ଓଡିଶା

odisha

ଅନୁଗୋଳ ଜିଲ୍ଲା ମହୋତ୍ସବ 2022: ଶେଷ ଦିନରେ ଓଲିଉଡ ଓ ବଲିଉଡ କଳାକାରଙ୍କ ଗୀତରେ ଝୁମିଲେ ଦର୍ଶକ

By

Published : Apr 11, 2022, 3:35 PM IST

ସରିଲା ଅନୁଗୋଳ ଜିଲ୍ଲା ମହୋତ୍ସବ। ବଲିଉଡ ଏବଂ ଓଲିଉଡ କଳାକାରଙ୍କ ସଙ୍ଗୀତ ପରିବେଷଣ ସାଙ୍ଗକୁ ବିଭିନ୍ନ ଅଞ୍ଚଳର ଲୋକନୃତ୍ୟ ମହୋତ୍ସବର ଶେଷ ସନ୍ଧ୍ୟାକୁ ଆକର୍ଷଣୀୟ କରିଥିଲା। ଅଧିକ ପଢ଼ନ୍ତୁ

angul festival 2022 has ended
ଅନୁଗୋଳ ଜିଲ୍ଲା ମହୋତ୍ସବ 2022: ଶେଷ ଦିନରେ ଓଲିଉଡ ଓ ବଲିଉଡ କଳାକାରଙ୍କ ଗୀତରେ ଝୁମିଲେ ଦର୍ଶକ

ଅନୁଗୋଳ: ସରିଲା ଅନୁଗୋଳ ଜିଲ୍ଲା ମହୋତ୍ସବ। ତିନିଦିନ ଧରି ଚାଲିଥିବା ସାଂସ୍କୃତିକ ମହାମିଳନରେ ଶେଷ ସନ୍ଧ୍ୟା ଅତିବ ଚିତାକର୍ଷକ ଥିଲା। ବଲିଉଡ ଏବଂ ଓଲିଉଡ କଳାକାରଙ୍କ ସଙ୍ଗୀତ ପରିବେଷଣ ସାଙ୍ଗକୁ ବିଭିନ୍ନ ଅଞ୍ଚଳର ଲୋକନୃତ୍ୟ ମହୋତ୍ସବ ସନ୍ଧ୍ୟାକୁ ଆକର୍ଷଣୀୟ କରିଥିଲା।

ଅନୁଗୋଳ ଜିଲ୍ଲା ମହୋତ୍ସବ 2022: ଶେଷ ଦିନରେ ଓଲିଉଡ ଓ ବଲିଉଡ କଳାକାରଙ୍କ ଗୀତରେ ଝୁମିଲେ ଦର୍ଶକ

ଦୀର୍ଘ ଦୁଇବର୍ଷ ପରେ ଅନୁଗୋଳ ଜିଲ୍ଲାରେ ଆୟୋଜିତ ହୋଇଥିବା ମହୋତ୍ସବ ଶେଷ ହୋଇଛି। ଶେଷ ଦିନରେ ସ୍ଥାନୀୟ କଳାକାର ଦ୍ବାରା ପରିବେଷିତ ଓଡ଼ିଶୀ ନୃତ୍ୟରୁ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ। ଓଲିଉଡ ଜଗତର ଲୋକପ୍ରିୟ ପ୍ଲେ ବ୍ୟାକ ଗାୟକ ଅଭଜିତ ମଜୁମଦାରଙ୍କ ସଙ୍ଗୀତରେ ଝୁମି ଉଠିଥିଲା ସାରା ପରିବେଶ। ମନ୍ତ୍ରୀ ଅଶୋକ ପଣ୍ଡା ମହୋତ୍ସବ ଶେଷ ସନ୍ଧ୍ୟାକୁ ଉଦଘାଟନ କରିଥିଲେ।

ଏଥିସହ ଜିଲ୍ଲା ଲୋକ ପ୍ରତିନିଧି ଓ ବିଭିନ୍ନ ଶିଳ୍ପ ସଂସ୍ଥାର ଅଧିକାରୀ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ପାଲଟିଥିଲେ ରିଆଲିଟି ଶୋ ସାରେଗାମାପାର ରନର୍ସଅପ ସନ୍ମୁଖା ପ୍ରିୟା। ତାଙ୍କ ସଙ୍ଗୀତରେ ତାଳେତାଳେ ଝୁମିଥିଲେ ପ୍ରତିଟି ଦେଖଣା ହାରୀ। କୋରୋନା କଟକଣା କୋହଳ ହେବା ପରେ ପ୍ରଶାସନ ପକ୍ଷରୁ ଏଭଳି ଆୟୋଜନ ହୋଇଥିବାରୁ ଅନୁଗୋଳବାସୀଙ୍କ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଥିଲା।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details