ଓଡିଶା

odisha

CWG 2022: ହକିପ୍ରେମୀଙ୍କ ହୃଦୟ ଭାଙ୍ଗିଲା, ବର୍ମିଂହାମରୁ ଆସିଲା ଦୁଃଖ ଖବର

By

Published : Aug 6, 2022, 3:13 PM IST

Updated : Aug 6, 2022, 3:42 PM IST

ଅମ୍ପାୟରଙ୍କ ବିବାଦୀୟ ନିଷ୍ପତି ଯୋଗୁଁ ପ୍ରତିଯୋଗିତାର ସେମିଫାଇନାଲ ମ୍ୟାଚ୍‌ରେ ପରାସ୍ତ ହୋଇଛି ଭାରତ । ଫଳରେ ଅଲମ୍ପିକ୍‌ ପରେ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ମହିଳା ଟିମର ଗୋଲ୍ଡ ମଡାଲ ସ୍ବପ୍ନ ଚୁରମାର ହୋଇଯାଇଛି । ପେନାଲିଟି ସୁଟ୍‌ଆଉଟ୍‌ରେ ଶୁକ୍ରବାର ଭାରତୀୟ ଟିମ ଅଷ୍ଟ୍ରେଲିଆ ଠାରୁ 3-0ରେ ପରାସ୍ତ ହୋଇଛି । ଅଧିକ ପଢନ୍ତୁ

CWG 2022: ଅମ୍ପାୟରଙ୍କ ଭୁଲ୍‌ ନିଷ୍ପତି ପାଇଁ ମହିଳା ହକିରେ ହାରିଲା ଭାରତ
CWG 2022: ଅମ୍ପାୟରଙ୍କ ଭୁଲ୍‌ ନିଷ୍ପତି ପାଇଁ ମହିଳା ହକିରେ ହାରିଲା ଭାରତ

ବର୍ମିଂହାମ: ଇଂଲଣ୍ଡର ବର୍ମିଂହାମରେ ଚାଲିଛି ସମ୍ମାନଜନକ ରାଜ୍ୟଗୋଷ୍ଠୀ କ୍ରୀଡା ପ୍ରତିଯୋଗିତା । ଏହି ସଂସ୍କରଣର ରାଜ୍ୟଗୋଷ୍ଠୀ କ୍ରୀଡାକୁ ସର୍ବବୃହତ ସଂସ୍କରଣ ବୋଲି କୁହାଯାଉଛି । ଏଥିରେ ବିଶ୍ବର 72ଟି ଦେଶ ଓ କ୍ଷେତ୍ର 20ଟି ଭିନ୍ନ ଖେଳରେ ପ୍ରାୟ 280ଟି ଇଭେଣ୍ଟରେ ଅଂଶଗ୍ରହଣ କରୁଛନ୍ତି । ଦୁଇ ସପ୍ତାହରୁ ଅଧିକ ସମୟ ପାଇଁ ଏହି ମେଗା ସ୍ପୋର୍ଟ୍ସ ଇଭେଣ୍ଟ ଖେଳାଯାଉଛି । ପ୍ରତିଯୋଗିତାରେ ଏଯାବତ ଭାରତୀୟ ଆଥଲେଟ୍‌ ଦମଦାର ପ୍ରଦର୍ଶନ କରିଛନ୍ତି । କୁସ୍ତି ଇଭେଣ୍ଟ ଆରମ୍ଭର ପ୍ରଥମ ଦିନରେ ଭାରତୀୟ କୁସ୍ତିଯୋଦ୍ଧା ଦେଶପାଇଁ ଗୋଲ୍ଡ ମେଡାଲ ବର୍ଷା କରିଛନ୍ତି । ତେବେ ଭାରତୀୟ ମହିଳା ହକି ଟିମ ପାଇଁ ଏହି ଦିନ ଦୁର୍ଭାଗ୍ୟପୂର୍ଣ୍ଣ ରହିଛି ।

