ଓଡିଶା

odisha

Thailand Para Badminton, ଡବଲ୍ସରେ ସ୍ବର୍ଣ୍ଣ ପଦକ ଜିତିଲେ ପ୍ରମୋଦ

By

Published : Aug 21, 2022, 3:24 PM IST

ଥାଇଲାଣ୍ଡ ପାରା ବ୍ୟାଡମିଣ୍ଟନରେ ପୁରୁଷ ଡବଲ୍ସରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଓଡିଶାର ଷ୍ଟାର ଖେଳାଳି ପ୍ରମୋଦ ଭଗତ। ଅଧିକ ପଢନ୍ତୁ

Thailand Para Badminton, ପ୍ରମୋଦଙ୍କୁ ଡବଲ ସ୍ବର୍ଣ୍ଣ ପଦକ
Thailand Para Badminton, ପ୍ରମୋଦଙ୍କୁ ଡବଲ ସ୍ବର୍ଣ୍ଣ ପଦକ

ଭୁବନେଶ୍ବର:ଥାଇଲାଣ୍ଡର ପଟ୍ଟାୟା ସହରରେ ଚାଲିଥିବା ଥାଇଲାଣ୍ଡ ପାରା ବ୍ୟାଡମିଣ୍ଟନରେ ଚମକିଛନ୍ତି ଷ୍ଟାର୍‌ ସଟ୍‌ଲର୍‌ ପ୍ରମୋଦ ଭଗତ। ପଦକ ପରେ ପଦକ ଜିତି ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ପ୍ରମୋଦ । ଟୁର୍ଣ୍ଣାମେଣ୍ଟର ଅନ୍ତିମ ଦିନରେ ପୁରୁଷ ଯୁଗଳ ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଏହି କ୍ରମରେ ଏକକ ବର୍ଗରେ ରୌପ୍ୟ ଓ ମିଶ୍ରିତ ଯୁଗଳ ବର୍ଗରେ କାଂସ୍ୟ ପଦକ ହାସଲ କରିଛନ୍ତି ପାରା ଅଲମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ।

ଡବଲ୍ସରେ ପ୍ରମୋଦ ଓ ସୁକାନ୍ତ କଦମ ଯୋଡ଼ି ଫାଇନାଲ ମୁକାବିଲାରେ ଇଣ୍ଡୋନେସିଆର ଦ୍ବିୟୋକୋ ଓ ଫ୍ରେଡି ସେଟିୱାନଙ୍କୁ 21-13, 21-13 ସିଧାସଳଖ ସେଟରେ ପରାସ୍ତ କରି ସ୍ବର୍ଣ୍ଣ ଜିତିଛନ୍ତି । ସେହିପରି ସିଙ୍ଗଲ୍ସ ଇଭେଣ୍ଟ ଫାଇନାଲରେ ଇଂଲଣ୍ଡର ଡାନିଏଲ ବେଥେଲଙ୍କଠୁ 13-21, 19-21 ସେଟ୍‌ରେ ପରାସ୍ତ ହୋଇ ରୌପ୍ୟ ପଦକ ଜିତିଛନ୍ତି । ସେହିପରି ମିଶ୍ରିତ ଯୁଗଳ ବର୍ଗରେ ମନୀଷା-ପ୍ରମୋଦ ଯୋଡ଼ି ସେମିରେ ଫ୍ରାନ୍ସ ଯୋଡ଼ି ଲୁକାସ ମାଜୁର ଓ ଫଷ୍ଟିନଙ୍କଠାରୁ 13-21, 09-21ରେ ପରାସ୍ତ ହୋଇ କାଂସ୍ୟ ଜିତିଛନ୍ତି । ଅନ୍ୟତମ ଓଡ଼ିଆ ଖେଳାଳି ଦୀପରଞ୍ଜନ ବିଶୋୟୀ ଯୁଗଳ ବର୍ଗରେ କାଂସ୍ୟ ପଦକ ହାସଲ କରିଛନ୍ତି । ଦୁଇ ଖେଳାଳିଙ୍କ ଏହି ସଫଳତା ପାଇଁ ପାରା ସ୍ପୋର୍ଟ୍ସ ଆସୋସିଏସନ ଓ ଓଡିଶା ସ୍ପୋର୍ଟ୍ସ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।

ABOUT THE AUTHOR

...view details