ଓଡିଶା

odisha

ପୁଣି ଖେଳିବି ବୋଲି ଆଶା ନଥିଲା, ବଢ଼ିଥିଲା 23 କିଲୋ ଓଜନ: ସାନିଆ

By

Published : Nov 25, 2020, 7:43 PM IST

ଗର୍ଭବତୀ ହେବା ପରଠାରୁ ପୁଣିଥରେ କୋର୍ଟକୁ ଫେରିବା ପର୍ଯ୍ୟନ୍ତ ନିଜର ଯାତ୍ରାକୁ ଏକ ଖୋଲା ଚିଠିରେ ବର୍ଣ୍ଣନା କରିଛନ୍ତି ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା । ଅଧିକ ପଢ଼ନ୍ତୁ...

Was not sure about playing again, I had gained 23kg during pregnancy,  Open letter of Sania Mirza, Sania Mirza during pregnancy, ପୁଣି ଖେଳି ପାରିବି ବୋଲି ଆଶା ନଥିଲା, ବଢ଼ିଥିଲା 23 କିଲୋ ଓଜନ, ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା
ପୁଣି ଖେଳି ପାରିବି ବୋଲି ଆଶା ନଥିଲା, ବଢ଼ିଥିଲା 23 କିଲୋ ଓଜନ: ସାନିଆ

ମୁମ୍ବାଇ: ଭାରତର ଷ୍ଟାର ଟେନିସ୍‌ ଖେଳାଳି ସାନିଆ ମିର୍ଜା ନିଜ ଗର୍ଭାବତୀ ଥିବା ସମୟ ବିଷୟରେ କହିଛନ୍ତି । ଏହାସହ ସେ କିପରି ଆଉ କୋର୍ଟକୁ ଫେରି ପାରିବେ ନାହିଁ ବୋଲି ଭାବିଥିଲେ ତାହା ମଧ୍ୟ କହିଛନ୍ତି ।

2010ରେ ସାନିଆ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କୁ ବିବାହ କରିଥିଲେ । 2018 ଅକ୍ଟୋବରରେ ସେ ତାଙ୍କ ଶିଶୁ ପୁତ୍ର ଇଜହାନଙ୍କୁ ଜନ୍ମ ଦେଇଥିଲେ । ଏହାପରେ ଜାନୁଆରୀ 2020ରେ ସେ ପୁଣିଥରେ ଟେନିସ କୋର୍ଟକୁ ଫେରିଥିଲେ ଓ WTA ହୋବାର୍ଟ ଇଣ୍ଟରନ୍ୟାସନାଲ 2020ର ଡବଲ୍ସ ବର୍ଗରେ ନିଜ ୟୁକ୍ରେନ ସାଥୀ ନାଦିଆ କିଚେନୋକଙ୍କ ସହ ବିଜୟୀ ହୋଇଥିଲେ ।

‘‘ଗର୍ଭାବସ୍ଥା ଓ ଗୋଟିଏ ଶିଶୁ ମତେ ଜଣେ ଅଧିକ ଭଲ ବ୍ୟକ୍ତି କରିଛି,’’ ସାନିଆ ଏତ ଖୋଲି ଚିଠି ‘An Ode to All Mothers (ସବୁ ମା’ଙ୍କୁ ଏକ ସମ୍ବୋଧନ)’ ରେ ଲେଖିଛନ୍ତି । ଡିସକଭରି ପ୍ଲସରେ ‘ବିଙ୍ଗ ସେରେନା’ କାର୍ଯ୍ୟକ୍ରମ ଦେଖିବା ପରେ ସାନିଆ ଏହି ଚିଠି ଲେଖିଥିଲେ ।