ଅମ୍ପାୟରଙ୍କ ବିବାଦୀୟ ନିଷ୍ପତି ଯୋଗୁଁ ପ୍ରତିଯୋଗିତାର ସେମିଫାଇନାଲ ମ୍ୟାଚ୍‌ରେ ପରାସ୍ତ ହୋଇଛି ଭାରତ । ଫଳରେ ଅଲମ୍ପିକ୍‌ ପରେ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ମହିଳା ଟିମର ଗୋଲ୍ଡ ମଡାଲ ସ୍ବପ୍ନ ଚୁରମାର ହୋଇଯାଇଛି । ପେନାଲିଟି ସୁଟ୍‌ଆଉଟ୍‌ରେ ଶୁକ୍ରବାର ଭାରତୀୟ ଟିମ ଅଷ୍ଟ୍ରେଲିଆ ଠାରୁ 3-0ରେ ପରାସ୍ତ ହୋଇଛି । ଫଳରେ ଇଂଲଣ୍ଡ ସହ ଗୋଲ୍ଡ ମେଡାଲ ମ୍ୟାଚ୍‌ ଖେଳିବାକୁ ଫାଇନାଲରେ ପହଞ୍ଚିଛି କଙ୍ଗାରୁ ଟିମ । ନିର୍ଦ୍ଧାରିତ ସମୟ ମଧ୍ୟରେ ମ୍ୟାଚ୍‌ 1-1ବରବାର ସ୍ଥିତିରେ ଶେଷ ହେବାପରେ ନିୟମ ଅନୁଯାୟୀ, ପେନାଲିଟି ସୁଟଆଉଟ୍‌ରେ ବିଜେତା ନିର୍ଣ୍ଣୟ ପାଇଁ ନିଷ୍ପତି ହୋଇଥିଲା ।

ସୁଟ୍‌ଆଉଟ୍‌ ସମୟରେ ଅଷ୍ଟ୍ରେଲୀୟ ଖେଳାଳି ରସି ମାଲୋନ୍‌(Rosie Malone) ନିଜର ସୁଟ୍‌ଆଉଟ୍‌ରେ ବିଫଳ ହୋଇଥିଲେ । ଭାରତୀୟ ଗୋଲକିପର ତଥା କ୍ୟାପଟେନ ସବିତା ପୁନିଆଙ୍କ ଚମତ୍କାର ପ୍ରଦର୍ଶନ ଓ ବୁଦ୍ଧି ବଳରେ ଅଷ୍ଟ୍ରେଲିଆର ପ୍ରଥମ ପ୍ରୟାସ ବିଫଳ ହୋଇଥିଲା । ଫଳରେ ଭାରତ ପାଇଁ ଗୋଲ୍‌ କରି ଲିଡ୍‌ ନେବାକୁ ସୁଯୋଗ ସୃଷ୍ଟି ହୋଇଥିଲା । ଏଥିରେ ଖୁସିରେ ନାଚିଉଠିଥିଲେ ଭାରତୀୟ ଖେଳାଳି ଓ ଫ୍ୟାନ୍ସ । ମାତ୍ର ଏହାପରେ ଯାହା ଭାରତୀୟ ଖେଳାଳିଙ୍କ ସହ ଘଟିଥିଲା ତାହା ବିଶ୍ବାସ କରିବା କଷ୍ଟକର ଥିଲା । ରାଜ୍ୟଗୋଷ୍ଠୀ କ୍ରୀଡା ଭଳି ବିଶ୍ବସ୍ତରୀୟ ପ୍ରତିଯୋଗିତାରେ ସେମିଫାଇନାଲ ଭଳି ଗୁରୁତ୍ବପୂର୍ଣ୍ଣ ମୁକାବିଲାରେ ଅମ୍ପାୟରଙ୍କ ନିଷ୍ପତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଅମ୍ପାୟର(ଟେକ୍ନିକାଲ ଅଫିସିଆଲ) କହିଥିଲେ, "Cloak Was Not Started" ଅର୍ଥାତ ଏହା ଆଉଥରେ ରିଟେକ୍‌ ହେବ । ଇଂଲଣ୍ଡର ଟେକ୍ନିକାଲ ଅଫିସିଆଲ ବି.ମୋର୍ଗାନ କ୍ଳକ ଷ୍ଟାର୍ଟ କରିବାକୁ ବିଫଳ ହେବାରୁ ଅଷ୍ଟ୍ରେଲୀୟ ଫରୱାର୍ଡଙ୍କୁ ଦ୍ବିତୀୟବାର ସୁଯୋଗ ଦେବାକୁ ନିଷ୍ପତି ହୋଇଥିଲା ।

