ଓଡିଶା

odisha

ମଙ୍ଗଳବାର ଓଡିଶା ଆସୁଛି ହକି ଟିମ ଇଣ୍ଡିଆ, ସ୍ବାଗତ ପାଇଁ ଜୋରଦାର ପ୍ରସ୍ତୁତି

By

Published : Aug 16, 2021, 5:26 PM IST

Updated : Aug 16, 2021, 5:39 PM IST

ଅଲମ୍ପିକ ହକି ଟିମ ଇଣ୍ଡିଆକୁ ମଙ୍ଗଳବାର ଭୁବନେଶ୍ବରରେ ସ୍ବାଗତ କରିବ ଓଡିଶା । ଅଧିକ ପଢନ୍ତୁ...

Olympics Hockey Team India coming to Odisha tomorrow, preparations for Welcome are in full swing
ଓଡିଶା ଆସୁଛି ହକି ଟିମ ଇଣ୍ଡିଆ, ସମ୍ବର୍ଦ୍ଧନା ପାଇଁ ଜୋରଦାର ପ୍ରସ୍ତୁତି

ଭୁବନେଶ୍ବର:ଅଲମ୍ପିକ ହକି ଟିମ ଇଣ୍ଡିଆକୁ ମଙ୍ଗଳବାର ଭୁବନେଶ୍ବରରେ ସ୍ବାଗତ କରିବ ଓଡିଶା ଆସନ୍ତାକାଲି(ମଙ୍ଗଳବାର) ଓଡିଶା ଆସୁଛନ୍ତି ଭାରତୀୟ ପୁରୁଷ ଓ ମହିଳା ହକି ଟିମର ଖେଳାଳି । ଉଭୟ ପୁରୁଷ ଓ ମହିଳା ଟିମର ମୁଖ୍ୟ ପ୍ରାୟୋଜକ ରହିଛି ଓଡିଶା । ଫଳରେ ସଦ୍ୟସମାପ୍ତ ଟୋକିଓ ଅଲମ୍ପିକ୍‌ରେ ଐତିହାସିକ ପ୍ରଦର୍ଶନ କରିଥିବା ହକି ଟିମକୁ ସମ୍ବର୍ଦ୍ଧନା କରିବାକୁ ସରକାର ଜୋରଦାର ପ୍ରସ୍ତୁତି କରୁଛି ।

ମଙ୍ଗଳବାର ଓଡିଶା ଆସୁଛି ହକି ଟିମ ଇଣ୍ଡିଆ, ସ୍ବାଗତ ପାଇଁ ଜୋରଦାର ପ୍ରସ୍ତୁତି

ଆସନ୍ତାକାଲି ସକାଳ 11.00 ଟାରେ ଭୁବନେଶ୍ବର ବିମାନବନ୍ଦରରେ ୨ଟି ଯାକ ହକି ଟିମ ପହଞ୍ଚିବାର ସୂଚନା ରହିଛି । ସେମାନଙ୍କୁ ସ୍ବାଗତ କରିବା ପାଇଁ ଜୋରଦାର ବ୍ୟବସ୍ଥା କରାଯାଇଛି ।

୪୧ ବର୍ଷରେ ଅଲମ୍ପିକ ହକି ପ୍ରତିଯୋଗିତାରେ ଟୋକିଓରେ ଭାରତୀୟ ପୁରୁଷ ହକି ଟିମ ବ୍ରୋଞ୍ଜ ଜିତି ଇତିହାସ ରହିଛି । ସେହିପରି ସେମିଫାଇନାଲ୍‌ରେ ମହିଳା ହକି ଟିମର ଲଢ଼ୁଆ ପ୍ରଦର୍ଶନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ଟିମକୁ ଓଡିଶା ଆସିବାକୁ ନିମନ୍ତ୍ରଣ କରିଥିଲେ ।

ଓଡିଶା ସରକାର ଉଭୟ ଟିମର ପ୍ରାୟୋଜକ ଥିବାରୁ ଓଡିଶା ମାଟିରେ ଖେଳାଳିଙ୍କୁ ସମ୍ବର୍ଦ୍ଧନା କରିବା ପାଇଁ ଜୋରଦାର ପ୍ରସ୍ତୁତି ହେଉଛି ।

ଉଭୟ ମହିଳା ଓ ପୁରୁଷ ହକି ଟିମ ସ୍ୟାଣ୍ଡି ଟାଓ୍ବାରରେ ରହିବା ନେଇ ବ୍ୟବସ୍ଥା ହୋଇଛି । ସେଠାରେ ସେମାନଙ୍କ ପାଇଁ ୪୦ଟି ରୁମ୍ ବୁକ୍ କରାଯାଇଛି । ସମସ୍ତ କୋଭିଡ କଟକଣା ମଧ୍ୟରେ ସେମାନଙ୍କୁ ସ୍ବାଗତ କରିବା ପାଇଁ ହେଟେଲ୍‌ ପକ୍ଷରୁ ବହୁତ ସୁନ୍ଦର ବ୍ୟବସ୍ଥା ସବୁ କରାଯାଇଛି । ପୂର୍ବରୁ ପ୍ରାକ୍ଟିସ ସମୟରେ ଖେଳାଳିମାନେ ସେହି ହୋଟେଲରେ ରହିଥିଲେ । ଫଳରେ ସେଠାରେ ମନ ପସନ୍ଦର ଖାଦ୍ୟ ଖେଳାଳିଙ୍କୁ ଅପେକ୍ଷା କରିଥିବା କହିଛନ୍ତି ସ୍ୟାଣ୍ଡି ଟାୱାର ର ସେଫ୍ । ହୋଟେଲ୍ ର ସମସ୍ତ କର୍ମଚାରୀ ଯେଉଁମାନେ ଖେଳାଳିଙ୍କ ସେବାରେ ରହିବେ ସମସ୍ତଙ୍କ RT-PCR ଟେଷ୍ଟ ସହ ସେମାନେ ଡବଲ ଡୋଜ୍ ଟିକା ନେଇଛନ୍ତି । ଖେଳାଳିମାନେ ରହିବାକୁ ଥିବା ରୁମ୍ ଗୁଡିକୁ ସାନିଟାଇଜ୍ କରାଯାଇ ସୁନ୍ଦର ଭାବେ ସଜାଯାଇଛି । ଡାଇନିଂ ଟେବୁଲ୍ ମଧ୍ୟ ଖୁବ୍ ସୁନ୍ଦର ଭାବେ ସଜାଯାଇଛି ।

ମନ୍ ପସନ୍ଦର ଖାଦ୍ୟରେ ଭେଜ୍‌ରେ ଷ୍ଟାଟର ଭାବେ ସୁଫିଆନ୍ ପନିର ଟିକ୍କା, କ୍ରିସପି କର୍ କବାନ୍, ନନ୍ ଭେଜ୍ ରେ ଚିକେନ୍, ଚିଙ୍ଗୁଡି ଓ ମାଛର ବିଭିନ୍ନ ଷ୍ଟାଟର ରହିଛି । ସୁପ୍ ରେ ମଧ୍ୟ ଭେରାଇଟି ସୁପ୍ ରହିଛି ବିଭିନ୍ନ ପ୍ରକାର ନନ୍‌ ଭେଜ୍ ବିରିୟାନୀ ସେମାନଙ୍କୁ ପରଷାଯିବ । ମିଠାରେ ସେମାନଙ୍କୁ ଛେନା ପୋଡ, ରସଗୋଲା, ଗୁଲାବ ଜାମୁନ ପରଷାଯିବ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated :Aug 16, 2021, 5:39 PM IST

ABOUT THE AUTHOR

...view details