ଓଡିଶା

odisha

ପ୍ରଦର୍ଶନରେ ପରିବର୍ତ୍ତନ ହେଲେ ଟପ ଦଳକୁ ଟକ୍କର ଦେଇପାରିବୁ: ରାମପାଲ

By

Published : Feb 2, 2021, 10:56 PM IST

ଆର୍ଜେଣ୍ଟିନା ବିରୋଧରେ ଭାରତୀୟ ମହିଳା ହକି ଦଳ ଏତେଟା ଭଲ ପ୍ରଦର୍ଶନ କରିପାରିନାହିଁ । ତେବେ ଦଳୀୟ ପ୍ରଦର୍ଶନରେ ପରିବର୍ତ୍ତନ ହେଲେ ଦଳ ଭଲ ପ୍ରଦର୍ଶନ କରିପାରିବ ବୋଲି କହିଛନ୍ତି ରାନୀ ରାମପାଲ । ଅଧିକ ପଢ଼ନ୍ତୁ...

we can win over world best team if we little change in our performance says woman hockey captain rani rampal
ପ୍ରଦର୍ଶନରେ ପରିବର୍ତ୍ତନ ହେଲେ ଟପ ଦଳକୁ ଟକ୍କର ଦେଇ ପାରିବୁ: ରାମପାଲ

ଆର୍ଜେଣ୍ଟିନା:"ଦଳୀୟ ପ୍ରଦର୍ଶନରେ କିଛିଟା ପରିବର୍ତ୍ତନ ହେଲେ ଆମ ଦଳ ମଧ୍ୟ ବିଶ୍ବର ଟପ ଦଳ ଭଳି ପ୍ରଦର୍ଶନ କରିପାରିବ ।" ଏକ ସାକ୍ଷାତକାରରେ ଏହା କହିଛନ୍ତି ଭାରତୀୟ ମହିଳା ହକି ଦଳର ଅଧିନାୟକ ରାନୀ ରାମପାଲ। ବର୍ତ୍ତମାନ ଭାରତୀୟ ମହିଳା ହକି ଦଳ ଆର୍ଜେଣ୍ଟିନା ଗସ୍ତରେ ରହିଛି । ତେବେ ଦଳ ଏତେଟା ଭଲ ପ୍ରଦର୍ଶନ କରି ପାରିନାହିଁ । ଆର୍ଜେଣ୍ଟିନା ସହ ପ୍ରଥମ ଦୁଇଟି ମ୍ୟାଚରେ ଦଳ 2-3 ଓ 0-2ରେ ଗୋଲରେ ପରାଜିତ ହୋଇଛି ଭାରତୀୟ ଦଳ।

ଭାରତୀୟ ଅଧିନାୟକ ରାନୀ ରାମପାଲ କହିଛନ୍ତି ଯେ, "2017 ମସିହାରେ ଏକ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ଆର୍ଜେଣ୍ଟିନାର ପାଖରେ ପହଞ୍ଚିବା କଷ୍ଟକର ହୋଇପଡ଼ିଥିଲା । ଆମେ ତାଙ୍କ ସର୍କଲ ପାଖରେ ବି ପହଞ୍ଚିବାରେ ଅସମର୍ଥ ଥିଲୁ । ଗୋଲ ଦେବା ପାଇଁ ନା ଆମେ କୌଣସି ସୁଯୋଗ ସୃଷ୍ଟି କରି ପାରିଥିଲୁ ନା ପେନାଲ୍ଟି କର୍ଣ୍ଣର ଦେଇ ପାରିଥିଲୁ । ଆର୍ଜେଣ୍ଟିନା ଭଳି ଟିମ ବିରୁଦ୍ଧରେ ଖେଳିବା ବେଳେ ଆମେ କମ ଗୋଲରେ ହାରିବାକୁ ଚେଷ୍ଟା କରୁଥିଲୁ । କିନ୍ତୁ ବର୍ତ୍ତମାନ ଖେଳାଳିଙ୍କ ପ୍ରଦର୍ଶନରେ ଉନ୍ନତି ଆସୁଛି । ଆମେ ଏବେ ଆର୍ଜେଣ୍ଟିନା ବିରୋଧରେ ଜିତିବାକୁ ଚେଷ୍ଟା କରୁଛୁ ।"

କୋଭିଡ -19 ଭାଇରସ କଟକଣା ଯୋଗୁଁ ଦଳ 8 ମାସ ହେଲା ଅଭ୍ୟାସରୁ ବଞ୍ଚିତ ରହିଥିଲା । ଏହାସତ୍ତ୍ବେ ଦଳ ସଂଘର୍ଶପୂର୍ଣ୍ଣ ମ୍ୟାଚ ଖେଳି ହାରିଛି । ଦଳୀୟ ପ୍ରଦର୍ଶନରେ କେତେଟା ପରିବର୍ତ୍ତନ କଲେ ଆର୍ଜେଣ୍ଟିନା ଭଳି ଟପ୍ ଦଳକୁ ସହ ଟକ୍କର ଦେଇ ହେବ ବୋଲି କହିଛନ୍ତି ଭାରତୀୟ ଅଧିନାୟକ ରାନୀ ରାମପାଲ । ଏହାସହ ଆର୍ଜେଣ୍ଟିନା ସହ ଏହି ସିରିଜ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହେବାକୁ ସହାୟକ ହେବ ବୋଲି ସେ ମତ ଦେଇଛନ୍ତି ।

ରବିବାର ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ମ୍ୟାଚ 1-1 ଗୋଲରେ ଡ୍ର ରହିଥିଲା। ଏହାପରେ ଲଗାତାର ବର୍ଷା କାରଣରୁ ତୃତୀୟ ମ୍ୟାଚ ଓ ଚତୁର୍ଥ ମ୍ୟାଚ ବାତିଲ ହୋଇଛି । ଏହାପୂର୍ବରୁ ଭାରତୀୟ ମହିଳା ହକି ଦଳର ଆର୍ଜେଣ୍ଟିନାର ଜୁନିଅର ଦଳଠାରୁ ମଧ୍ୟ ଜିତି ପାରିନଥିଲା । ଗୋଟିଏ ମ୍ୟାଚ 2-2ରେ ଡ୍ର ହୋଇଥିବା ବେଳେ ଗୋଟିଏ ମ୍ୟାଚ 1-1ରେ ଡ୍ର ହୋଇଥିଲା । ଏହାପରେ ଆର୍ଜେଣ୍ଟିନା ବି ଦଳଠାରୁ ଭାରତୀୟ ମହିଳା ହକି ଦଳ 1-2 ଓ 2-3ରେ ପରାଜିତ ହୋଇଥିଲା ।

@ians

ABOUT THE AUTHOR

...view details