ଓଡିଶା

odisha

ପାରାଲମ୍ପିକ୍‌ ସ୍ବର୍ଣ୍ଣ ବିଜେତା ପ୍ରମୋଦଙ୍କ ସହ କଥା ହେଲେ ନବୀନ, ଧର୍ମେନ୍ଦ୍ର

By

Published : Sep 4, 2021, 10:08 PM IST

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ପ୍ରମୋଦଙ୍କ ସହ ସିଧାସଳଖ କଥାହେବା ସହ ଅଭିନନ୍ଦନ ଜଣାଇଛନ୍ତି । ସେହିପରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଭିଡିଓ କଲ୍‌ ମାଧ୍ୟମରେ ପ୍ରମୋଦଙ୍କ ସହ କଥାହୋଇ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ...

Paralympics: CM Naveen patnaik, Union education minister congratulate Odia suttler pramod bhagat
ପାରାଲମ୍ପିକ୍‌ ସ୍ବର୍ଣ୍ଣ ବିଜେତା ପ୍ରମୋଦଙ୍କ ସହ କଥା ହେଲେ ନବୀନ, ଧର୍ମେନ୍ଦ୍ର

ଭୁବନେଶ୍ବର:ଟୋକିଓ ପାରାଲମ୍ପିକ୍‌ରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଛିଛନ୍ତି ଓଡିଆ ପୁଅ ପ୍ରମୋଦ ଭଗତ । ଏହାପରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ପ୍ରମୋଦଙ୍କ ସହ ସିଧାସଳଖ କଥାହେବା ସହ ଅଭିନନ୍ଦନ ଜଣାଇଛନ୍ତି ।

ସେହିପରି କେନ୍ଦ୍ରଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଭିଡିଓ କଲ୍‌ ମାଧ୍ୟମରେ ପ୍ରମୋଦଙ୍କ ସହ କଥାହୋଇ ଶୁଭେଚ୍ଛା ଜଣାଇଛନ୍ତି ।

''ବିଶ୍ବ ଚମ୍ପିଆନ ଏବଂ ଦେଶର ସର୍ବୋତ୍ତମ ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦଙ୍କ ପାଇଁ ଆଜି ଆମେ ସମସ୍ତେ ଗର୍ବିତ । ପାରାଲମ୍ପିକ୍ସରେ ତାଙ୍କର ସ୍ବର୍ଣ୍ଣିମ ପଦକ ବିଜୟ ପ୍ରଦର୍ଶନ ଯୁବ ସମାଜକୁ ପ୍ରେରଣା ଦେବ,'' କହିଛନ୍ତି ଧର୍ମେନ୍ଦ୍ର ।

ସ୍ବର୍ଣ୍ଣ ପଦକ ଜିତିବା ପରେ ପ୍ରମୋଦଙ୍କ ହୋମଟାଉନ ବରଗଡ଼ ଜିଲ୍ଲା ଅତାବିରା ଅଞ୍ଚଳରେ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା ।

ଫାଇନାଲରେ ବ୍ରିଟେନ ପ୍ରତିଦ୍ବନ୍ଦ୍ବୀ ଡାନ୍‌ ବେଥେଲଙ୍କୁ ହରାଇ ପ୍ରମୋଦ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଫାଇନାଲରେ ପ୍ରମୋଦ ତାଙ୍କ ବ୍ରିଟେନ ପ୍ରତିଦ୍ବନ୍ଦ୍ବୀଙ୍କୁ ୨୧-୧୪, ୨୧-୧୭ ସେଟ୍‌ରେ ହରାଇଥିଲେ। ସିଧାସଳଖ ୨ଟି ସେଟ୍‌ରେ ଜବରଦସ୍ତ ପ୍ରଦର୍ଶନ ସହ ବିଜୟୀ ହୋଇଥିଲେ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details