ଓଡିଶା

odisha

Bahrain Para Badminton: ପ୍ରମୋଦଙ୍କୁ ଡବଲ ସ୍ବର୍ଣ୍ଣ

By

Published : May 22, 2022, 10:31 AM IST

ବାହାରିନର ମାନାମା ସହରରେ ଚାଲିଥିବା ଅନ୍ତର୍ଜାତୀୟ ପାରା ବ୍ୟାଡମିଣ୍ଟନରେ ଦୁଇ ଦୁଇଟି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ପ୍ରମୋଦ । ଅଧିକ ପଢନ୍ତୁ

ପ୍ରମୋଦଙ୍କୁ ଡବଲ ସ୍ବର୍ଣ୍ଣ
ପ୍ରମୋଦଙ୍କୁ ଡବଲ ସ୍ବର୍ଣ୍ଣ

ଭୁବନେଶ୍ବର:ବାହାରିନର ମାନାମା ସହରରେ ଚାଲିଥିବା ଅନ୍ତର୍ଜାତୀୟ ପାରା ବ୍ୟାଡମିଣ୍ଟନରେ ଦମଦାର ପ୍ରଦର୍ଶନ କରିଛନ୍ତି ପ୍ରମୋଦ ଭଗତ । ଦୁଇ ଦୁଇଟି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ପ୍ରମୋଦ । ଉଭୟ ସିଙ୍ଗଲ୍ସ ଓ ଡବଲ୍ସରେ ଏହି ସଫଳତା ପାଇଛନ୍ତି ପ୍ରମୋଦ । ଏହା ସହିତ ଡବଲ୍ସରେ ଦୀପ ରଞ୍ଜନ ବିଷୋୟୀଙ୍କୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି ।

ସିଙ୍ଗଲ୍ସରେ ପ୍ରମୋଦ ଓ ଇଂଲଣ୍ଡର ଡାନିଏଲ ବେଥେଲଙ୍କ ମଧ୍ୟରେ ମୁକାବିଲା ହେବାର ଥିଲା । ଡାନିଏଲ ମ୍ୟାଚ ପାଇଁ ଫିଟ ନଥିବାରୁ ପ୍ରମୋଦଙ୍କୁ ୱାକଓଭର ମିଳିଥିଲା ତେଣୁ ସେ ବିଜେତା ଘୋଷିତ ହୋଇଥିଲେ । ମିକ୍ସ ଡବଲ୍ସରେ ସେ ମନୀଷା ରମଦାସଙ୍କୁ ଯୋଡି କରି ଫାଇନାଲରେ ଥାଇଲାଣ୍ଡର ସିରିପୋଙ୍ଗ ଟିମଆରୋମ ଓ ଏସ ନିପଦା ଯୋଡିଙ୍କୁ 21-14, 21-11 ଗେମରେ ପରାସ୍ତ କରିଥିଲେ ।

ସେମି ସିଙ୍ଗଲ୍ସରେ ପ୍ରମୋଦ 21-16, 21-14ରେ ମନୋଜ ସରକାରଙ୍କୁ ହରାଇଥିଲେ । ମିକ୍ସଡ ଡବଲ୍ସରେ ପ୍ରମୋଦ ମନୀଷ ଯୋଡି ଜାପାନରେ ଡି. ଫୁଜାରା ଓ ଏ.ସୁଗିନାଙ୍କୁ ପରାସ୍ତ କରିଥିଲେ । ସେହିପରି ଦୀପ ରଞ୍ଜନ ସିଙ୍ଗଲ୍ସରେ ଭଲ ପ୍ରଦର୍ଶନ କରି ନାହାନ୍ତି ମାତ୍ର ଡବଲ୍ସରେ ଦୀପ ରଞ୍ଜନ ବିଷୋୟୀ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ସେମିରେ ମହମ୍ମଦ ଅରୱାଜ ଅନଶାରୀଙ୍କ ସହ ମିଶି ଥାଇଲାଣ୍ଡ ଯୋଡିଙ୍କୁ 18-21, 16-21ରେ ପରାସ୍ତ କରିଥିଲେ ଦୀପ ରଞ୍ଜନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details