ଟୋକିଓ: ଗୁରୁବାର Tokyo Olympics ଭାରତର ଦିନ ଥିଲା ଖୁବ୍ ଖାସ । ୪୦ ବର୍ଷ ପରେ ପ୍ରଥମ ପଦକ ଜିତିଛି ଭାରତୀୟ ହକି ଦଳ । ସେପଟେ କୁସ୍ତିରେ ରୌପ୍ୟ ପଦକ ଜିତିଛନ୍ତି କୁସ୍ତି ଯୋଦ୍ଧା ରବି ଦହିୟା । ଦୀପକ ପୁନିଆ ଓ ଭିନେଶ ଫୋଗାଟଙ୍କ ଠାରୁ ପଦକ ଆଶା ଥିବାବେଳେ ତାହା ପୂରଣ ହୋଇ ପାରିନଥିଲା । ତେବେ ଶୁକ୍ରବାର ସଭିଁଙ୍କ ନଜର ରହିବ ମହିଳା ହକି କାଂସ୍ୟ ପଦକ ମ୍ୟାଚ ଉପରେ । ଏହାସହ କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆ ମଧ୍ୟ ଶନିବାର ଦେଖାଇବେ ଦମ୍ ।
ତେବେ ଆସନ୍ତୁ ନଜର ପକାଇବା ଶନିବାର ହେବାକୁ ଥିବା ଭାରତୀୟ ଇଭେଣ୍ଟ ଓ ସେଥିରେ ଭାଗ ନେବାକୁ ଥିବା ଭାରତୀୟ ଖେଳାଳିଙ୍କ ଉପରେ ।
ଆଥଲେଟିକ୍ସ (ପୁରୁଷ ୫୦କିମି ୱାକ୍ ଫାଇନାଲ): ଗୁରପ୍ରୀତ ସିଂହ
ଭାରତୀୟ ସମୟ ରାତି ୨.୦୦ ରୁ ହେବ ଆରମ୍ଭ ।
ଗଲ୍ଫ (ମହିଳା ତୃତୀୟ ରାଉଣ୍ଡ): ଦିକ୍ଷା ନାଗର
ଭାରତୀୟ ସମୟ ସକାଳ ୫.୨୯ ରୁ ହେବ ଆରମ୍ଭ ।
ଗଲ୍ଫ (ମହିଳା ତୃତୀୟ ରାଉଣ୍ଡ): ଅଦିତି ଅଶୋକ
ଭାରତୀୟ ସମୟ ସକାଳ ୫.୪୮ ରୁ ହେବ ଆରମ୍ଭ ।
ହକି (ମହିଳା କାଂସ୍ୟ ପଦକ ମ୍ୟାଚ): ଭାରତ ବନାମ ଗ୍ରେଟ ବ୍ରିଟେନ
ଭାରତୀୟ ସମୟ ସକାଳ ୭.୦୦ ଟା ରୁ ହେବ ଆରମ୍ଭ ।
କୁସ୍ତି (ମହିଳା ୫୦ କିଗ୍ରା ଫ୍ରିଷ୍ଟାଇଲ, 1/8 ଫାଇନାଲ): ସୀମା ବିସ୍ଲା
ଭାରତୀୟ ସମୟ ସକାଳ ୮.୦୭ ରୁ ହେବ ଆରମ୍ଭ ।
କୁସ୍ତି (ପୁରୁଷ ୬୫ କିଗ୍ରା ଫ୍ରିଷ୍ଟାଇଲ, 1/8 ଫାଇନାଲ): ବଜରଙ୍ଗ ପୁନିଆ