ଓଡିଶା

odisha

ସାନିଆ ମିର୍ଜା ଫେଡ କପ୍ 'ହାର୍ଟ ଆୱାର୍ଡ' ପାଇଁ ମନୋନୀତ

By

Published : May 1, 2020, 11:14 AM IST

ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା ଆଉ ଏକ ବଡ ସମ୍ମାନର ଅଧିକାରୀ ହେବାକୁ ଯାଉଛନ୍ତି । ପ୍ରଥମ ଭାରତୀୟ ଖେଳାଳି ଭାବେ ଫେଡ୍ କପ୍ ଏସିଆ/ଓସିଏନିଆ ଗ୍ରୁପ 'ହାର୍ଟ ଆୱାର୍ଡ' ପାଇଁ ମନୋନୀତ ହୋଇଛନ୍ତି ସାନିଆ ।

Sania Mirza become first Indian to be nominated for Fed Cup Heart Award
ସାନିଆ ମିର୍ଜା ଫେଡ କପ୍ 'ହାର୍ଟ ଆୱାର୍ଡ' ପାଇଁ ମନୋନୀତ

ନୂଆଦିଲ୍ଲୀ: ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା ଆଉ ଏକ ବଡ ସମ୍ମାନର ଅଧିକାରୀ ହେବାକୁ ଯାଉଛନ୍ତି । ପ୍ରଥମ ଭାରତୀୟ ଖେଳାଳି ଭାବେ ଫେଡ୍ କପ୍ ଏସିଆ/ଓସିଏନିଆ ଗ୍ରୁପ 'ହାର୍ଟ ଆୱାର୍ଡ' ପାଇଁ ମନୋନୀତ ହୋଇଛନ୍ତି ସାନିଆ ।

2016 ପରେ ଫେଡ କପ ଭାରତୀୟ ଟିମକୁ ଫେରିଥିଲେ ସାନିଆ । ଚଳିତ ବର୍ଷ ମାର୍ଚ୍ଚରେ ଖେଳାଯାଇଥିବା ଫେଡ କପରେ ଭାରତ ଦମଦାର ପ୍ରଦର୍ଶନ କରିବା ସହ 3ଟି ଡବଲ୍ସ ଇଭେଣ୍ଟରେ ବିଜୟୀ ହୋଇଥିଲା । ସାନିଆଙ୍କ ସହ ଅନ୍ୟତନ ଭାରତୀୟ ଟେନିସ ଷ୍ଟାର ଫେଡ କପରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ ।

'ଫେଡ କପ୍ ହାର୍ଟ ଆୱାର୍ଡ' ପାଇଁ ମନୋନୀତ ହେବାପରେ ଖୁସି ଜାହିର କରିବାସହ, ମନୋନୟନ କମିଟିକୁ କୃତଜ୍ଞତା ଜଣାଇଛନ୍ତି ସାନିଆ । ଫେଡ କପ୍ ଏସିଆ/ଓସିଏନିଆର ପ୍ରଦର୍ଶନ ତାଙ୍କ ଟେନିସ କ୍ୟାରିୟରର ଅନ୍ୟତମ ଶ୍ରେଷ୍ଠ ସଫଳତା ବୋଲି କହିଛନ୍ତି । 2003ରେ ପ୍ରଥମ କରି ଭାରତ ପକ୍ଷରୁ ଟେନିସରେ ପ୍ରତିନିଧିତ୍ବ କରିବାକୁ ସେ ସୁଯୋଗ ପାଇଥିଲେ । ଏହାପରେ 18 ବର୍ଷ ବିତିଯାଇଛି । ଭାରତୀୟ ଟେନିସରେ ସାମାନ୍ୟତମ ଯୋଗଦାନ କରିପାରିଥିବାରୁ, ସେ ଗର୍ବିତ ବୋଲି କହିଛନ୍ତି ।

ABOUT THE AUTHOR

...view details