ଓଡିଶା

odisha

କଳିଙ୍ଗ ଷ୍ଟାଡିୟମରେ ମହିଳା ହକି ଟିମ ଇଣ୍ଡିଆର ଅଭ୍ୟାସ ଆରମ୍ଭ

By

Published : Oct 15, 2019, 3:30 AM IST

କଳିଙ୍ଗ ଷ୍ଟାଡିୟମରେ ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ପାଇଁ ଭାରତୀୟ ମହିଳା ହକି ଦଳ ଅଭ୍ୟାସ ଆରମ୍ଭ କରିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଅଲମ୍ପିକ ଯୋଗ୍ୟତା ପାଇଁ ଅନ୍ତିମ ପର୍ଯ୍ୟାୟ ମ୍ୟାଚ ଖେଳାଯିବ । ପ୍ରଥମଥର ଭାରତୀୟ ମହିଳା ହକି ଦଳ କଳିଙ୍ଗ ଷ୍ଟାଡିୟମରେ ଖେଳିବ । ନଭେମ୍ବର 1 ଓ 2 ଦୁଇଦିନ ମ୍ୟାଚ ଖେଳାଯିବ ।

ସେଥପାଇଁ ମହିଳା ହକି ଟିମ ଇଣ୍ଡିଆ ଜୋରଦାର ପ୍ରସ୍ତୁତି ଚଲାଇଛି । ସନ୍ଧ୍ୟା 6 ଟାରେ ଆରମ୍ଭ ହୋଇଥିବା ଏହି କ୍ୟାମ୍ପରେ ସମସ୍ତ ଖେଳାଳି ଯୋଗ ଦେଇଥିଲେ । କୋଚ ଜୋର୍ଡ ମାରିଜନ ଖେଳାଳିଙ୍କୁ ପ୍ରଥମେ ବିଶେଷ ଟିପସ ଦେଇଛନ୍ତି । ଏଥିସହିତ ଘଣ୍ଟାଏରୁ ଉର୍ଦ୍ଧ୍ବ ସମୟ ଧରି ବିଭିନ୍ନ ଖେଳାଳି ମାନେ ଅଭ୍ୟାସ କରିଛନ୍ତି ।

ଭାରତୀୟ ଟିମ ପକ୍ଷରୁ ଆୟୋଜିତ ବିଶେଷ ଟ୍ରେନିଂ କ୍ୟାମ୍ପରେ ମହିଳା ଦଳ ପ୍ରଥମେ ପ୍ରସ୍ତୁତି କରିଛି । ପୁରୁଷ ଟିମ ମଧ୍ୟ ଓଡିଶା ପହଞ୍ଚିବା ପରେ କ୍ୟାମ୍ପରେ ଅଭ୍ୟାସ କରିବ ବୋଲି ସୂଚନା ରହିଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଭାରତୀୟ ମହିଳା ଦଳର କ୍ୟାମ୍ପ ଆରମ୍ଭ
ଭୁବନେଶ୍ୱର ରେ ପହଁଚିଥିବା ଭାରତୀୟ ମହିଳା ହକି ଟିମ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ତାର ପ୍ରସ୍ତୁତି କ୍ୟାମ୍ପ ଆରମ୍ଭ କରିଛି।ସନ୍ଧ୍ୟା 6 ଟାରେ ଆରମ୍ଭ ହୋଇଥିବା ଏହି କ୍ୟାମ୍ପ ରେ ସମସ୍ତ ଖେଳାଳି ଯୋଗ ଦେଇଥିବା ବେଳେ କୋଚ ଜୋର୍ଡ ମାରିଜନ ଖେଳାଳିମାନଙ୍କୁ ପ୍ରଥମେ ବିଶେଷ ଟିପିସ ଦେଇଛନ୍ତି। ପରେ ସେମାନଙ୍କୁ ଘଣ୍ଟାଏରୁ ଉର୍ଦ୍ଧ୍ବ ସମୟ ଧରି ବିଭିନ୍ନ କୌଶଳ ବିଷୟରେ ଅଭ୍ୟାସ କରିଛନ୍ତି।
Body:ସୂଚନାଯୋଗ୍ୟକି ଆସନ୍ତା ନଭେମ୍ବର 1 ଓ 2 ତାରିଖରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଅଲମ୍ପିକ ଯୋଗ୍ୟତା ପାଇଁ ଅନ୍ତିମ ପର୍ଯ୍ୟାୟ ମ୍ୟାଚ ଖେଳା ଯିବାକୁ ଅଛି।ସେଥିପାଇଁ ଭାରତୀୟ ଟିମ ପକ୍ଷରୁ ଆୟୋଜିତ ବିଶେଷ ଟ୍ରେନିଂ କ୍ୟାମ୍ପ ଆୟୋଜନ କରାଯାଇଥିବାବେଳେ ଆଜି ସୁଦ୍ଧା ଉଭୟ ମହିଳା ଓ ପୁରୁଷ ଟିମ ଆସି ପହଞ୍ଚିଛନ୍ତି।ଆଜି ମହିଳା ଟିମ ତାର ଅଭ୍ୟାସ ଆରମ୍ଭ କରିଥିବାବେଳେ ଆସନ୍ତାକାଲି ପୁରୁଷ ଟିମ ମଧ୍ୟ ତାର ଅଭ୍ୟାସ କରିବ ବୋଲି ସୂଚନା ରହିଛି।

ଭୁବନେଶ୍ୱର ରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭାରତ
Conclusion:

ABOUT THE AUTHOR

...view details