ଓଡିଶା

odisha

ଅଗଷ୍ଟ ୧୬ରେ ଭୁବନେଶ୍ବର ଆସିବ ବ୍ରୋଞ୍ଜ ବିଜୟୀ ଟିମ ଇଣ୍ଡିଆ

By

Published : Aug 5, 2021, 1:30 PM IST

ଅଲମ୍ପିକ ପଦକ ବିଜେତା ଭାରତୀୟ ହକି ଟିମ ସହ କଥା ହେଲେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଲେ ନିମନ୍ତ୍ରଣ । ଅଧିକ ପଢନ୍ତୁ...

CM Naveen Patnaik invites Olympic bronze medal winner Hockey Team india to bhubaneswar
ଅଗଷ୍ଟ ୧୬ରେ ଭୁବନେଶ୍ବର ଆସିବ ବ୍ରୋଞ୍ଜ ବିଜୟୀ ଟିମ ଇଣ୍ଡିଆ

ଭୁବନେଶ୍ବର: ଭାରତୀୟ ହକି ଟିମର ଐତିହାସିକ ଅଲମ୍ପିକ ପଦକ ବିଜୟ ପରେ ଉତ୍ସବମୁଖର ଓଡିଶା ସମେତ ସାରାଦେଶ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ଟିମ ଇଣ୍ଡିଆ ସହ ଭିଡିଓ କନ୍ଫରେନ୍ସିଂ ଜରିଆରେ ସିଧାସଳଖ କଥା ହୋଇ ଶୁଭେଚ୍ଛା ଜଣାଇଛନ୍ତି । ଓଡିଶା ଉଭୟ ପୁରୁଷ ଓ ମହିଳା ଟିମର ମୁଖ୍ୟ ପ୍ରାୟୋଜକ ରହିଛି ।

ଅଗଷ୍ଟ ୧୬ରେ ଭୁବନେଶ୍ବର ଆସିବ ବ୍ରୋଞ୍ଜ ବିଜୟୀ ଟିମ ଇଣ୍ଡିଆ

ଭିଡିଓ କନ୍ଫରେନ୍ସିଂରେ ଦୁଇ ଖେଳାଳି ଅମିତ ରୋହିଦାସ, ବିରେନ୍ଦ୍ର ଲାକ୍ରାଙ୍କ ସମେତ କ୍ୟାପଟେନ ମନପ୍ରୀତ ସିଂହ, ରୁପିନ୍ଦର ପାଲ୍‌ ସିଂହ ଓ ଅନ୍ୟ ଖେଳାଳିମାନେ ମଧ୍ୟ ସାମିଲ ଥିଲେ । ଅଗଷ୍ଟ ୧୬ରେ ଭାରତୀୟ ହକି ଟିମକୁ ଓଡିଶାରେ ସ୍ବାଗତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିସହ ସମସ୍ତ ଖେଳାଳିଙ୍କ ପାଇଁ ଗର୍ବିତ ବୋଲି କହିଛନ୍ତି ନବୀନ ।

ଭୁବନେଶ୍ବରରୁ ଭନାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details