ଓଡିଶା

odisha

2023 ହକି ବିଶ୍ବକପ, କେରଳରୁ ଶୁଭେଚ୍ଛା ଜଣାଇଲେ ଅଧ୍ୟାପକ

By

Published : Apr 16, 2021, 9:06 PM IST

2023ରେ ରାଜ୍ୟରେ ହେବାକୁ ଥିବା ହକି ବିଶ୍ବକପକୁ ନେଇ ଶୁଭେଚ୍ଛା ଜଣାଇଛନ୍ତି କେରଳର ଅଧ୍ୟାପକ । କ୍ରୀଡ଼ା ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଓଡ଼ିଶା ବିଗତ କିଛି ବର୍ଷ ମଧ୍ୟରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି । ଅଧିକ ପଢ଼ନ୍ତୁ...

2023 ହକି ବିଶ୍ବକପକୁ ନେଇ କେରଳରୁ ଶୁଭେଚ୍ଛା ଜଣାଇଲେ ଅଧ୍ୟାପକ
2023 ହକି ବିଶ୍ବକପକୁ ନେଇ କେରଳରୁ ଶୁଭେଚ୍ଛା ଜଣାଇଲେ ଅଧ୍ୟାପକ

ଭୁବନେଶ୍ବର: 2023ରେ ରାଜ୍ୟରେ ହେବାକୁ ଥିବା ହକି ବିଶ୍ବକପକୁ ନେଇ ଶୁଭେଚ୍ଛା ଜଣାଇଛନ୍ତି କେରଳର ପ୍ରଫେସର । କ୍ରୀଡ଼ା ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଓଡ଼ିଶା ବିଗତ କିଛି ବର୍ଷ ମଧ୍ୟରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି । ବିଶେଷ କରି ରାଜଧାନୀ ଭୁବନେଶ୍ଵରରେ କ୍ରୀଡ଼ା ଭିତ୍ତିଭୂମି ବିକାଶ ଓ କଳିଙ୍ଗ ଷ୍ଟାଡିୟମରେ ବିଶ୍ଵକପ ହକି ଆୟୋଜନ କରି ରାଜ୍ୟ ଉଚ୍ଚ ପ୍ରଶଂସିତ ହୋଇଥିଲା। ଏହାପରେ ଦେଶର ଅଗ୍ରଣୀ କ୍ରୀଡ଼ା ପ୍ରୋତ୍ସାହିତ ରାଜ୍ୟ ଭାବରେ ଓଡ଼ିଶା ମାନ୍ୟତା ପାଇଛି ।

2023 ହକି ବିଶ୍ବକପ, କେରଳରୁ ଶୁଭେଚ୍ଛା ଜଣାଇଲେ ଅଧ୍ୟାପକ

ରାଜ୍ୟରେ କ୍ରୀଡ଼ା ପ୍ରୋତ୍ସାହନ କ୍ଷେତ୍ରରେ ଆଉ ଏକ ନୂତନ ଫର୍ଦ୍ଦ ଯୋଡି ହେବାକୁ ଯାଉଛି । ରାଉରକେଲାରେ ତିଆରି ହେବାକୁ ଥିବା ଆନ୍ତର୍ଜାତିକ ହକି ଷ୍ଟାଡିୟମ । ଓଡ଼ିଶାର ଅଗ୍ରଗତିକୁ ନେଇ କ୍ରୀଡ଼ାପ୍ରେମୀ ବେଶ ପ୍ରଶଂସା କରିଛନ୍ତି । କେବଳ ରାଜ୍ୟ ନୁହେଁ ରାଜ୍ୟ ବାହାରୁ ମଧ୍ୟ କ୍ରୀଡ଼ାପ୍ରେମୀଙ୍କ ଭଲ ପାଇବା ମିଳଛି ।

2023 ହକି ବିଶ୍ବକପକୁ ନେଇ କେରଳରୁ ଶୁଭେଚ୍ଛା ଜଣାଇଲେ ଅଧ୍ୟାପକ

ଖାଲି ଓଡ଼ିଶା ନୁହେଁ ଓଡ଼ିଶା ବାହାରେ ମଧ୍ୟ କ୍ରୀଡାପ୍ରେମୀ ମାନେ ଏକ ପ୍ରକାରର ବ୍ରାଣ୍ଡ ଆମ୍ବାସାଡର ପାଲଟିଛନ୍ତି। ଏହି ପରିପ୍ରକ୍ଷୀରେ କେରଳର ପ୍ରୋଫେସର ଓ ଅଧ୍ୟାପକମାନ ମଧ୍ୟ 2023 ହକି ବିଶ୍ବକପକୁ ନେଇ ଶୁଭେଚ୍ଛା ଜଣାଇଛନ୍ତି।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details