ଓଡିଶା

odisha

ଓଡିଆ ହକି ତାରକା ବିରେନ୍ଦ୍ର-ଅମିତଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

By

Published : Feb 3, 2020, 9:41 PM IST

ଓଡିଶାର ଷ୍ଟାର ଖେଳାଳି ବିରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ....

cm naveen patnaik  tweet
cm naveen patnaik tweet

ଭୁବନେଶ୍ବର: ଭାରତ ଓ ବେଲଜିୟମ ମଧ୍ୟରେ 8 ଓ 9 ଫେବୃଆରୀରେ ଖେଳାଯିବ ଏଫ୍‌ଆଇଏଚ ହକି ପ୍ରୋ ଲିଗ । ତେବେ ଭାରତୀୟ ଦଳରେ ଓଡିଶାର ଷ୍ଟାର ଖେଳାଳି ବିରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ସ୍ଥାନ ପାଇଛନ୍ତି । ଏନେଇ ଉଭୟ ଖେଳାଳିଙ୍କୁ ଟ୍ବିଟ କରି ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଫଟୋ ସୌଜନ୍ୟ:ଟ୍ବିଟର@Naveen_Odisha

ଏଥିସହ ଭାରତୀୟ ହକି ଟିମକୁ ବେଲିଜିୟମ ବିପକ୍ଷ ମୁକାବିଲା ପାଇଁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ସୂଚନାଥାଉକି, ଭାରତ-ବେଲିଜିୟମ ମଧ୍ୟରେ ମୁକାବିଲା କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ମନପ୍ରୀତ ସିଂ ଭାରତୀୟ ଟିମର ନେତୃତ୍ବ ଭାର ତୁଲାଇବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

BLANK FOR LINK


Conclusion:

ABOUT THE AUTHOR

...view details