ଓଡିଶା

odisha

୭୫ତମ ସ୍ବାଧୀନତା ଦିବସ ସମାରୋହକୁ ୩୨ ଅଲମ୍ପିକ ବିଜେତାଙ୍କୁ ନିମନ୍ତ୍ରଣ

By

Published : Aug 14, 2021, 10:37 PM IST

ରବିବାର ଦେଶ ପାଳିବ ୭୫ତମ ସ୍ବାଧୀନତା ଦିବସ । ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

32 Olympic winners invited to 75th Independence Day Celebrations
୭୫ତମ ସ୍ବାଧୀନତା ଦିବସ ସମାରୋହକୁ ୩୨ ଅଲମ୍ପିକ ବିଜେତାଙ୍କୁ ନିମନ୍ତ୍ରଣ

ନୂଆଦିଲ୍ଲୀ:ରବିବାର ଦେଶ ପାଳିବ ୭୫ତମ ସ୍ବାଧୀନତା ଦିବସ । ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବ ଘୋଷଣା ମୁତାବକ ପ୍ରଧାନମନ୍ତ୍ରୀ ମୋଦି ସ୍ବାଧୀନତାର ଏହି ଭବ୍ୟ ସମାରୋହରେ ଦେଶର ଆଥଲେଟ୍‌ଙ୍କୁ ସ୍ବତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ କରିଛନ୍ତି ।

ଟ୍ରାକ ଓ ଫିଲ୍ଡ ଇଭେଣ୍ଟରେ ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ଦେଇଥିବା ଜାଭେଲିନ ଥ୍ରୋଅର ସୁବେଦାର ନୀରଜ ଚୋପ୍ରାଙ୍କ ସମେତ, ଦୁଇଜଣ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ(SAI) ଅଧିକାରୀଙ୍କୁ ମିଶାଇ ମୋଟ ୩୨ ଜଣ ଅଲମ୍ପିକ ବିଜେତା ଲାଲକିଲ୍ଲାରେ ହେବାକୁ ଥିବା ୭୫ ତମ ସ୍ବାଧୀନତା ଦିବସ ସମାରୋହରେ ଯୋଗଦେବେ ।

ସେହିପରି ପ୍ରାୟ ୨୪୦ ଅଲମ୍ପିଆନ, ସପୋର୍ଟ ଷ୍ଟାଫ ଓ SAI ଅଧିକାରୀଙ୍କୁ ମଧ୍ୟ ଜନପଥକୁ ନିମନ୍ତ୍ରଣ ମଳିଛି । ସଦ୍ୟ ସମାପ୍ତ ହୋଇଥିବା ଟୋକିଓ ଅଲମ୍ପିକରେ ୭ଟି ପଦକ ସହ ଭାରତ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି । ଗୋଟିଏ ସ୍ବର୍ଣ୍ଣ, ଦୁଇଟି ରୌପ୍ୟ ଓ ୪ଟି କାଂସ୍ୟ ପଦକ ଜିତିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details