବିଜେପିକୁ ଏକ ବଡ଼ ଝଟକା ଲାଗିଛି । ଦଳର ବରିଷ୍ଠ ନେତା ତଥା ବଲାଙ୍ଗୀର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପାଣ୍ଡବ ସାହୁ ଗୁରୁବାର ଦଳରୁ ଇସ୍ତଫା ଦେଇଛନ୍ତି । ତେବେ ସେ ବେଲଗାଁ 31 ନମ୍ୱର୍ ଜୋନ ଜିଲ୍ଲା ପରିଷଦ ସଭ୍ୟ ଥିବାବେଳେ ବଲାଙ୍ଗୀର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଥିଲେ।

ବଲାଙ୍ଗୀରରେ ବିଜେପି ଛାଡିଲେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ

ନିଜ ଅଞ୍ଚଳର ଲୋକଙ୍କ ଦାବି ପୂରଣ ହେଉନଥିବାରୁ ପାଣ୍ଡବ ଇସ୍ତଫା ଦେଇଥିବା କହିଛନ୍ତି । ତାଙ୍କ ଗାଁ ଘୁଂସର୍ ଓ ଦୁମରମୁଣ୍ଡା ଗ୍ରାମ ମଧ୍ୟରେ ଆଦିତ୍ୟ ବିର୍ଲା କମ୍ପାନୀ ସୋଲାର ପ୍ଲାଣ୍ଟ ସ୍ଥାପନ କରିବାକୁ ଯାଉଛି । ଯାହାଦ୍ବାରା ଏହି ଅଞ୍ଚଳର 12ଶହ ଏକର ଜମି ବିରୋଧ ସତ୍ତ୍ୱେ ସରକାର କମ୍ପାନୀକୁ ଟେକି ଦେଇଥିବାବେଳେ କମ୍ପାନୀ ପ୍ରୀତି ପାଇଁ ସ୍ଥାନୀୟ ବିଜେପି ସାଂସଦ ତାଙ୍କ ଉପରେ ଚାପ ପକାଉ ଥିବାର ଅଭିଯୋଗ କରିଛନ୍ତି ପାଣ୍ଡବ।

ତେବେ ଏଠିକାର ଲୋକ ଏହି ଅଞ୍ଚଳରୁ ଜଙ୍ଗଲଜାତ ଦ୍ରବ୍ଯ ସଂଗ୍ରହ ସହ, ଗୃହପାଳିତ ପଶୁଙ୍କ ଚରାଭୂଇଁ ଚାଲି ଯାଉଥିବାରୁ ଏଠିକାର ସବୁ ଗ୍ରାମବାସୀ ଏହି ପ୍ଲାଣ୍ଟକୁ ବିରୋଧ କରୁଛନ୍ତି। ଏହାକୁ ପାଣ୍ଡବ ସାହୁ ସମର୍ଥନ ଦେଇ ଆନ୍ଦୋଳନ କରୁଥିବାବେଳେ ଏହି ଆନ୍ଦୋଳନ ବନ୍ଦ କରିବା ପାଇଁ ତାଙ୍କୁ ସାଂସଦ ଚାପ ପକାଉଥିବା ଅଭିଯୋଗ ପାଣ୍ଡବ ଅଭିଯୋଗ କରିଛନ୍ତି । ସ୍ଥାନୀୟ ଅଞ୍ଚଳ ଓ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ସେ ବିଜେପିରୁ ଇସ୍ତଫା ଦେଇଥିବାର କହିଛନ୍ତି।

ସୂଚନା ଅନୁସାରେ ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ପଶ୍ଚିମ ଓଡ଼ିଶାରେ ବେଶ୍ ସଫଳ ହୋଇଥିଲା । ଏଥିରେ ବଲାଙ୍ଗୀର ଜିଲ୍ଲାପରିଷଦର ସବୁ ଜୋନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିଲେ । ତେବେ ଏହି ସଫଳତା ପଛରେ ଥିବା ପାଣ୍ଡବଙ୍କ ଅବଦାନ ଥିବା ଚର୍ଚ୍ଚା ହୁଏ । ତେଣୁ ତାଙ୍କ ଦଳ ଛାଡିବା ବିଜେପି ପାଇଁ ସମସ୍ୟା ଆଣିପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ABOUT THE AUTHOR

...view details