ଓଡିଶା

odisha

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପରିସରରେ କୋଭିଡ କେୟାର ସେଣ୍ଟର ଉଦଘାଟିତ

By

Published : Jun 2, 2021, 6:10 AM IST

Updated : Jun 2, 2021, 12:07 PM IST

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପରିସରରେ ଅତ୍ୟାଧୁନିକ ସୁବିଧା ଥିବା ଏହି ସେଣ୍ଟରକୁ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ...

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପରିସରରେ କୋଭିଡ କେୟାର ସେଣ୍ଟର ଉଦଘାଟିତ
ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପରିସରରେ କୋଭିଡ କେୟାର ସେଣ୍ଟର ଉଦଘାଟିତ

ଅନୁଗୋଳ: ଜିଲ୍ଲାରେ ଆରମ୍ଭ ହୋଇଛି ଆଉ ଏକ କୋଭିଡ କେୟାର ସେଣ୍ଟର । ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପରିସରରେ ଅତ୍ୟାଧୁନିକ ସୁବିଧା ଥିବା ଏହି ସେଣ୍ଟରକୁ ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି କୋଭିଡ କେୟାର ସେଣ୍ଟରରେ ୨୭୦ଟି ଶଯ୍ୟାର ବନ୍ଦୋବସ୍ତ କରାଯାଇଛି । ସେଠାରେ ସମସ୍ତ ଶଯ୍ୟାରେ ଅକ୍ସିଜେନ ବ୍ୟବସ୍ଥା ଥିବା ସହ ଅତ୍ୟାଧୁନିକ ୫ଟି ସ୍ବତନ୍ତ୍ର ଭେଣ୍ଟିଲେଟର ବ୍ୟବସ୍ଥା ରହିଛି । ଜିଲ୍ଲାର ସମସ୍ତ କୋଭିଡ ଆକ୍ରାନ୍ତ ସେଠାରେ ରହି ସୁବିଧାରେ ଚିକିତ୍ସା ପାଇ ପାରିବେ । ସେଥିପାଇଁ ଆବଶ୍ୟକ ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀ ନିଯୁକ୍ତି କରାଯାଇଛି । ସ୍ଵତନ୍ତ୍ର ଆମ୍ବୁଲାନ୍ସ ରଖାଯାଇଛି । ଯାହା ଫଳରେ ଗୁରୁତର ରୋଗୀ ମାନଙ୍କୁ ଏଠାକୁ ଅଣାଯାଇ ପାରିବ । ଉଦଘାଟନୀ ଅବସରରେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜିନ୍ଦଲ କର୍ତ୍ତୃପକ୍ଷଙ୍କ ଏଭଳି ଉଦ୍ୟମକୁ ବେଶ ପ୍ରସଂଶା କରିଥିଲେ। ଅନ୍ୟତମ ଅତିଥି ଭାବେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଯୋଗ ଦେଇ ରାଜ୍ୟ ସରକାରଙ୍କ କୋଭିଡ ପରିଚାଳନା ସଠିକ ଢଙ୍ଗରେ କରୁଥିବା କଥା କହିଥିଲେ।

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପରିସରରେ କୋଭିଡ କେୟାର ସେଣ୍ଟର ଉଦଘାଟିତ

ଏଥିସହ ଜିଲ୍ଲାରେ ୩ଟି କୋଭିଡ ହସ୍ପିଟାଲ ଏବଂ ୫ଟି କୋଭିଡ କେୟାର ସେଣ୍ଟର କରାଯାଇଛି । ସମସ୍ତ ହସ୍ପିଟାଲ ଏବଂ କୋଭିଡ କେୟାର ସେଣ୍ଟରରେ ଆବଶ୍ୟକ ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ କର୍ମଚାରୀ ନିଯୁକ୍ତି କରାଯାଇଛି ବୋଲି ସୂଚନା ଦେଇଥିଲେ । ଏଭଳି ପରିସ୍ଥିତିରେ ଜିନ୍ଦଲ ୨୭୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର କରି ଅନୁଗୋଳବାସୀଙ୍କ ପାଇଁ ସୁବିଧା ଆଣି ଦେଇଥିବା ମନ୍ତ୍ରୀ ନବ ଦାସ ପ୍ରଶଂସା କରିଥିଲେ।

ଆଗାମୀ ଦିନରେ ଏହାକୁ ଏକ ଅତ୍ୟାଧୁନିକ କୋଭିଡ ହସ୍ପିଟାଲରେ ପରିଣତ କରିବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଏମପି ନୀତିଶ ଗଙ୍ଗଦେଓ, ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା, ଜିନ୍ଦଲ ଫାଉଣ୍ଡେସନ ଅଧ୍ୟକ୍ଷ ନବୀନ ଜିନ୍ଦଲ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସପି ଜଗମୋହନ ମିନାଙ୍କ ସମେତ ବହୁ ପଦାଧିକାରୀ ଓ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଯୋଗ ଦେଇଥିଲେ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Jun 2, 2021, 12:07 PM IST

ABOUT THE AUTHOR

...view details