ଓଡିଶା

odisha

ଅନୁଗୋଳ ଜିଲ୍ଲାକୁ ସଂକ୍ରମଣ ଭୟ, ଆରମ୍ଭ ହେଲା ସାନିଟାଇଜ ପ୍ରକ୍ରିୟା

By

Published : Jul 26, 2020, 3:08 PM IST

Updated : Jul 26, 2020, 11:26 PM IST

ଜିଲ୍ଲାରେ ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବଢି ଚାଲିଥିବାବେଳେ ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ସାନିଟାଇଜେସନ ପ୍ରକ୍ରିୟା । ଅଧିକ ପଢନ୍ତୁ...

corona update in angul, corona situation in angul, sanitization in angul, angul latest news, ଅନୁଗୋଳରେ କୋରୋନା ଅପଡେଟ, ଅନୁଗୋଳରେ କୋରୋନା ସ୍ଥିତି, ଅନୁଗୋଳ ଲାଟେଷ୍ଟ ନ୍ୟୁଜ୍‌, ଅନୁଗୋଳରେ ସାନିଟାଇଜେସନ
ଅନୁଗୋଳ ଜିଲ୍ଲାକୁ ସଂକ୍ରମଣ ଭୟ, ଆରମ୍ଭ ହେଲା ସାନିଟାଇଜ ପ୍ରକ୍ରିୟା

ଅନୁଗୋଳ: ଜିଲ୍ଲାରେ ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବଢିଚାଲିଥିବାବେଳେ ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ସାନିଟାଇଜେସନ ପ୍ରକ୍ରିୟା । ଏମିତିରେ ରବିବାର ଜିଲ୍ଲାର କୋଭିଡ ଆଇସୋଲେସନ ସେଣ୍ଟର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସାନିଟାଇଜ କରାଯାଇଥିବା ଦେଖାଯାଇଛି ।

ଅନୁଗୋଳ ଜିଲ୍ଲାକୁ ସଂକ୍ରମଣ ଭୟ, ଆରମ୍ଭ ହେଲା ସାନିଟାଇଜ ପ୍ରକ୍ରିୟା

ଏହି ଅଞ୍ଚଳରେ ସଂକ୍ରମଣ ଭୟ ଅଧିକ ରହିଥିବାରୁ ଏହି ଅଞ୍ଚଳକୁ ଜିଲ୍ଲା ଅଗ୍ନିଶମ ବିଭାଗ ଦ୍ବାରା ସାନିଟାଇଜ କରାଯାଇଛି । ଏଥିପାଇଁ ସ୍ବତନ୍ତ୍ର ଭାବେ କେମିକାଲ ମିଶା ପାଣିର ବ୍ୟବହାର ହେଉଥିବା ଜଣାପଡିଛି । ଏହି କେମିକାଲ ପାଣିକୁ ସମ୍ପୃକ୍ତ ଅଞ୍ଚଳରେ ସିଞ୍ଚନ କରାଯାଇ ସାନିଟାଇଜ ପ୍ରକ୍ରିୟା ଜାରି ରହିଥିବା ଦେଖାଯାଇଛି ।

ସେପଟେ ଅନୁଗୋଳ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ କୋରୋନା ଆକ୍ରାନ୍ତ ସଂଖ୍ୟା 258ରେ ପହଞ୍ଚିଥିବା ଜଣାପଡିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated :Jul 26, 2020, 11:26 PM IST

ABOUT THE AUTHOR

...view details