ଓଡିଶା

odisha

Tokyo Paralympics: ଭାରତୀୟ ପାରାଲମ୍ପିଆନଙ୍କୁ ବିରାଟ-ସଚିନଙ୍କ ଶୁଭେଚ୍ଛା

By

Published : Aug 24, 2021, 7:01 PM IST

ଭାରତ ପକ୍ଷରୁ ଟୋକିଓ ପାରାଲମ୍ପିକ୍ସ ୨୦୨୦ରେ ୫୪ ଜଣ କ୍ରୀଡ଼ାବିତ ଭାଗ ନେଇଛନ୍ତି । ଏହାକୁ ନେଇ କ୍ରିକେଟ ଜଗତରୁ ସେମାନଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଅଧିକ ପଢ଼ନ୍ତୁ...

Tokyo Paralympics: ଭାରତୀୟ ପାରାଲମ୍ପିଆନଙ୍କୁ ବିରାଟ-ସଚିନଙ୍କ ଶୁଭେଚ୍ଛା
Tokyo Paralympics: ଭାରତୀୟ ପାରାଲମ୍ପିଆନଙ୍କୁ ବିରାଟ-ସଚିନଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ଉଦଘାଟନୀ ସମାରୋହ ସହ ଆରମ୍ଭ ହୋଇଛି ଟୋକିଓ ପାରାଲମ୍ପିକ୍ସର କ୍ରୀଡ଼ା ମହାକୁମ୍ଭ । ଭାରତ ପକ୍ଷରୁ ଟୋକିଓ ପାରାଲମ୍ପିକ୍ସ ୨୦୨୦ରେ ୫୪ ଜଣ କ୍ରୀଡ଼ାବିତ ଭାଗ ନେଇଛନ୍ତି । ଏହାକୁ ନେଇ କ୍ରିକେଟ ଜଗତରୁ ସେମାନଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଟ୍ବିଟ୍ କରି ଟୋକିଓ ପାରାଲମ୍ପିକ୍ସରେ ଭାଗ ନେଇଥିବା କ୍ରୀଡ଼ାବିତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ବିଟ କରି କହିଛନ୍ତି ଯେ, "ଟୋକିଓ ପାରାଲମ୍ପିକ୍ସରେ ଭାଗ ନେଇଥିବା ସମସ୍ତ ଭାରତୀୟ ଆଥଲେଟଙ୍କୁ ମୋର ଶୁଭେଚ୍ଛା । ପ୍ରତ୍ୟେକ ଇଭେଣ୍ଟ ପାଇଁ ମୁଁ ସେମାନଙ୍କୁ ଉତ୍ସାହିତ କରିବି । ପ୍ରତ୍ୟେକ ଖେଳାଳି ଟୋକିଓ ଦେଶ ନାମ ରଖିବେ ବୋଲି ମୋର ଆଶା ।"

ସେପଟେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ମଧ୍ୟ ଟୋକିଓରେ ଭାଗ ନେଇଥିବା ଭାରତୀୟ ପାରାଲମ୍ପିଆନଙ୍କୁ ଉତ୍ସାହିତ କରିଛନ୍ତି । ସେ ଟ୍ବିଟ୍ କରିଛନ୍ତି ଯେ, "ଭାରତୀୟ ପାରାଆଥଲେଟଙ୍କ ପାଖରେ ଅଦମ୍ୟ ସାହାସ ଓ ଶକ୍ତି ରହିଛି । ଶାରୀରିକ ଅକ୍ଷମତାକୁ ସେମାନେ ନିଜର ସକ୍ଷମତା ଭାବରେ ପ୍ରତିପାଦନ କରି ପାରିଛନ୍ତି । ସୋମାନଙ୍କ ଉତ୍ସାହ, ନିଷ୍ଠା ଓ କର୍ତ୍ତବ୍ୟ କରିବାର ତରିକାରେ ଆମେ ଉତ୍ସାହିତ । ପ୍ରତିଯୋଗିତା ପାଇଁ ମୁଁ ଭାରତୀୟ ପାରା ଆଥଲେଟଙ୍କୁ ଶୁଭେଚ୍ଛା ଜଣାଉଛି ।"

ମଙ୍ଗଳବାର ଟୋକିଓ ପାରାଲମ୍ପିକ୍ସ ୨୦୨୦ର ଶୁଭ ଉଦଘାଟନ ହୋଇଛି । ଏଥିରେ ୯ଟି ଇଭେଣ୍ଟରେ ଭାରତୀୟ ଆଥଲେଟମାନେ ନିଜର ପରାକ୍ରମ ଦେଖାଇବେ । ଚଳିତ ପାରାଲମ୍ପିଆନରେ ଭାରତୀୟ କ୍ରୀଡ଼ାବିତମାନେ ଅଧିକ ପଦକ ହାସଲ କରିବେ ବୋଲି ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details