ଓଡିଶା

odisha

ଅନୁଗୋଳରେ JSPLର TMT ରିବାର ମିଲ୍‌ ଲୋକାର୍ପିତ, ବାର୍ଷିକ ଉତ୍ପାଦନ କ୍ଷମତା 14 ଲକ୍ଷ ଟନ

By

Published : Apr 29, 2022, 6:42 AM IST

Updated : Apr 29, 2022, 7:34 AM IST

କେନ୍ଦ୍ର ଇସ୍ପାତ ମନ୍ତ୍ରୀ ରାମଚନ୍ଦ୍ର ପ୍ରସାଦ ସିଂ ଅନୁଗୋଳ ସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପ୍ଲାଣ୍ଟର ୧.୪ମିଲିଅନ ଟନ ଉତ୍ପାଦନ କ୍ଷମତା ବିଶିଷ୍ଟ ଅତ୍ୟାଧୁନିକ ରିବାର ପ୍ଲାଣ୍ଟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିଥିଲେ।

ଷ୍ଟିଲ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେଉଛି ଦେଶ, ଜେଏସପିଏଲର ରହୁଛି ବୃହତ ଭାଗିଦାରୀ
ଷ୍ଟିଲ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେଉଛି ଦେଶ, ଜେଏସପିଏଲର ରହୁଛି ବୃହତ ଭାଗିଦାରୀ

ଅନୁଗୋଳ: ଷ୍ଟିଲ ଉତ୍ପାଦନରେ ଆଗକୁ ବଢୁଛି ଭାରତ । ଦେଶରେ ବର୍ତ୍ତମାନ ୧୨୦ ମିଲିଅନ ଟନ ଇସ୍ପାତ ଉତ୍ପାଦନ ହେଉଛି । ସେଥିମଧ୍ୟରୁ କେବଳ ଜିନ୍ଦଲ କାରଖାନାରେ ୯ ମିଲିଅନ ଟନ ଉତ୍ପାଦନ ହେଉଛି । ଆସନ୍ତା ୨୦୨୫ ସୁଦ୍ଧା ଜିନ୍ଦଲ ୨୫ମିଲିଅନ ଟନ ଇସ୍ପାତ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି କେନ୍ଦ୍ର ଇସ୍ପାତ ମନ୍ତ୍ରୀ ତଥା ଜିନ୍ଦଲ ଗ୍ରୁପର ଚେୟାରମ୍ୟାନ ।

ଷ୍ଟିଲ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେଉଛି ଦେଶ, ଜେଏସପିଏଲର ରହୁଛି ବୃହତ ଭାଗିଦାରୀ

ଗୁରୁବାର ସନ୍ଧ୍ୟାରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ରାମଚନ୍ଦ୍ର ପ୍ରସାଦ ସିଂ ଅନୁଗୋଳ ସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପ୍ଲାଣ୍ଟର ୧.୪ମିଲିଅନ ଟନ ଉତ୍ପାଦନ କ୍ଷମତା ବିଶିଷ୍ଟ ଅତ୍ୟାଧୁନିକ ରିବାର ପ୍ଲାଣ୍ଟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିଥିଲେ । ଅପରାହ୍ନରେ ମନ୍ତ୍ରୀ କାରଖାନାରେ ପହଞ୍ଚି ପରିଦର୍ଶନ କରିଥିଲେ। ଏହାପରେ ସମର୍ପଣ ଉତ୍ସବରେ ଯୋଗଦେଇ ବଟନ ଦବାଇ ନୂତନ ପ୍ଲାଣ୍ଟର ଶୁଭାରମ୍ଭ କରିଥିଲେ ।

ସାରା ଦେଶରେ ବର୍ତ୍ତମାନ ୧୨୦ ମିଲିଅନ ଟନ ଇସ୍ପାତ ଉତ୍ପାଦନ ହେଉଛି । ସେଥିମଧ୍ୟରୁ କେବଳ ଜିନ୍ଦଲ କାରଖାନାରେ ୯ ମିଲିଅନ ଟନ ଉତ୍ପାଦନ ହେଉଛି । ଆସନ୍ତା ୨୦୨୫ ସୁଦ୍ଧା ଜିନ୍ଦଲ ୨୫ମିଲିଅନ ଟନ ଇସ୍ପାତ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି । ସାରା ଦେଶରେ ୨୫୫ ମିଲିଅନ ଟନ ଉତ୍ପାଦନ କରାଯିବାର ଲକ୍ଷ ରଖ ଯାଇଛି ।

ସେଥିପାଇଁ ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ପକ୍ଷରୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯାଇଛି । ଆମ ଦେଶ ଏବେ ଇସ୍ପାତ ଉତ୍ପାଦନରେ ଆମେରିକା ଓ ଋଷିଆ ପରି ଦେଶକୁ ପଛରେ ପକାଇ ଦେଇଛି । ତେଣୁ ଆମ ଦେଶ ଉନ୍ନତି ପଥରେ ଆଗେଇ ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିନ୍ଦଲ ଗ୍ରୁପର ଅଧ୍ୟକ୍ଷ ନବୀନ ଜିନ୍ଦଲ, କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟର ଅତିରିକ୍ତ ସଚିବଙ୍କ ସମେତ ବହୁ ସରକାରୀ ଓ କମ୍ପାନୀ ଅଧିକାରୀ ଯୋଗ ଦେଇଥିଲେ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Apr 29, 2022, 7:34 AM IST

ABOUT THE AUTHOR

...view details