ଓଡିଶା

odisha

ବନ୍ଦନାଙ୍କୁ ରାନୀଙ୍କ ସମର୍ଥନ, କହିଲେ ଜାତିବାଦରୁ ଉପରକୁ ଉଠନ୍ତୁ ଲୋକେ

By

Published : Aug 7, 2021, 5:51 PM IST

Updated : Aug 7, 2021, 10:28 PM IST

ଟୋକିଓ ଅଲମ୍ପିକ ୨୦୨୦ରେ ଖେଳିଥିବା ହକି ଖେଳାଳି ବନ୍ଦନା କାଟାରିୟାଙ୍କ ପରିବାର ପ୍ରତି ଜାତିଆଣ ଆକ୍ଷେପ ନେଇ ପ୍ରତିକ୍ରିୟା ରଖିଲେ ମହିଳା ହକି ଟିମ କ୍ୟାପଟେନ ରାନୀ ରାମପାଲ୍‌ । ଅଧିକ ପଢନ୍ତୁ...

rani-rampal-support-vandana-katariya
ବନ୍ଦନାଙ୍କୁ ରାନୀଙ୍କ ସମର୍ଥନ, କହିଲେ ଜାତିବାଦରୁ ଉପରକୁ ଉଠନ୍ତୁ ଲୋକେ

ହାଇଦ୍ରାବାଦ:ଟୋକିଓ ଅଲମ୍ପିକ ୨୦୨୦ରେ ସେମିଫାଇନାଲ ପର୍ଯ୍ୟନ୍ତ ପହଞ୍ଚିଥିବା ଭାରତୀୟ ମହିଳା ହକି ଟିମର କୋଟିକୋଟି ଭାରତୀୟଙ୍କ ହୃଦୟ ଜିତି ନେଇଛନ୍ତି ।

ମାତ୍ର ଏହା ମଧ୍ୟରେ ହକି ଖେଳାଳି ବନ୍ଦନା କାଟାରିୟାଙ୍କ ପରିବାର ପ୍ରତି କିଛି ଲୋକେ ଜାତିଆଣ ଆକ୍ଷେପ କରିଥିବା ଖବର ସାମ୍ନାକୁ ଆସିଲା, ଯାହା ସମସ୍ତଙ୍କୁ ଚକିତ କରିଥିଲା । ଟିମ ଇଣ୍ଡିଆ କ୍ୟାପଟେନ ରାନୀ ରାମପାଲ ଏବେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ।

"ରାନୀ ରାମପାଲ କହିଛନ୍ତି, ବନ୍ଦନାଙ୍କ ପରିବାର ସହ ଯାହା କିଛି ହୋଇଛି, ସେସବୁ ଲଜ୍ଜାଜନକ । ଲୋକଙ୍କୁ ଜାତିବାଦର ଉପରକୁ ଉଠିବାକୁ କହିବାକୁ ଚାହିଁବି । ଆମର ଧର୍ମ ଭିନ୍ନ, ଆମେ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ରହୁଛେ । ମାତ୍ର ଯେବେ ଆମେ ଖେଳୁ ଭାରତୀୟ ପତାକା ପାଇଁ ଖେଳୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Aug 7, 2021, 10:28 PM IST

ABOUT THE AUTHOR

...view details