ଓଡିଶା

odisha

FIH Pro League: ନେଦରଲାଣ୍ଡସଠୁ 3-2ରେ ହାରିଲା ଭାରତ

By

Published : Jun 11, 2023, 9:09 AM IST

ଏଫଆଇଏଚ ପ୍ରୋ ଲିଗ ମ୍ୟାଚରେ ଆୟୋଜନ ନେଦରଲାଣ୍ଡସଠୁ ପରାସ୍ତ ହୋଇଛି ଭାରତ । 3-2 ଗୋଲରେ ମୁକାବିଲାରେ ପରାସ୍ତ ହୋଇଛି ଦଳ । ଅଧିକ ପଢନ୍ତୁ

ଏଫଆଇଏଚ ପ୍ରୋ ଲିଗ
FIH Pro League

ନୂଆଦିଲ୍ଲୀ:ନେଦରଲାଣ୍ଡସ ଗସ୍ତରେ ଥିବା ଭାରତୀୟ ପୁରୁଷ ହକି ଦଳ ଘରୋଇ ନେଦରଲାଣ୍ଡସଠୁ ପରାସ୍ତ ହୋଇଛି । 3-2 ଗୋଲରେ ପରାସ୍ତ ହୋଇଛି ଭାରତ । ଆଜି ଆର୍ଜେଣ୍ଟିନା ବିପକ୍ଷରେ ଖେଳିବ ଭାରତ । ଏଫଆଇଏଚ ପ୍ରୋ ଲିଗ ମ୍ୟାଚରେ ଘରୋଇ ନେଦରଲାଣ୍ଡସକୁ ଭେଟିଥିଲା ଭାରତ । ଏହି ମ୍ୟାଚର 59 ମିନିଟରେ ପେନାଲ୍ଟି ସୁଯୋଗ ହାତଛଡା କରି ଦଳ ପରାସ୍ତ ହୋଇଛି । ପ୍ରଥମ କ୍ବାର୍ଟରର ପ୍ରଥମ ମିନିଟରେ ଭାରତକୁ 2ଟି ପେନାଲ୍ଟି କର୍ଣ୍ଣର ମିଳିଥିଲେ ବି ଭାରତ ଗୋଲ କରିବାରେ ବିଫଳ ହୋଇଥିଲା । ଏହାପରେ ନେଦରଲାଣ୍ଡସ ଘନ ଘନ ଆକ୍ରମଣ କରିଥିଲା । ସପ୍ତମ ମିନିଟରେ ଘରୋଇ ଦଳର ଡୁକୋ ଟେଲେଜେନକ୍ୟାମ୍ପ ଗୋଲ କରି ଦଳ ପାଇଁ ଖାତା ଖୋଲିଥିଲେ । ଏହି ଭାଗରେ ଭାରତ ଗୋଲ ପରିଶୋଧ କରିପାରିନଥିଲା ।

ଦ୍ବିତୀୟ କ୍ବାର୍ଟରର ଭାରତର ସଞ୍ଜୟ ଏକ ଗୋଲ କରି ସ୍ଥିତି ବରାବର କରିଥିଲେ । ତୃତୀୟ କ୍ବାର୍ଟରରେ ନେଦରଲାଣ୍ଡସ ଆଉ ଦୁଇଟି ଗୋଲ କରି ମ୍ୟାଚ ନିୟନ୍ତ୍ରଣକୁ ଆଣିଥିଲା । 43ମିନିଟରେ ଟଜେପ ହୋଇଡେମାର୍କରସ ଓ 47 ମିନିଟରେ ବୋରିସ ଦୁଇଟି ଗୋଲ କରିଥିଲେ । ଚତୁର୍ଥ କ୍ବାର୍ଟରର 46 ମିନିଟରେ ଗୁରଜନ୍ତ ସିଂହ ଭାରତ ପାଇଁ ଦ୍ବିତୀୟ ଗୋଲ କରିଥିଲେ । ଭାରତ ପାଇଁ ଆଶା ସଞ୍ଚାର ହୋଇଥିଲା । ମ୍ୟାଚର 59 ମିନିଟରେ ପେନାଲ୍ଚି ସୁଟଆଉଟର ହାତଛଡା କରି ନେଦରଲାଣ୍ଡସଠୁ ପରାସ୍ତ ହୋଇଥିଲା ଭାରତ । ଏହି ପରାଜୟ ସତ୍ତ୍ବେ ଭାରତ ପଏଣ୍ଟ ତାଲିକାରେ ଶୀର୍ଷ ସ୍ଥାନ ବଜାୟ ରଖିଛି । ଆଜି ଆର୍ଜେଣ୍ଟିନା ବିପକ୍ଷରେ ଏକ ମ୍ୟାଚ ଖେଳିବ ପୁରୁଷ ଭାରତୀୟ ହକି ଦଳ ।

ଏହା ବି ପଢନ୍ତୁ...Womens Junior Asia Cup: ଫାଇନାଲରେ ଭାରତ, ଆଜି କୋରିଆ ସହ ମୁକାବିଲା

ଏହା ବି ପଢନ୍ତୁ...୧୨ରୁ ଓଡ଼ିଶା କ୍ରିକେଟ୍‌ ଲିଗ୍‌, ମୁହାଁମୁହିଁ ହେବେ ୬ ଦଳ

ବର୍ତ୍ତମାନ ଭାରତ 15ଟି ମ୍ୟାଚ ଖେଳି 7ଟିରେ ବିଜୟ, 3ଟି ଡ୍ର, 5ଟି ପରାଜୟ ଓ 3 ସୁଟଆଉଟ ବୋନସ ସହ ମୋଟ 27 ପଏଣ୍ଟ ପାଇଛି । ତାଲିକାର ଶୀର୍ଷରେ ରହିଛି । ଗ୍ରେଟ ବ୍ରିଟେନ 26 ପଏଣ୍ଟ ସହ ଦ୍ବିତୀୟ ଓ ଅଷ୍ଟ୍ରେଲିଆ 19 ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି । ଜୁନ 8 ତାରିଖରେ ପୂର୍ବ ମ୍ୟାଚରେ ଭାରତ ଆର୍ଜେଣ୍ଟିନା ବିପକ୍ଷରେ 3-0 ଗୋଲରେ ବିଜୟ ହାସଲ କରିଥିଲା । ନେଦରଲାଣ୍ଡସ ବିପକ୍ଷ ଅନ୍ୟ ଏକ ମୁକାବିଲାରେ 4-1 ଗୋଲରେ ପରାସ୍ତ ହୋଇଥିଲା ଭାରତୀୟ ହକି ଦଳ ।

ABOUT THE AUTHOR

...view details