ଓଡିଶା

odisha

ଫେଡ କପ୍ ହାର୍ଟ ଆୱାର୍ଡରେ ସମ୍ମାନିତ ସାନିଆ ମିର୍ଜା

By

Published : May 12, 2020, 9:51 AM IST

ଭାରତୀୟ ଟେନିସ ତାରକା ସାନିଆ ମିର୍ଜାଙ୍କୁ ମିଳିଛି ସମ୍ମାନଜନକ ଫେଡ୍ କପ ହାର୍ଟ ଆୱାର୍ଡ । ପ୍ରଥମ ଭାରତୀୟ ଭାବେ ସାନିଆ ଏହି ସଫଳତାର ଅଧିକାରୀ ହୋଇଛନ୍ତି ।

Sania wins fed Cup Heart Award, donates prize money to CM's Relief Fund
ଫେଡ କପ୍ ହାର୍ଟ ଆୱାର୍ଡରେ ସମ୍ମାନିତ ସାନିଆ ମିର୍ଜା

ହାଇଦ୍ରାବାଦ: ଭାରତୀୟ ଟେନିସ ତାରକା ସାନିଆ ମିର୍ଜାଙ୍କୁ ମିଳିଛି ସମ୍ମାନଜନକ ଫେଡ୍ କପ ହାର୍ଟ ଆୱାର୍ଡ । ପ୍ରଥମ ଭାରତୀୟ ଭାବେ ସାନିଆ ଏହି ସଫଳତାର ଅଧିକାରୀ ହୋଇଛନ୍ତି । ମାଆ ହେବାପରେ ସଫଳତାର ସହ ଟେନିସ କୋର୍ଟକୁ ପ୍ରତ୍ୟାବର୍ତ୍ତନ କରିଥିବାରୁ ସାନିଆଙ୍କୁ ଏହି ଆୱାର୍ଡ ମିଳିଛି ।

ସାନିଆ ମିର୍ଜା

ଫେଡ୍ କପ ହାର୍ଡ ଆୱାର୍ଡର ବିଜେତା ଅନଲାଇନ ଭୋଟିଂ ଯୋଗେଁ ଫ୍ୟାନ୍ସମାନେ ଚୟନ କରିଛନ୍ତି । ମେ 1ରୁ ଏହି ଅନଲାଇନ ଭୋଟିଂ ପ୍ରକ୍ରିୟାର ଆରମ୍ଭ ହୋଇଥିଲା । ମୋଟ 16,985 ଭୋଟରୁ ସାନିଆଙ୍କୁ 10,000ରୁ ଅଧିକ ଭୋଟ ମିଳିଛି । ଦୀର୍ଘ 4ବର୍ଷ ପରେ ଭାରତୀୟ ଫେଡ କପ ଟିମକୁ ଫେରିଥିଲେ ସାନିଆ । ଏଥିସହିତ ଫେଡ କପ ଇହିହାସରେ ପ୍ରଥମଥର ଭାରତକୁ ପ୍ଳେ- ଅଫରେ ପହଞ୍ଚାଇବାରେ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ ।

ସାନିଆ ମିର୍ଜା

ତେବେ ବିଜୟୀ ହେବାପରେ ସମସ୍ତ ଭୋଟରଙ୍କୁ ଧନ୍ୟବାଦ ଜଣାଇବା ସହ, ଦେଶ ଉଦ୍ଦେଶ୍ୟରେ ଏହି ଆୱାର୍ଡକୁ ଉତ୍ସର୍ଗ କରିଛନ୍ତି ସାନିଆ । ଏଥିସହିତ ପୁରସ୍କାର ରାଶି ବାବଦକୁ ମିଳିଥିବା 2000 ଆମେରିକୀୟ ଡଲାରକୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ପ୍ରଦାନ କରିଛନ୍ତି ହାଇଦ୍ରାବାଦର ଝିଅ ସାନିଆ ମିର୍ଜା ।

ସାନିଆ ମିର୍ଜା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details