ପ୍ରତ୍ୟେକ ଖେଳାଳିଙ୍କୁ ସୁଟଆଉଟ୍‌ରେ ବଲ୍‌କୁ ନେଟ୍‌ରେ ଲଗାଇ ଗୋଲ୍‌ କରିବାକୁ 8 ସେକେଣ୍ଡ ମିଳିଥାଏ । ଦ୍ବିତୀୟ ସୁଯୋଗ ମିଳିବାପରେ ମାଲୋନ ଗୋଲ୍‌ ସ୍କୋର୍‌ କରିଥିଲେ । ଅନ୍ୟପଟେ ଭାରତୀୟ ଖେଳାଳି ପ୍ରଥମ ତିନୋଟି ପ୍ରୟାସରେ ବିଫଳ ହୋଇଥିଲେ । ଅଷ୍ଟ୍ରେଲିଆ ସମସ୍ତ 3ଟି ପ୍ରୟାସରେ ସଫଳ ହୋଇଥିଲା । ଏହି ପରାଜୟ ପରେ ଭାରତୀୟ ଟିମର କୋଚ୍‌ଙ୍କ ବଡ ବୟାନ ଆସିଥିଲା । ଦୁଇ ଥରର ଅଲମ୍ପିକ ପଦକ ବିଜେତା Schopman କହିଥିଲେ, "ବିବାଦୀୟ କ୍ଳକ୍‌ ନ ଚାଲିବା ନିଷ୍ପତି ପରେ ଆମେ ସାମାନ୍ୟ ମୋମେଣ୍ଟମ ହରାଇଲୁ । ତା ପରେ ଯାହା ଘଟିଲା ସମସ୍ତଙ୍କ ହୃଦୟ ଭାଙ୍ଗିଗଲା । ଏହାକୁ ଏକ ଏକସ୍ୟୁଜ୍‌ ଭାବେ ବ୍ୟବହାର କରୁନାହିଁ, ମାତ୍ର ଗୋଲକିପର ଯେତେବେଳେ ଗୋଲ୍‌ ସେଭ୍‌ କରିବାରେ ସଫଳ ହୁଏ ସଂପୂର୍ଣ୍ଣ ଟିମର ମନୋବଳ ବଢିଯାଏ, ମାତ୍ର ପରମୂହୂର୍ତ୍ତରେ ନିଷ୍ପତି ବଦଳାଇଦେଲେ ଟିମର ସମସ୍ତ ସଦସ୍ୟ ଦୁଃଖିତ ହେବା ସ୍ବାଭାବିକ୍‌ ।"

ସେମିଫାଇନାଲ ପରାଜୟ ପରେ କୋଚ୍‌ଙ୍କ ସହ ଭାରତୀୟ ଖେଳାଳି

ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାକୁ ବୟାନ କରିବାକୁ ଯାଇ ସେ ଆହୁରି ମଧ୍ୟ କହିଛନ୍ତି ଯେ, "ଅମ୍ପାୟାରଙ୍କ ହାତ ଉପରକୁ ଉଠିଥିଲା ଅର୍ଥାତ ସୁଟଆଉଟ୍‌ ପାଇଁ ନିର୍ଦ୍ଦେଶ ମିଳିଲା ତେବେ ପରେ ଅମ୍ପାୟର ରିଟେକ୍‌ ପାଇଁ କହିବାରୁ ମୁଁ ବିବ୍ରତ ହେଲି । ମୁଁ ସମସ୍ତଙ୍କୁ ଧୈର୍ଯ୍ୟ ଧରିବାକୁ କହିଥିଲି, ମାତ୍ର ଜାଣିଥିଲି ଏହି ମୂହୂର୍ତ୍ତ ପରେ ନିରାଶ ଧ୍ୟାନ ହଟାଇଦେବ । ଆମେ ମଣିଷ ଓ ମଣିଷର ଭାବାବେଗ । ଆମେ ଏଥରୁ ବାହାରେ ନୋହୁଁ, ସେଥିପାଇଁ ସମସ୍ତ ଖେଳାଳିଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିଲି ଯେ, ଏହା ଗୁରୁତ୍ବପୂର୍ଣ୍ଣ ନୁହେଁ, ଗୁରୁତ୍ବପୂର୍ଣ୍ଣ ନୁହେଁ, କିନ୍ତୁ ବାସ୍ତବରେ ଏହା ଗୁରୁତ୍ବପୂର୍ଣ୍ଣ ଥିଲା ସେଥିପାଇଁ ମୁଁ ରାଗିଯାଇଥିଲି । ଅମ୍ପାୟର କହିଥିଲେ ଏହା ସେମାନଙ୍କର ନିଷ୍ପତି ନୁହେଁ । ସେମାନେ ଜାଣିଥିଲେ, ଏହି 10 ସେକେଣ୍ଡ ଆମେ ସ୍କୋର୍‌ କରିବାକୁ ହରାଇଦେଲୁ । ଏପରିକି ସେମାନେ ଅଭିଯୋଗ ମଧ୍ୟ କରିନଥିଲେ ।"

