ହାଇଦ୍ରାବାଦ: ବିଶ୍ବ ହକି ମାନ୍ୟତାର 3 ନମ୍ବର ସ୍ଥାନରେ ଥିବା ଜର୍ମାନୀ, ଭାରତୀୟ ମହିଳା ହକି ଟିମକୁ 5-0ରେ ହରାଇଛି । ଜର୍ମାନୀ ଗସ୍ତରେ ଥିବା ଭାରତୀୟ ଟିମ 4ଟି ମ୍ୟାଚ ବିଶିଷ୍ଟ ଟୁର୍ର ଶନିବାର ଖେଳାଯାଇଥିବା ପ୍ରଥମ ମ୍ୟାଚରେ ପରାସ୍ତ ହୋଇଛି ।
ଘରୋଇ ଟିମ ପକ୍ଷରୁ ପିଆ ମାର୍ଟିନସ ମ୍ୟାଚର 10ମ ଓ 14ତମ ମିନିଟରେ ଗୋଲ୍ କରିଥିଲେ । ପରେ ପାଉଲାଇନ ହେଇଞ୍ଜ 28ତମ ମିନିଟରେ ଓ ଲିସା ଆଲଟେନବର୍ଗ 41ତମ ମିନିଟରେ ଗୋଲ୍ କରିଥିଲେ । ପ୍ରଥମ କ୍ବାର୍ଟରରେ ମ୍ୟାଚର ଦ୍ବିତୀୟ ମିନିଟରେ ହିଁ ଭାରତକୁ ପେନାଲିଟ କର୍ଣ୍ଣର ମିଳିଥିଲେ ମଧ୍ୟ ଗୋଲ୍ରେ ପରିଣତ ହୋଇପାରିନଥିଲା ।