ଓଡିଶା

odisha

ହକି ଟିମ ଇଣ୍ଡିଆର ସ୍ପେନ ବିଜୟ, ମନଦୀପଙ୍କ ପରିବାରରେ ଖୁସିର ମାହୋଲ

By

Published : Jul 27, 2021, 12:24 PM IST

ଭାରତୀୟ ପୁରୁଷ ହକି ଟିମ ସ୍ପେନକୁ ହରାଇବା ପରେ ଖୁସିରେ ଉଲ୍ଲସିତ ମନଦୀପ ସିଂହଙ୍କ ପରିବାର ସଦସ୍ୟ । ଅଧିକ ପଢନ୍ତୁ...

Reaction of Hockey Player Mandeep Singh Family after winning against spain
ହକି ଟିମ ଇଣ୍ଡିଆର ସ୍ପେନ ବିଜୟ, ଖୁସ୍‌ ମନଦୀପଙ୍କ ପରିବାର

ଜଳନ୍ଧର(ପଞ୍ଜାବ):ଭାରତୀୟ ପୁରୁଷ ହକି ଟିମ ମଙ୍ଗଳବାର ସ୍ପେନ ବିପକ୍ଷ ମ୍ୟାଚରେ ୩-୦ରେ ବିଜୟୀ ହୋଇଛି । ଏହି ମ୍ୟାଚ୍‌ ଜିତିବା ପରେ ଭାରତୀୟ ହକି ଟିମର କ୍ବାର୍ଟର ଫାଇନାଲ ରାସ୍ତା ସହଜ ହୋଇଛି । ଭାରତୀୟ ଟିମ ଏଯାବତ ୩ଟି ମ୍ୟାଚ୍‌ ଖେଳିଥିବାବେଳେ ଦୁଇଟିରେ ବିଜୟୀ ହୋଇଛି । ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ହରାଇଥିଲା ମନପ୍ରୀତ ବାହିନୀ ମାତ୍ର ଦ୍ବିତୀୟ ମ୍ୟାଚରେ ଅଷ୍ଟ୍ରେଲିଆ ଠାରୁ ୧-୭ରେ ପରାଜୟ ମିଳିଥିଲା ।

ହକି ଟିମ ଇଣ୍ଡିଆର ସ୍ପେନ ବିଜୟ, ଖୁସ୍‌ ମନଦୀପଙ୍କ ପରିବାର

ସ୍ପେନକୁ ହରାଇ ଭାରତୀୟ ଟିମ ଏହା ପ୍ରମାଣ କରିଛି ଯେ ଏବେବି ଚମ୍ପିଆନ ଦାବିଦାର ରହିଛି । ଭାରତୀୟ ହକି ଟିମର ଖେଳାଳି ମନଦୀପ ସିଂହଙ୍କ ପରିବାର ସଦସ୍ୟ ଏହି ବିଜୟରେ ଖୁସିବ୍ୟକ୍ତ କରିଛନ୍ତି । ମନଦୀପଙ୍କ ପିତା ରବିନ୍ଦର ସିଂହ ଓ ବଡଭାଇ ହରମିନ୍ଦର ସିଂହ ଟିମର ପ୍ରଦର୍ଶନକୁ ପ୍ରଶଂସା କରିବା ସହ ୨୯ ଜୁଲାଇରେ ଆର୍ଜେଣ୍ଟିନା ବିପକ୍ଷ ଆଗାମୀ ମ୍ୟାଚ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଅଷ୍ଟ୍ରେଲିଆ ଠାରୁ ବଡ ବ୍ୟବଧାନରେ ହାରିବା ସତ୍ତ୍ବେ ଟିମର ମନୋବଳ ପ୍ରଭାବିତ ହୋଇନାହିଁ । ଦମଦାର ପ୍ରଦର୍ଶନ ସହ ସ୍ପେନକୁ ମାତ ଦେବାରେ ସଫଳ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details