ଓଡିଶା

odisha

ଦେବଭୂମିରେ ପ୍ରଥମ ରଥଯାତ୍ରା, ଛେରାପହଁରା କରି ନିଜକୁ ଧନ୍ୟ ମନେକଲେ ନବୀନ ଜିନ୍ଦଲ

By

Published : Jul 1, 2022, 7:29 PM IST

ଚଳିତ ଥର ପ୍ରଥମ କରି ଅନୁଗୋଳ ଜିନ୍ଦଲ ଷ୍ଟିଲା ଆଣ୍ଡ ପାୱାର ପରିସରରେ ହୋଇଥିବା ଜଗନ୍ନାଥ ମନ୍ଦିରରେ ଆୟୋଜିତ ହୋଇଛି ଘୋଷଯାତ୍ରା । ଯେଉଁଥିପାଇଁ କମ୍ପାନୀ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ଅଧିକ ପଢନ୍ତୁ

ଦେବଭୂମିରେ ପ୍ରଥମ ରଥଯାତ୍ରା, ଛେରାପହଁରା କରି ନିଜକୁ ଧନ୍ୟ ମନେକଲେ ନବୀନ ଜିନ୍ଦଲ
ଦେବଭୂମିରେ ପ୍ରଥମ ରଥଯାତ୍ରା, ଛେରାପହଁରା କରି ନିଜକୁ ଧନ୍ୟ ମନେକଲେ ନବୀନ ଜିନ୍ଦଲ

ଅନୁଗୋଳ: ଚଳିତ ଥର ପ୍ରଥମ କରି ଅନୁଗୋଳ ଜିନ୍ଦଲ ଷ୍ଟିଲା ଆଣ୍ଡ ପାୱାର ପରିସରରେ ହୋଇଥିବା ଜଗନ୍ନାଥ ମନ୍ଦିରରେ ଆୟୋଜିତ ହୋଇଛି ଘୋଷଯାତ୍ରା । ଯେଉଁଥିପାଇଁ କମ୍ପାନୀ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ଦେବଭୂମି ଭାବେ ନାମିତ ଏହି ମନ୍ଦିରରୁ ଆଜି(ଶୁକ୍ରବାର) ଶ୍ରୀ ବିଘ୍ରହ ମାନେ ଅଣସର ପିଣ୍ଡିରୁ ଧାଡି ପହଣ୍ଡିରେ ଆସି ରଥାରୂଢ ହୋଇଥିଲା । ପ୍ରାତଃ କାଳରେ ଠାକୁର ମାନଙ୍କର ସମସ୍ତ ନୀତିକାନ୍ତି ଶେଷ ହେବା ପରେ ଆରମ୍ଭ ହୋଇଥିଲା ପହଣ୍ଡି ।

ଦେବଭୂମିରେ ପ୍ରଥମ ରଥଯାତ୍ରା, ଛେରାପହଁରା କରି ନିଜକୁ ଧନ୍ୟ ମନେକଲେ ନବୀନ ଜିନ୍ଦଲ

ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ରଥାରୂଢ କରାଯିବା ପରେ ହୋଇଥିଲା ଛେରାପହଁରା । କମ୍ପାନୀ ଅଧକ୍ଷ ନବୀନ ଜିନ୍ଦଲ ରଥରେ ଛେରା ପହଁରା କରିଥିଲେ । ବିଧି ଅନୁସାରେ ତିନି ରଥରେ ଛେରାପହଁରା ପରେ ଆରମ୍ଭ ହୋଇଥିଲା ରଥଟଣା । ପ୍ରଥମ ଥର ପାଇଁ ମହାପ୍ରଭୁଙ୍କ ସେବା କରିଥିବାରୁ ନିଜକୁ ଧନ୍ୟ ମନେକରିଛନ୍ତି ନବୀନ ଜିନ୍ଦଲ । ଏହାସହ ସାରା ବିଶ୍ୱର ଠାକୁର ସମସ୍ତଙ୍କୁ ଭଲରେ ରଖନ୍ତୁ ବୋଲି କହିଛନ୍ତି ଜିନ୍ଦଲ ଗ୍ରୁପର ଅଧକ୍ଷ । ଅନେକ ଦିନ ପୂର୍ବରୁ ମନ୍ଦିର ପ୍ରତିଷ୍ଠା ହୋଇଥିଲେ ବି କୋରନା ପାଇଁ ଏଠାରେ ରଥଯାତ୍ରା ହୋଇପରି ନଥିଲା ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details