ଓଡିଶା

odisha

କଳିଙ୍ଗରେ ଟିମ ଇଣ୍ଡିଆ ହାତେଇଲା ଅଲମ୍ପିକ ଟିକେଟ

By

Published : Nov 2, 2019, 10:35 PM IST

Updated : Nov 2, 2019, 10:59 PM IST

ଭାରତୀୟ ମହିଳା ହକି ଦଳ ପରେ ରୁଷିଆକୁ 7-1 ବଡ଼ ବ୍ୟବଧାନରେ ହରାଇ ଟୋକିଓ ଅଲମ୍ପିକ ପାଇଁ ଯୋଗ୍ୟତା ହାସଲ କରିଛି ଭାରତୀୟ ପୁରୁଷ ହକି ଦଳ।

ହକି ଟିମ ଇଣ୍ଡିଆ

ଭୁବନେଶ୍ବର: ଭାରତୀୟ ମହିଳା ହକି ଦଳ ପରେ ଟୋକିଓ ଅଲମ୍ପିକ ପାଇଁ ଯୋଗ୍ୟତା ହାସଲ କରିଛି ପୁରୁଷ ଦଳ । ଯୋଗ୍ୟତାର ପର୍ଯ୍ୟାୟ 2ୟ ମ୍ୟାଚରେ ରୁଷିଆକୁ 7-1 ବଡ଼ ବ୍ୟବଧାନରେ ହରାଇଛି ଭାରତ । ଏଥିସହିତ କଳିଙ୍ଗ ଷ୍ଟାଡିୟମରେ ଟୋକିଓ ଅଲମ୍ପିକ ଟିକେଟ ହାସଲ କରିଛି।


ଗତକାଲି ଖେଳା ଯାଇଥିବା ଯୋଗ୍ୟତାର ପର୍ଯ୍ୟାୟର ପ୍ରଥମ ମ୍ୟାଚରେ 4 -2 ଗୋଲରେ ବିଜୟୀ ହୋଇଥିଲା ଭାରତ। ଶନିବାର ଅଧିକ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିବା ସହ 7-1 ରେ ବିଜୟ ହାସଲ କରିଛି । ଏହା ସହ ମ୍ୟାଚ ଏଗ୍ରିଗେଟ ଗୋଲ 11-3 ଅନୁସାରେ ଭାରତୀୟ ଦଳ ବହୁ ଆଗରେ ରହିବା ସହ 2020 ରେ ଜାପାନରେ ଖେଳା ଯିବାକୁ ଥିବା ଅଲମ୍ପିକ ଖେଳିବାର ସୌଭାଗ୍ୟ ଲାଭ କରିଛି।

ତେବେ ଆଜି ମ୍ୟାଚର ଆରମ୍ଭରେ ରୁଷିଆ ପ୍ରଥମ ଗୋଲ ଦେଇଥିଲା । ପ୍ରଥମ କ୍ବାର୍ଟର ସୁଦ୍ଧା ଭାରତୀୟ ଫ୍ୟାନ୍ସ ଆଶଙ୍କରେ ରହିଥିଲେ । କଳିଙ୍ଗ ଷ୍ଟାଡିୟମ ନୀରବ ହୋଇଯାଇଥିଲା। ମାତ୍ର ଦ୍ଵିତୀୟ କ୍ବାର୍ଟର ଆରମ୍ଭର 2ମିନିଟ ଅର୍ଥାତ ମ୍ୟାଚର 17 ମିନିଟରେ ଭାରତୀୟ ଖେଳାଳି ଗୋଲ କରି ସ୍କୋର ବରାବର କରିଥିଲେ।

ପରେ ଭାରତୀୟ ଦଳ ଏହି କ୍ବାଟରରେ ନିୟମିତ ବ୍ୟବଧାନରେ ଆଉ ଦୁଇଟି ଗୋଲ ଦେଇ ଦଳର ସ୍ଥିତିକୁ ମଜବୁତ କରିଥିଲେ। ତେବେ ତୃତୀୟ କ୍ବାଟରଟି ଗୋଲ ଶୂନ୍ୟ ରହିଥିବା ବେଳେ ଚତୁର୍ଥ ତଥା ଶେଷ କ୍ବାର୍ଟରରେ ଭାରତୀୟ ଖେଳାଳି ରୁଷିଆ ଟିମ ଉପରେ ପ୍ରଭାବ ବିସ୍ତାର କରିବା ସହ 4ଟି ଗୋଲ ସ୍କୋର କରିଥିଲେ । ମ୍ୟାଚ ଶେଷବେଳକୁ ଟିମ 7-1ରେ ରୁଷିଆ ଟିମକୁ ହରାଇ ବଡ଼ ବିଜୟ ସହ ଅଲମ୍ପିକ ଟିକେଟ ହାତେଇଛି।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ


Last Updated : Nov 2, 2019, 10:59 PM IST

ABOUT THE AUTHOR

...view details