ଅନୁଗୋଳ: ତିନିଦିନ ଧରି ଚାଲିଥିବା ଅଷ୍ଟମ ଅନୁଗୋଳ ଜିଲ୍ଲା ମହୋତ୍ସବ ଶେଷ ହୋଇଛି । ଭଳିକି ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଭରପୁର ମନୋରଞ୍ଜନର ଖୋରାକ ଦେଇଥିଲା ଏହି ଜିଲ୍ଲା ମହୋତ୍ସବ । ଯାହାର ମଜା ଉଠାଇଥିଲେ ଜିଲ୍ଲାବାସୀ । ଓଡିଆ ସିନେ ଜଗତର ଜଣାଶୁଣା ଅଭିନେତ୍ରୀ ଅଙ୍କିତା ଭୌମିକଙ୍କ ନୃତ୍ୟର ଜାଦୁରେ ହଜି ଯାଇଥିଲେ ସମସ୍ତେ । ଅଲିଉଉଡ ସିଙ୍ଗରଙ୍କ ମତାଣିଆ ଗୀତ ଶିତୁଆ ସନ୍ଧ୍ୟାରେ ଭରିଦେଇଥିଲା ଉଷ୍ମତା ।
ଅନୁଗୋଳ ଷ୍ଟାଡିୟମ ପଡିଆରେ ତିନି ଦିନ ଧରି ଚାଲିଥିବା ଅଷ୍ଟମ ଜିଲ୍ଲା ମହୋତ୍ସବ ୨୦୨୦ ଉଦ୍ଦଯାପିତ ହୋଇଛି । ମହୋତ୍ସବର ଶେଷ ସନ୍ଧ୍ୟା ଆରମ୍ଭ ହୋଇଥିଲା ମୟୂରଭଞ୍ଜର ଛଉ ନୃତ୍ୟରୁ। ପରେ ପରେ ମଞ୍ଚରେ ହୋଇଥିଲା ଫୁଲର ହୋଲି । ମଥୁରାର ମୟୂରୀ ଡ୍ୟାନ୍ସ ଗ୍ରୁପର କଳାକାର ରାଧା କୃଷ୍ଣଙ୍କ ସହ ଫୁଲର ହୋଲି ଖେଳକୁ ମଞ୍ଚରେ ପରିବେଷଣ କରିଥିଲେ । ଏହି ଦୁଇ ଲୋକ ନୃତ୍ୟ ପରେ ମଞ୍ଚକୁ ଆସିଥିଲେ ଲୁବୁନ ଟୁବୁନ ଡ୍ୟାନ୍ସ ଗ୍ରୁପର କଳାକାର । ଯାହାଙ୍କ ଆଧୁନିକ ନୃତ୍ୟ ପରିବେଶଣରେ କିଛି ସମୟ ପାଇଁ ହଜିଯାଇଥିଲର ସମସ୍ତ ଦର୍ଶକ । ସିତୁଆ ସନ୍ଧ୍ୟାର ରାତି ଯେତିକି ବଢୁଥାଏ ମହୋତ୍ସବର ମୁକ୍ତାକାଶ ମଞ୍ଚରେ ମନୋରଞ୍ଜନର ମାତ୍ରା ବଢି ଚାଲିଥାଏ । ଓଡିଶା ପ୍ଲେ ବ୍ୟାକ ଶିଙ୍ଗର ତପୁ ମିଶ୍ରଙ୍କ ସଂଗୀତାର ଜାଦୁ ସମସ୍ତଙ୍କ ମନକୁ ଛୁଇଁଥିଲା ।