ଓଡିଶା

odisha

‘ଓଡିଶା ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ବିନା ଟୋକିଓ ଯାତ୍ରା ସମ୍ଭବ ହୋଇନଥାନ୍ତା’

By

Published : Aug 6, 2021, 5:58 PM IST

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ଭାରତୀୟ ମହିଳା ହକି ଦଳର ଅଧିନାୟକ ରାନୀ ରାମପାଲ । ଅଧିକ ପଢ଼ନ୍ତୁ...

indian women hockey team captain rani rampal thanked cm naveen pattnaik for all assistance
'ସମସ୍ତ ସହଯୋଗ ପାଇଁ ନବୀନ ସାରଙ୍କୁ ଧନ୍ୟବାଦ'

ଟୋକିଓ:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ଭାରତୀୟ ମହିଳା ହକି ଦଳର ଅଧିନାୟକ ରାନୀ ରାମପାଲ । ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ସେ ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି । ଜାତୀୟ ମହିଳା ଟିମର ଏହି ଯାତ୍ରାର ସମସ୍ତ ଶ୍ରେୟ ନବୀନଙ୍କୁ ଦେଇଛନ୍ତି ରାନୀ ରାମପାଲ ।

'ସମସ୍ତ ସହଯୋଗ ପାଇଁ ନବୀନ ସାରଙ୍କୁ ଧନ୍ୟବାଦ'

ସୋସିଆଲ ମିଡିଆ ଭିଡିଓ ସେୟାର କରି ରାନୀ ରାମପାଲ କହିଛନ୍ତି ଯେ, "ଆଜି ସାରା ବିଶ୍ବରେ ଭରତୀୟ ମହିଳା ହକି ଦଳକୁ ଏକ ଶକ୍ତିଶାଳୀ ଦଳ ଭାବରେ ବିବେଚନା କରାଯାଉଛି । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗୁଁ ଏସବୁ ସମ୍ଭବ ହୋଇ ପାରିଛି । ଓଡ଼ିଶା ମୁଖ୍ୟମନ୍ତ୍ରୀ ଆମକୁ ଏକ ପ୍ଲାଟଫର୍ମ ଯୋଗାଇ ଦେଲେ ଯାହା ଦ୍ବାରା ଆମେ ନିଜକୁ ପ୍ରମାଣିତ ସୁଯୋଗ ପାଇଲୁ । ଆଜି ଜାତୀୟ ମହିଳା ହକି ଦଳ ପୁରୁଷ ହକି ଦଳ ସହ ଏକ ବିଶ୍ବସ୍ତର ପ୍ରତିଯୋଗିତାରେ ନେଇ ଦେଶ ପାଇଁ ଗର୍ବ ଗୌରବ ଆଣିବାକୁ ଚେଷ୍ଟା କରିଥିଲା । ବର୍ତ୍ତମାନ ଆମ ପାଖରେ ସଫଳତା ହାସଲ କରିବା ପାଇଁ ସମସ୍ତ ପ୍ରକାର ସାଧନ ଅଛି । ଏଥିପାଇଁ ମୁଁ ଜାତୀୟ ମହିଳା ହକି ଦଳ ତରଫରୁ ନବୀନ ସାରଙ୍କୁ ଧନ୍ୟବାଦ ଦେଉଛି । ଏହା ଆରମ୍ଭ ମାତ୍ର, ଆଶା କରୁଛୁ ଆଗକୁ ଆମେ ଏଭଳି ଭାବରେ ଗୌରବାନ୍ବିତ କରି ପାରିବୁ ।"

କାଂସ୍ୟ ପଦକ ପାଇଁ ଭାରତ ଶକ୍ତିଶାଳୀ ଗ୍ରେଟବ୍ରିଟେନ ସହ ପ୍ରତିଦ୍ବନ୍ଦିତା କରିଥିଲେ । ତେବେ ଏହି ମ୍ୟାଚରେ ଭାରତକୁ ୪-୩ଗୋଲରେ ପରାଜିତ ହେବାକୁ ପଡ଼ିଥିଲା । ଏହାପରେ ନବୀନ ପଟ୍ଟନାୟକ ମହିଳା ହକି ଦଳ ସହ କଥା ହେବା ସହ ସେମାନଙ୍କୁ ଅଗଷ୍ଟ ୧୭ ତାରିଖରେ ଓଡ଼ିଶା ଆସିବାକୁ ନିମନ୍ତ୍ରଣ ଦେଇଛନ୍ତି । ଏହାପରେ ରାନୀ ରାମପାଲ ଭିଡିଓ ସେୟାର କରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details