ଚଣ୍ଡିଗଡ:ହକି ଟିମ ଇଣ୍ଡିଆ କ୍ୟାପେଟନ ମନପ୍ରୀତ ସିଂହଙ୍କ ଘରକୁ ଆସିବାକୁ ଯାଉଛନ୍ତି ନୂଆ ଅତିଥି । ଖୁବ ଶୀଘ୍ର ବାପା ହେବେ ଅଲମ୍ପିକ ବ୍ରୋଞ୍ଜ ବିଜେତା ହକି ଟିମ ଇଣ୍ଡିଆ କ୍ୟାପଟେନ ମନପ୍ରୀତ । ନଭେମ୍ବର ମାସରେ ମନପ୍ରୀତ ଓ ପତ୍ନୀ ଇଲି ସିଦ୍ଦିକି ପ୍ରଥମ ସନ୍ତାନର ପିତାମାତା ଦେବାକୁ ଯାଉଛନ୍ତି । ଏନେଇ ଉଭୟ ଷ୍ଟାର ଦମ୍ପତ୍ତି ଟ୍ବିଟ ଯୋଗେଁ ସୂଚନା ଦେଇଛନ୍ତି ।
ମନପ୍ରୀତ ଓ ଇଲି ପ୍ରଥମେ ୨୦୧୨ରେ ମାଲେସିୟାରେ ପରସ୍ପରକୁ ଭେଟିଥିଲେ । ମନପ୍ରୀତଙ୍କ ନେତୃତ୍ବରେ ଭାରତୀୟ ସିନିୟର ହକି ଟିମ ସୁଲତାନ ଅଫ ଜୋହର କପ ପାଇଁ ମାଲେସିୟା ଗସ୍ତ କରିଥିଲା । ପରେ ଏହାର ଦୁଇବର୍ଷ ପରେ ୨୦୧୪ରେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା । ସେଠାରେ କିଛି ଫ୍ୟାନ୍ସ ମନପ୍ରୀତଙ୍କୁ ଭେଟିଥିଲେ । ଫ୍ୟାନ୍ସଙ୍କ ମଧ୍ୟରେ ଇଲି ଥିଲେ ଓ ପରସ୍ପର ପ୍ରେମରେ ପଡିବା ସହ ଉଭୟଙ୍କ ମଧ୍ୟରେ ଫୋନ୍ ନମ୍ବର ମଧ୍ୟ ଅଦଳବଦଳ ହୋଇଥିଲା । ପରେ ଡିସେମ୍ବର ୨୦୧୭ରେ ଗାର୍ଲଫ୍ରେଣ୍ଡଙ୍କୁ ଜୀବନସାଥୀ କରିଥିଲେ ମନପ୍ରୀତ ।
ବର୍ଷ ୨୦୧୭ରୁ ମନପ୍ରୀତ ଭାରତୀୟ ହକି ଟିମର ନେତୃତ୍ବ ନେଇଆସୁଛନ୍ତି ।