ଓଡିଶା

odisha

ଅନୁଗୋଳରେ କୋରୋନା କହର, ପୁଣି 25 ପଜିଟିଭ ଚିହ୍ନଟ

By

Published : Jul 19, 2020, 9:24 PM IST

ରାଜ୍ୟରେ ବଢି ଚାଲିଛି କୋରୋନା ଆତଙ୍କ । ଏମିତିରେ ଅନୁଗୋଳ ଜିଲ୍ଲାରେ ମଧ୍ୟ ଅନିୟନ୍ତ୍ରିତ ହେବାରେ ଲାଗିଛି କୋରାନା ପରିସ୍ଥିତି । ରବିବାର ଜିଲ୍ଲାରେ ସର୍ବାଧିକ 25 ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ 15 ଜଣ କେବଳ ସହରାଞ୍ଚଳରୁ ହୋଇଥିବା ଜଣା ପଡିଛି ।

corona situation in angul, corona update in angul, angul latest news, corona fight in angul, ଅନୁଗୋଳରେ କୋରୋନା ସ୍ଥିତି, ଅନୁଗୋଳରେ କୋରୋନା ଅପଡେଟ, ଅନୁଗୋଳ ଲାଟେଷ୍ଟ ନ୍ୟୁଜ୍‌, ଅନୁଗୋଳରେ କୋରୋନା ମୁକାବିଲା
ଅନୁଗୋଳରେ କୋରୋନା କହର, ପୁଣି 25 ପଜିଟିଭ ଚିହ୍ନଟ

ଅନୁଗୋଳ: ରାଜ୍ୟରେ ବଢି ଚାଲିଛି କୋରୋନା ଆତଙ୍କ । ଏମିତିରେ ଅନୁଗୋଳ ଜିଲ୍ଲାରେ ମଧ୍ୟ ଅନିୟନ୍ତ୍ରିତ ହେବାରେ ଲାଗିଛି କୋରାନା ପରିସ୍ଥିତି । ରବିବାର ଜିଲ୍ଲାରେ ସର୍ବାଧିକ 25 ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ 15 ଜଣ କେବଳ ସହରାଞ୍ଚଳରୁ ହୋଇଥିବା ଜଣା ପଡିଛି । ଏନେଇ ସୂଚନା ଦେଇଛି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ।

ଅନୁଗୋଳରେ କୋରୋନା କହର, ପୁଣି 25 ପଜିଟିଭ ଚିହ୍ନଟ

ସୂଚନା ମୁତାବକ ସଦ୍ୟ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ 20 ଜଣ ତାଳଚେର ଅଞ୍ଚଳରୁ ରହିଛନ୍ତି । ସେହିପରି 3 ଜଣ ଅନୁଗୋଳ ପୌରପାଳିକା ଅଞ୍ଚଳରୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ମଧ୍ୟରେ ଜଣେ ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ କାର୍ଯ୍ୟରତ ଓ ଜଣେ ଛେଣ୍ଡିପଦାରୁ ବୋଲି ଜଣା ପଡିଛି । ତାଳଚେରରୁ ଚିହ୍ନଟ 20 ଜଣଙ୍କ ମଧ୍ୟରୁ 12 ପୌରପାଳିକାରୁ ହୋଇଥିବା ବେଶେ ବଳକା 8 ଜଣ ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଯାହାଙ୍କ ମଧ୍ୟରେ ଜଣେ ଗଞ୍ଜାମ ଫେରନ୍ତାଙ୍କ ସଂସ୍ପର୍ଶରେ ଓ ବଳକା ପାରାଦୀପ ଫେରନ୍ତାଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଜଣା ପଡିଛି ।

ସେହିପରି ବ୍ଲକ ଅଞ୍ଚଳରେ ଆକ୍ରାନ୍ତମାନେ ମଧ୍ୟ ଗଞ୍ଜାମ ଫେରନ୍ତା ବୋଲି ସୂଚନା ଦିଆଯାଇଛି । ଏଥିସହ ଅନୁଗୋଳ ପୌରପାଳିକାରୁ ଗୋଟିଏ ପରିବାରର 3 ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ତେବେ ସେମାନ କାହା ସଂସ୍ପର୍ଶରେ ଆସି ଆକ୍ରାନ୍ତ ହେଲେ କିମ୍ବା ତାଙ୍କ ଟ୍ରାଭେଲ ହିଷ୍ଟ୍ରି ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ । ସେପଟେ ସମସ୍ତ ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ତାଳଚେର କୋଭିଡ ହସ୍ପିଟାଲାକୁ ସ୍ଥାନାନ୍ତର କରାଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details