ଓଡିଶା

odisha

ମହିଳା ହକି ଟିମର ଲଢୁଆ ପ୍ରଦର୍ଶନ ନୂଆ ଭାରତର ପ୍ରତୀକ: ପ୍ରଧାନମନ୍ତ୍ରୀ

By

Published : Aug 6, 2021, 12:57 PM IST

ଅଲମ୍ପିକ୍‌ରେ ଭାରତୀୟ ମହିଳା ହକି ଟିମ୍‌ର ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ମହିଳା ହକି ଟିମର ଲଢୁଆ ପ୍ରଦର୍ଶନ ନୂଆ ଭାରତର ପ୍ରତୀକ: ପ୍ରଧାନମନ୍ତ୍ରୀ
ମହିଳା ହକି ଟିମର ଲଢୁଆ ପ୍ରଦର୍ଶନ ନୂଆ ଭାରତର ପ୍ରତୀକ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଅଲମ୍ପିକ୍‌ରେ ଭାରତୀୟ ମହିଳା ହକି ଟିମ୍‌ର ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । "ଅଳ୍ପକେ ପଦକରୁ ବଞ୍ଚିତ ହେବାକୁ ପଡିଲା, ବିଜୟ ପାଇଁ ସମସ୍ତ ଜୋର୍‌ ଲଗାଇବା ଓ ନିରନ୍ତର ନିଷ୍ଠାର ନୂଆ ଏକ ସ୍ତରରେ ପହଞ୍ଚିବା ନୂଆ ଭାରତର ଜୋଶ୍‌କୁ ଦର୍ଶାଉଛି" ବୋଲି କହିଛନ୍ତି ମୋଦି ।

ଇତିହାସ ରଚିଥିବା ଭାରତୀୟ ମହିଳା ହକି ଟିମର ପ୍ରଥମ ଅଲମ୍ପିକ ପଦକ ସ୍ବପ୍ନ ଅଧୁରା ରହିଗଲା । ବ୍ରୋଞ୍ଜ ପଦକ ମ୍ୟାଚରେ ଗ୍ରେଟ ବ୍ରିଟେନ ଠାରୁ ୩-୪ରେ ପରାଜିତ ହେଲା ଭାରତ । କଡା ସଂଘର୍ଷପୂର୍ଣ୍ଣ ମ୍ୟାଚରେ ବିଜୟରୁ ଅଳ୍ପକେ ବଞ୍ଚିତ ହେଲା ଟିମ ଇଣ୍ଡିଆ । ମାତ୍ର ମହିଳା ଟିମର ସମସ୍ତ ଖେଳାଳି ଲଢୁଆ ପ୍ରଦର୍ଶନରେ ଦେଶବାସୀଙ୍କ ହୃଦୟ ଜିତିନେଇଛନ୍ତି ।

ଏହି ପରାଜୟ ପରେ ମହିଳା ହକି ଟିମ ଉଦ୍ଦେଶ୍ୟରେ ଟ୍ବିଟରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି, "ମହିଳା ହକିରେ ଅଳ୍ପକେ ପଦକରୁ ବଞ୍ଚିତ ହେବାକୁ ପଡିଲା, ମାତ୍ର ଶେଷ ପର୍ଯ୍ୟନ୍ତ ଲଢେଇ ଜାରି ରଖି ପରାଜୟ ପାଇଁ ପ୍ରସ୍ତୁତ ନଥିବା ନୂଆ ଭାରତର ଲଢୁଆ ଜୋସ୍‌କୁ ପ୍ରତିଫଳିତ କରୁଛି, ଭାରତର ଝିଅମାନଙ୍କୁ ହକି ପ୍ରତି ଆକୃଷ୍ଟ କରିବ ଓ ପ୍ରେରିତ କରିବ, ଟିମ ପାଇଁ ଗର୍ବିତ ।"

କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ମହିଳା ହକି ଟିମର ସମସ୍ତ ଖେଳାଳିଙ୍କ ଲଢୁଆ ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି । ପଦକ ବିଜୟିନୀ ହୋଇନପାରିଥିଲେ ମଧ୍ୟ ସମସ୍ତ ଖେଳାଳି ପ୍ରଦର୍ଶନରେ ଦେଶବାସୀଙ୍କୁ ଗର୍ବିତ କରିଛନ୍ତି ବୋଲି କହିଛନ୍ତି ଠାକୁର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details