‘‘ଗର୍ଭଧାରଣ ହେଉଛି ଏପରି କିଛି ଯାହା ମୁଁ ମୋ ଜୀବନରେ ପ୍ରଥମ ଥର ଅନୁଭବ କରିଥିଲି । ମୁଁ ଏହା ବିଷୟରେ ଚିନ୍ତା କଲି ଏବଂ ମୁଁ ଭାବୁଛି ଆମ ସମସ୍ତଙ୍କର ଏହା ବିଷୟରେ ଏକ ନିର୍ଦ୍ଦିଷ୍ଟ ଭାବନା ଅଛି କିନ୍ତୁ ଥରେ ଆପଣ ଏହା ଅନୁଭବ କଲେ ଆପଣ ପ୍ରକୃତରେ ଏହାକୁ ବୁଝି ପାରିବେ । ଜଣେ ମଣିଷ ଭାବରେ ଏହା ଆପଣଙ୍କୁ ସଂପୂର୍ଣ୍ଣ ରୂପେ ବଦଳାଇଥାଏ,’’ ବୋଲି ସେ କହିଛନ୍ତି ।

ପରେ ଏହି ଚିଠିରେ ସାନିଆ ତାଙ୍କର ଶାରୀରିକ ବାଧାବିଘ୍ନକୁ ଦୂର କରି କୋର୍ଟକୁ ପ୍ରତ୍ୟାବର୍ତ୍ତନ କରିବା ଲେଖିଛନ୍ତି ।

ଗର୍ଭାବସ୍ଥା ପରେ ଫିଟନେସ ସହ ଫର୍ମକୁ ଫେରିବା ଏକ ଚ୍ୟାଲେଞ୍ଜ ହୋଇପାରେ ଏବଂ ମୁଁ ସେରେନା ଏବଂ ଅନ୍ୟ ସମସ୍ତ ମହିଳାଙ୍କ କଥା ଭଲ ଭାବେ ଜାଣି ପାରୁଛି । ମୁଁ ଭାବୁଛି ଏହା ସମସ୍ତଙ୍କ ପାଇଁ ସ୍ବାଭାବିକ କାରଣ ଗର୍ଭଧାରଣ ପରେ ଆପଣଙ୍କ ଶରୀର କିପରି ପ୍ରତିକ୍ରିୟା କରିବ ତାହା ଆପଣ ଜାଣି ନାହାଁନ୍ତି।’’

ଶେଷରେ, ଭାରତୀୟ ଟେନିସ୍ ତାରକା ତାଙ୍କର ପରିବର୍ତ୍ତନ ଯାତ୍ରା ଏବଂ କୋର୍ଟରେ ରହିବାର ଆନନ୍ଦକୁ ବର୍ଣ୍ଣନା କରୁଥିବାବେଳେ କହିଥିଲେ, ‘‘ମୋର ଗର୍ଭଧାରଣ ସମୟରେ ପ୍ରାୟ 23 କିଲୋଗ୍ରାମ ଓଜନ ବଢ଼ିବା ପରେ ମୁଁ ମୁଁ କେବେ ଫିଟ୍ ହେବା ଏବଂ ପୁନର୍ବାର ଟେନିସ୍ ଖେଳିବାକୁ ଫେରିବା କଥା ଭାବି ନଥିଲି ।’’

‘‘ତେବେ ମୁଁ ଅନେକ ୱାର୍କଆଉଟ୍ ଏବଂ ବହୁତ କଠୋର ଡାଏଟ୍ ସହିତ ପ୍ରାୟ 26 କିଲୋ କମାଇଲି ଏବଂ ଟେନିସ୍‌କୁ ଫେରି ଆସିଲି କାରଣ ତା ସହ ମୁଁ ପରିଚିତ, ତାକୁ ମୁଁ ଭଲପାଏ ଏବଂ ତାହା ହିଁ ମୁଁ କରେ । ଶେଷରେ, ଯେତେବେଳେ ମୁଁ ହୋବର୍ଟରେ ଜିତିଲି ସେତେବେଳେ ଏହା ବହୁତ ଆଶ୍ଚର୍ଯ୍ୟଜନକ ଥିଲା । ମୁଁ ଗର୍ବ ଅନୁଭବ କରୁଛି ଯେ ମୁଁ ପୁନର୍ବାର ଖେଳର ଉଚ୍ଚତମ ସ୍ତରରେ ପ୍ରତିଦ୍ବନ୍ଦ୍ବିତା କରିପାରିଲି ଆଉ ମୁଁ ଭାବୁଛି ମାନସିକ ସ୍ତରରେ ମୁଁ ସେଠାରେ ହିଁ ଥିଲି ।’’

@IANS

ABOUT THE AUTHOR

...view details