ଓଡିଶା

odisha

ଅଧା ରହିଗଲା ଏକାଠି ଟେନିସ ଖେଳ, ବନ୍ଧୁ ସୁଶାନ୍ତଙ୍କ ଦେହାନ୍ତରେ ଶୋକରେ ସାନିଆ

By

Published : Jun 15, 2020, 11:56 AM IST

ଭାରତୀୟ ଟେନିସ ତାରକା ସାନିଆ ମୀର୍ଜା, ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ଗଭୀର ମର୍ମାହତ ହୋଇଛନ୍ତି । ଦିବଗଂତ ଅଭିନେତା ସୁଶାନ୍ତ ସାନିଆଙ୍କ ଜଣେ ଭଲ ବନ୍ଧୁ ଥିଲେ । ଏକଦା ସାନିଆଙ୍କ ସହ ଏକାଠି ଟେନିସ ଖେଳିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ।

'You said we would play tennis together one day': Sania Mirza mourns demise of Shusant Singh Rajput
ଅଧା ରହିଗଲା ଏକାଠି ଟେନିସ ଖେଳ, ବନ୍ଧୁ ସୁଶାନ୍ତଙ୍କ ଦେହାନ୍ତରେ ଶୋକରେ ସାନିଆ

ନୂଆଦିଲ୍ଲୀ: ଭାରତୀୟ ଟେନିସ ତାରକା ସାନିଆ ମୀର୍ଜା, ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ଗଭୀର ମର୍ମାହତ ହୋଇଛନ୍ତି । ଦିବଗଂତ ଅଭିନେତା ସୁଶାନ୍ତ ସାନିଆଙ୍କ ଜଣେ ଭଲ ବନ୍ଧୁ ଥିଲେ । ଏକଦା ସାନିଆଙ୍କ ସହ ଏକାଠି ଟେନିସ ଖେଳିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ।

ମହେନ୍ଦ୍ର ସିଂହ ଧୋନିଙ୍କ ଭୁମିକାରେ ଅଭିନେତା ସୁଶାନ୍ତ

34 ବର୍ଷୀୟ ସୁଶାନ୍ତ ରବିବାର ମୁମ୍ବାଇସ୍ଥିତ ବାଣ୍ଡ୍ରା ବାସଭବନରେ ରବିବାର ଆତ୍ମହତ୍ୟା କରିଥିବାର ଜଣାପଡିଥିଲା । ଅତିରିକ୍ତ କମିଶନର ମନୋଜ ଶର୍ମା ଏନେଇ ସ୍ପଷ୍ଟ କରିଥିଲେ । ତେବେ କୌଣସି ସୁଇସାଇଡ ନୋଟ୍ ସୁଶାନ୍ତଙ୍କ ରୁମରୁ ଉଦ୍ଧାରୁ ସମୟରେ ମିଳିନଥିଲା । ତେବେ ସୁଶାନ୍ତଙ୍କ ମୃତ୍ୟୁର କାରଣ ନେଇ ଅଧିକ ତଦନ୍ତ ଜାରି ରହିଛି ।

ସୁଶାନ୍ତ ସିଂ ରାଜପୁତ

ସୁଶାନ୍ତଙ୍କ ମୃତ୍ୟୁରେ ଟ୍ବିଟ ଯୋଗେ ଦୁଃଖ ପ୍ରକାଶ କରିବା ସହ, ଆବେଗପୂର୍ଣ୍ଣ ବାର୍ତ୍ତା ଲେଖିଛନ୍ତି ସାନିଆ । "ଜୀବନରେ ପୂର୍ଣ୍ଣ ଖୁସି ଥିଲା, ସଫଳତା ଥିଲା, ଯେଉଁଠାରେ ପାଦ ପାଦପଡିଛି, ସେଠାରେ ଖୁସି ହିଁ ବାଣ୍ଟିଛ । ଏପରି ଚରମ ନିଷ୍ପତ୍ତି ନେବାର କାରଣ ଆମକୁ ଜଣାନାହିଁ । ସାରା ଦୁନିଆ ତୁମ ଅନୁପସ୍ଥିତିକୁ ଅନୁଭବ କରିବ, ବହୁତ କଷ୍ଟରେ ଏତିକି ଲେଖିଛି, ତୁମ ଆତ୍ମାର ସଦଗତି ହେଉ ବନ୍ଧୁ ।"

ଅନ୍ୟପଟେ କ୍ରୀଡାଜଗତର ଅନେକ ଖେଳାଳି ସୁଶାନ୍ତଙ୍କ ମୃତ୍ୟୁରେ ଶୋକ ବ୍ୟକ୍ତ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସଚିନ ତେନ୍ଦୁଲକର, ଟିମ ଇଣ୍ଡିଆ କୋଚ ରବି ଶାସ୍ତ୍ରୀ, କ୍ୟାପଟେନ ବିରାଟ କୋହଲି, ପୂର୍ବତନ ଅଲରାଉଣ୍ଡର ଇରଫାନ ପଠାନ, ମହମ୍ମଦ କୈଫ, ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହୱାଲ ଆଦି ଏଭିଳ ଦୁଃଖଦ ଖବରରେ ଆଶ୍ଚର୍ଯ୍ୟ ହେବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ସୁଶାନ୍ତଙ୍କ ପ୍ରକୃତ ଘର ବିହାରରେ । ଏକତା କାପୁରଙ୍କ ଲୋକପ୍ରିୟ ଟିଭି ସିରିୟଲ 'ପବିତ୍ର ରିସ୍ତା' ରେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ସହ ଜୀବନ୍ତ ଅଭିନୟ କରି ଅନେକ ପ୍ରଶଂସା ସାଉଁଟିଥିଲେ ।

ଏହାପରେ ଅଭିଷେକ କାପୁରଙ୍କ 'କାଇ ପୋ ଚେ' ଫିଲ୍ମ ଜରିଆରେ ବଲିଉଡରେ ପାଦ ରଖିଥିଲେ । ଏହାପରେ ପୂର୍ବତନ ଭାରତୀୟ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନିଙ୍କ ଜୀବନ କାହାଣୀ ଉପରେ ଆଧାରିତ ଫିଲ୍ମ 'ଏମ. ଏସ. ଧୋନି: ଦ ଅନଟୋଲ୍ଡ ଷ୍ଟୋରୀ', ପିକେ, କେଦାରନାଥ ଓ ଛିଛୋରେ ଭଳି ସୁପରହିଟ୍ ଫିଲ୍ମରେ ନିଖୁଣ ଅଭିନୟ କରି ସମସ୍ତଙ୍କ ମନ ଜିଣିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details