ଓଡିଶା

odisha

ଜର୍ମାନୀରେ ପହଞ୍ଚିଲା ରାନୀ ସେନା, ଶୁଭେଚ୍ଛା ଜଣାଇଲେ ଭାରତୀୟ ରାଷ୍ଟ୍ରଦୂତ

By

Published : Feb 23, 2021, 7:02 PM IST

ଜର୍ମାନୀରେ ପହଞ୍ଚିବା ପରେ, ଭାରତୀୟ ମହିଳା ହକି ଦଳକୁ ଫ୍ରାଙ୍କଫର୍ଟରେ ଥିବା ଭାରତୀୟ ବାଣିଜ୍ୟିକ ଦୂତାବାସ ମୁଖ୍ୟ ରୁବି ଜଶପ୍ରୀତ ଓ ଅନୁଜ ଗୁପ୍ତା ସ୍ବାଗତ କରିଛନ୍ତି ।

indian Consuls wecomes rani rampal led womens hockey team as they arrived german
ଜର୍ମାନୀରେ ପହଞ୍ଚିଲା ରାନୀ ସେନା, ଶୁଭେଚ୍ଛା ଜଣାଇଲେ ଭାରତୀୟ ରାଷ୍ଟ୍ରଦୂତ

ହାଇଦ୍ରାବାଦ: ଜର୍ମାନୀରେ ପହଞ୍ଚିଲା ଭାରତୀୟ ମହିଳା ହକି ଦଳ । ଜର୍ମାନୀରେ ପହଞ୍ଚିବା ପରେ ଫ୍ରାଙ୍କଫର୍ଟରେ ଥିବା ଭାରତୀୟ ବାଣିଜ୍ୟିକ ଦୂତାବାସ ମୁଖ୍ୟ ରୁବି ଜଶପ୍ରୀତ ଓ ଅନୁଜ ଗୁପ୍ତା ରାନୀ ରାମପାଲଙ୍କ ନେତତ୍ବରେ ଯାଇଥିବା ଭାରତୀୟ ଦଳକୁ ସ୍ବାଗତ କରିଛନ୍ତି । ଏନେଇ ଜର୍ମାନୀରେ ଥିବା ଭାରତୀୟ ବାଣିଜ୍ୟିକ ଦୂତାବାସ ପକ୍ଷରୁ ଟ୍ବିଟ ଯୋଗେଁ ସୂଚନା ଦିଆଯାଇଛି ।

ଭାରତୀୟ ମହିଳା ହକି ଦଳ ଜର୍ମାନୀ ବିପକ୍ଷରେ 4ଟି ମ୍ୟାଚ ଖେଳିବାର ସୂଚୀ ରହିଛି ।

ମଙ୍ଗଳବାର 18 ଖେଳାଳି ଓ 7ଜଣ ସପୋର୍ଟ ଷ୍ଟାଫଙ୍କୁ ନେଇ ବେଙ୍ଗାଲୁରୁରୁ ଜର୍ମାନୀ ଅଭିମୁଖେ ଉଡାଣ ଭରିଥିଲା ଦଳ। ପୂର୍ବରୁ ସ୍ପୋର୍ଟ୍ସ ଅଥରିଟି ଅଫ୍‌ ଇଣ୍ଡିଆର ନ୍ୟାସନାଲ କୋଚିଂ କ୍ୟାମ୍ପରେ ପ୍ରସ୍ତୁତି ଚଳାଇଥିଲା । 18 ଖେଳାଳିଙ୍କ ମଧ୍ୟରେ ଦୁଇ ଓଡିଆ ଝିଅ ଦୀପ ଗ୍ରେସ ଏକ୍କା ଓ ଲିଲିମା ମିଞ୍ଜ ରହିଛନ୍ତି ।

ଫେବ୍ରୁଆରୀ 27ରେ ଜର୍ମାନୀ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବାର ସୂଚୀ ରହିଛି । ଦ୍ବିତୀୟ ମ୍ୟାଚ 28 ଫେବ୍ରୁଆରୀ ଓ ପରେ ମାର୍ଚ୍ଚ 2, 4ରେ ଶେଷ ଦୁଇଟି ମ୍ୟାଚ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details