ଓଡିଶା

odisha

ଓଡିଶା FCର ନୂଆ ମୁଖ୍ୟ ପ୍ରଶିକ୍ଷକ ହେଲେ କିକୋ ରାମିରେଜ

By

Published : Jul 20, 2021, 7:49 PM IST

ଇଣ୍ଡିଆନ ସୁପର ଲିଗ (ISL)ର ଆଗାମୀ ଅଷ୍ଟମ ସଂସ୍କରଣ ପୂର୍ବରୁ କିକୋ ରାମିରେଜ ଗୋଞ୍ଜାଲେଞ୍ଜଙ୍କୁ ମୁଖ୍ୟ କୋଚ୍‌ ନିଯୁକ୍ତ କରିଛି ଓଡିଶା ଏଫସି । ଅଧିକ ପଢନ୍ତୁ...

Odisha FC Appoints Spaniard Kiko Ramirez As Head Coach
ଓଡିଶା ଏଫସିର ନୂଆ ମୁଖ୍ୟ ପ୍ରଶିକ୍ଷକ ହେଲେ କିକୋ ରାମିରେଜ

ଭୁବନେଶ୍ବର: 'ମହାପ୍ରଭୁ ଜଗନ୍ନାଥଙ୍କ ବାହୁଡ଼ାଯାତ୍ରାର ପବିତ୍ର ଦିବସରେ ହେବାକୁ ଯାଉଛି ଓଡ଼ିଶା ଏଫ୍.ସିର ନୂତନ ସୂର୍ଯ୍ୟୋଦୟ । ଆଉ ମାତ୍ର କିଛି ସମୟର ଅପେକ୍ଷା ।' ଟ୍ବିଟ ଯୋଗେଁ ଏହା ଥିଲା ଓଡିଶା ଏଫସିର ଘୋଷଣା । ତେବେ ପରେ ଏହାର ଖୁଲାସା ହୋଇଛି । ପବିତ୍ର ବାହୁଡା ଦଶମୀରେ ଭୁବନେଶ୍ବର ସ୍ଥିତ କ୍ଲବ ଓଡିଶା ଏଫସି ନୂଆ ପ୍ରଶିକ୍ଷକ ନିଯୁକ୍ତ କରିଛି । ଇଣ୍ଡିଆନ ସୁପର ଲିଗ(ISL)ର ଆଗାମୀ ଅଷ୍ଟମ ସଂସ୍କରଣ ପୂର୍ବରୁ କିକୋ ରାମିରେଜ ଗୋଞ୍ଜାଲେଞ୍ଜଙ୍କୁ ମୁଖ୍ୟ କୋଚ୍‌ ନିଯୁକ୍ତ କରିଛି । ୫୧ ବର୍ଷୀୟ ସ୍ପାନିସ କୋଚ୍‌ ଗୋଟିଏ ବର୍ଷ ପାଇଁ ଓଡିଶା ଏଫସି କ୍ଲବ ସହ ଚୁକ୍ତି କରିଛନ୍ତି ।

ପେଷାଦାର ଫୁଟବଲ କ୍ୟାରିୟରକୁ ସନ୍ୟାସ ନେବାପରେ ରାମିରେଜ ବର୍ଷ ୨୦୦୨ରେ ସ୍ପାନିସ କ୍ଳବ ଜିମନାଷ୍ଟିକର ସହକାରୀ କୋଚ୍‌ ଭାବେ କୋଚିଂ କ୍ୟାରିୟର ଆରମ୍ଭ କରିଥିଲେ । ପରେ ୨୦୧୦ରେ ଏହାର ଯୁବ କୋଚ୍‌ ହୋଇଥିଲେ । CE L'Hospitalet, CD Castellon, ଓ CE Sabadell ଭଳି ସ୍ପାନିସ ଫୁଟବଲ କ୍ଳବର କୋଚ୍‌ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ରାମିରେଜଙ୍କୁ Odisha FC ପରିବାରକୁ ସ୍ବାଗତ କରିବାକୁ ଉତ୍ସାହିତ ବୋଲି କହିଛନ୍ତି କ୍ଳବ ସଭାପତି ରାଜ ଅଥୱାଲ ।

ରାମିରେଜ ମଧ୍ୟ ଏହି ନୂଆ ନିଯୁକ୍ତିକୁ ନେଇ ଖୁସିବ୍ୟକ୍ତ କରିଛନ୍ତି ଓ ଭାରତରେ ପହଞ୍ଚି Odisha FC ସହ କାର୍ଯ୍ୟ କରିବାକୁ ଉତ୍ସାହିତ ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details