ଓଡିଶା

odisha

ପାରାଲମ୍ପିକ୍‌ ବ୍ରୋଞ୍ଜ ବିଜେତା ଶରଦ କୁମାର ଅସୁସ୍ଥ, ଦିଲ୍ଲୀ ଏମ୍ସରେ ଭର୍ତ୍ତି

By

Published : Sep 20, 2021, 7:25 PM IST

ଟୋକିଓ ୨୦୨୦ ପାରାଲମ୍ପିକ୍‌ କାଂସ୍ୟ ବିଜେତା ଶରଦ କୁମାର ଅସୁସ୍ଥ । ଅଧିକ ପଢନ୍ତା...

Paralympics bronze winner Sharad admitted to AIIMS after chest congestion, says feeling better
ପାରାଲମ୍ପିକ୍‌ ବ୍ରୋଞ୍ଜ୍‌ ବିଜେତା ସରଦ କୁମାର ଅସୁସ୍ଥ, ଦିଲ୍ଲୀ ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ:ଟୋକିଓ ୨୦୨୦ ପାରାଲମ୍ପିକ୍‌ କାଂସ୍ୟ ବିଜେତା ସରଦ କୁମାର ଅସୁସ୍ଥ । ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବା କହିବା ପରେ ଗତ ୫ ଦିନ ଧରି ତାଙ୍କୁ ନୀରିକ୍ଷଣରେ ରଖାଯାଇଥିଲା ।

ସରଦ କୁମାର

ତେବେ ଛାତିରେ କେଉଁ କାରଣରୁ ସେ ଯନ୍ତ୍ରଣା ଅନୁଭବ କରୁଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ଏମ୍ସରେ ଚିକିତ୍ସା କରୁଥିବା ଡାକ୍ତରୀ ଟିମ କାରଣ ଜାଣିବା ପାଇଁ ଏକାଧିକ ଟେଷ୍ଟ କରିଛନ୍ତି ଓ ଚିକିତ୍ସା ଜାରି ରଖିଛନ୍ତି । ଶରଦ ସାମାନ୍ୟ ସ୍ବାଭାବିକ ଅନୁଭବ କରୁଥିବା କହିଥିବାବେଳେ ଟେଷ୍ଟ ରିପୋର୍ଟକୁ ଅପେକ୍ଷା ରହିଛି । ଦିନେ ଦୁଇଦିନ ମଧ୍ୟରେ ପରବର୍ତ୍ତୀ ଚିକିତ୍ସା ନେଇ ଡାକ୍ତରୀ ଟିମ କହିଥିବା ସୂଚନା ରହିଛି ।

ଟୋକିଓ ଅଲମ୍ପିକ୍‌ T-୪୨ ହାଇ ଜମ୍ପ୍‌ ଇଭେଣ୍ଟରେ ଅଗଷ୍ଟ ୩୧ରେ କାଂସ୍ୟ ପଦକ ଜିତିଥିଲେ କୁମାର । ୨୯ ବର୍ଷୀୟ ପାଟନା ଜନ୍ମିତ ଆଥଲେଟ୍‌ଙ୍କ ଗୋଡ ପାରାଲିସିସ୍‌ର ଶିକାର ହୋଇଥିଲା । ସଦ୍ୟ ସମାପ୍ତ ପାରାଲମ୍ପିକ୍‌ରେ ୧.୮୩ ମିଟର ଉଚ୍ଚ ଡେଇଁ କାଂସ୍ୟ ପଦକ ହାତେଇଥିଲେ କୁମାର ।

କୁମାର ଡବଲ ଏସିଆନ ପାରା ଗେମ୍ସ (୨୦୧୪ ଓ ୨୦୧୮) ଚମ୍ପିଆନ ରହିବା ସହ ୨୦୧୯ ବିଶ୍ବ ରୌପ୍ୟ ପଦକ ବିଜେତା ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details