ଭାରତୀୟ ମହିଳା ହକି ଟିମ କ୍ୟାପଟେନ ସବିତା ପୁନିଆ

ଭାରତୀୟ କ୍ୟାପଟେନ ସବିତା ପୁନିଆ କହିଛନ୍ତି, "ଏହା ଆମର ଦୁର୍ଭାଗ୍ୟ ଥିଲା । ଟାଇମଆଉଟରେ ପ୍ରଥମ ଗୋଲ୍‌ ଆମେ ସେଭ୍‌ କରିପାରିଲୁ ମାତ୍ର ଆମକୁ କୁହାଗଲା ଟାଇମର ଷ୍ଟାର୍ଟ ହୋଇନଥିଲା । ଏହା ଖେଳାଳିଙ୍କ ମାନସିକ ସ୍ଥିତି ଓ ଭାବନା ଉପରେ ନିଶ୍ଚିନ୍ତ ପ୍ରଭାବ ପକାଏ । ଏହା ଖେଳର ଏକ ଅଂଶ । ମାତ୍ର ଅଷ୍ଟ୍ରେଲିଆ ଭଳି ଟିମ ବିପକ୍ଷରେ 0-1ରେ ପଛୁଆ ଥିବା ସତ୍ତ୍ବେ ଟିମ ଜବରଦସ୍ତ ପ୍ରଦର୍ଶନ କରି ଗୋଲ୍‌ କରିଥିଲା ଓ ବିଜୟ ନିକଟତର ହୋଇଥିଲା । ମୋ କ୍ୟାରିୟରରେ ଏହା ପ୍ରଥମ ଥର ପାଇଁ ଘଟିଲା, ପୂର୍ବରୁ ଏପରି କେବେ ହୋଇନଥିଲା ।"

ଏହି କ୍ଳକ କଣ୍ଟ୍ରୋଭର୍ସି ଘଟଣାରେ ଅନ୍ତର୍ଜାତୀୟ ହକି ଫେଡେରେସନ(FIH) ଶନିବାର କ୍ଷମା ପ୍ରାର୍ଥନା କରିଛି । ରାଜ୍ୟଗୋଷ୍ଠୀ କ୍ରୀଡା ସେମିଫାଇନାଲ ମୁକାବିଲାରେ ଭାରତୀୟ ମହିଳା ହକି ଟିମର ଅଷ୍ଟ୍ରେଲିଆ ଠାରୁ ପରାଜୟ ପରେ ଘଟଣାର ସମୀକ୍ଷା କରୁଛୁ ବୋଲି ମହାସଂଘ ସ୍ପଷ୍ଟ କରିଛି । ଭାରତୀୟ ଟିମ ରବିବାର ନ୍ୟୁଜିଲାଣ୍ଡ ବିପକ୍ଷରେ ବ୍ରୋଞ୍ଜ ମେଡାଲ ମ୍ୟାଚ୍‌ ଖେଳିବ ।

Last Updated : Aug 6, 2022, 3:42 PM IST

ABOUT THE AUTHOR

...view details