ନୂଆଦିଲ୍ଲୀ: ୨୦ ବର୍ଷରୁ କମ ଆଥଲେଟିକ୍ସ ଚମ୍ପିଆନ୍ସସିପର ଲମ୍ବଡିଆଁ ପ୍ରତିଯୋଗିତାରେ ଭାରତର ଶୈଲୀ ସିଂହ ରୌପ୍ୟ ପଦକ ହାସଲ କରିଛନ୍ତି । ୬.୫୯ ମିଟର ଡେଇଁ ସେ ଏହି ପଦକ ହାସଲ କରିପାରିଛନ୍ତି । ତେବେ ସ୍ବର୍ଣ୍ଣ ପଦକ ହାସଲ କରିବାରୁ ସେ ମାତ୍ର ଗୋଟିଏ ସେଣ୍ଟିମିଟର ପଛରେ ପଡ଼ିଯାଇଥିଲେ । ସ୍ବିଡେନର ଆଥଲେଟ ୬.୬୦ ମିଟର ଡେଇଁ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ।
ଶୈଲୀ ସିଂହଙ୍କ ଏହି ଉପଲବ୍ଧିକୁ ନେଇ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର । ସେ କହିଛନ୍ତି ଯେ, "ଶୈଲୀ ସିଂହ ରୌପ୍ୟ ପଦକ ହାସଲ କରି ଅନ୍ତର୍ଜାତୀୟ ସ୍ତରରେ ଦେଶକୁ ଗୌରବାନ୍ବିତ କରିଛନ୍ତି । ଦେଶ ପାଇଁ ଗୌରବ ଆଣିଥିବାରୁ ତାଙ୍କୁ ମୁଁ ଧନ୍ୟବାଦ ଦେଉଛି । ସେ ଦମଦାର ପ୍ରଦର୍ଶନ କରି ସ୍ବର୍ଣ୍ଣ ପଦକ ହାସଲ କରିବାରୁ ମାତ୍ର ଗୋଟିଏ ସେଣ୍ଟିମିଟର ପଛରେ ପଡ଼ି ଯାଇଥିଲେ । ତାଙ୍କ ଭବଷ୍ୟତ ପାଇଁ ମୁଁ ତାଙ୍କୁ ଶୁଭେଚ୍ଛା ଜଣାଉଛି । ଏହାଦ୍ବାରା ପ୍ରମାଣିତ ହେଉଛି ଆମ ଯୁବ ଆଥଲେଟମାନେ ଭଲ ପ୍ରଦର୍ଶନ କରୁଛନ୍ତି ।"