ଓଡିଶା

odisha

ETV Bharat / sports

World Cup 2023: ବିଶ୍ବକପରେ ରୋହିତ ଓ ଜାଡେଜାଙ୍କ ପ୍ରଦର୍ଶନଙ୍କୁ ପ୍ରଶଂସା କଲେ ସଞ୍ଜୟ ଜଗଦଲେ

ବିଶ୍ବକପରେ ଭାରତର ପ୍ରଦର୍ଶନକୁ ନେଇ ବିସିସିଆଇ ଚୟନ କମିଟିର ପୂର୍ବତନ ସଦସ୍ୟ ସଞ୍ଜୟ ଜଗଦଲେଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର। ଅଧିକ ପଢନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Nov 7, 2023, 10:33 AM IST

ହାଇଦ୍ରାବାଦ:ବିଶ୍ବକପରେ ଭାରତର ବିଜୟ ଧାରା ସାଙ୍ଗକୁ ଖେଳାଳିଙ୍କ ଜବରଦସ୍ତ ପ୍ରଦର୍ଶନ ଜାରି ରହିଛି । ଲିଗ ମ୍ୟାଚରେ କ୍ରମାଗତ 8ଟି ମ୍ୟାଚରେ ବିଜୟୀ ହୋଇ ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି ଟିମ୍‌ ଇଣ୍ଡିଆ । ବିସିସିଆଇ ଚୟନ କମିଟିର ପୂର୍ବତନ ସଦସ୍ୟ ସଞ୍ଜୟ ଜଗଦଲେ ମେନ୍‌ ଇନ୍‌ ବ୍ଲୁ'ର ପ୍ରଦର୍ଶନକୁ ବେଶ ପ୍ରଶଂସା କରିଛନ୍ତି । ଏଥିସହ ରୋହିତ ଶର୍ମାଙ୍କ ବ୍ୟାଟିଂଙ୍କୁ ମଧ୍ୟ ଭୁରି ଭୁରି ପ୍ରଶଂସା କରିଛନ୍ତି । ଭାରତୀୟ ଅଧିନାୟକ ରୋହିତ ଶର୍ମା ବିଶ୍ବକପରେ ଜବରଦସ୍ତ ବ୍ୟାଟିଂ କରୁଛନ୍ତି । ସେ ଏବେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଥିବା କହିଛନ୍ତି ସଞ୍ଚୟ । ଏଥିସହ ରବୀନ୍ଦ୍ର ଜାଡେଜାଙ୍କୁ ଜଣେ ସ୍ବତନ୍ତ୍ର ଖେଳାଳି ବୋଲି ମଧ୍ୟ ବିବେଚନା କରିଛନ୍ତି ।

ରୋହିତ ଶର୍ମା ଉଦାହରଣ ସୃଷ୍ଟି କରିଛନ୍ତି: ସଞ୍ଜୟ ଜଗଦଲେ କହିଛନ୍ତି ଯେ, ବିଶ୍ବକପରେ ବ୍ୟାଟର୍‌ ଭାବେ ରୋହିତ ଶର୍ମାଙ୍କ ରେକର୍ଡ ବହୁତ ଭଲ ରହିଛି । ଏହା ବ୍ୟତୀତ ସେ ଜଣେ ଅଧିନାୟକ ଭାବରେ ମଧ୍ୟ ଭଲ ପ୍ରଦର୍ଶନ କରୁଛନ୍ତି । ତାଙ୍କର ଉତ୍କୃଷ୍ଟ ବ୍ୟାଟିଂ ଦଳର ମିଡିଲ ଅର୍ଡର ଉପରେ ଚାପ ପକାଏ ନାହିଁ। ତାଙ୍କର ଆକ୍ରମଣାତ୍ମକ ବ୍ୟାଟିଂ ଯୋଗୁଁ ଭାରତ ଭଲ ସ୍କୋର୍‌ କରିବାରେ ସକ୍ଷମ ହୋଇଥାଏ । ଯାହା ଅନ୍ୟ ବ୍ୟାଟର୍‌ଙ୍କ ଉପରେ ଅଧିକ ଚାପ ପକାଏ ନାହିଁ । ସେମାନେ ମଧ୍ୟ ଭଲ ରନ୍‌ କରିପାରନ୍ତି । ଚଳିତ ବିଶ୍ବକପରେ ରୋହିତ ଶର୍ମା ବର୍ତ୍ତମାନ 8ଟି ମ୍ୟାଚ୍‌ ଖେଳି 442 ରନ୍‌ କରିବାରେ ସକ୍ଷମ ହୋଇଛନ୍ତି । ବିଶ୍ବକପରେ ସର୍ବାଧିକ ରନ୍‌ କରିବାରେ ରୋହିତ ଶର୍ମା ଚତୁର୍ଥ ସ୍ଥାନରେ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-Cricket World Cup 2023: ଆଫଗାନିସ୍ତାନ ଖେଳାଳିଙ୍କୁ ଭେଟିଲେ ସଚିନ ତେନ୍ଦୁଲକର

ଭାରତୀୟ ଦଳ ପାଇଁ ସ୍ବତନ୍ତ୍ର ଜାଡେଜା: ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ପ୍ରଶଂସା କରି ସଞ୍ଜୟ ଜଗଦଲେ କହିଛନ୍ତି ଯେ, ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ଜାଡେଜାଙ୍କ ଘାତକ ବୋଲିଂ ବିପକ୍ଷ ଦଳର ବ୍ୟାଟରଙ୍କୁ ଘାଇଲା କରିଥିଲା । ସେ 5ଟି ଓ୍ବିକେଟ ନେଇଥିଲେ । ତାଙ୍କ ପରି ଖେଳାଳି ପ୍ରତ୍ୟେକ ଦଳ ପାଇଁ ସ୍ବତନ୍ତ୍ର । ପ୍ରତି ମ୍ୟାଚ୍‌ରେ ଜାଡେଜାଙ୍କ ପ୍ରଦର୍ଶନ ଭଲ ରହିଛି । ବ୍ୟାଟିଂ ହେଉ କି ବୋଲିଂ ବା ଫିଲ୍ଡିଂରେ ତାଙ୍କର ପ୍ରଦର୍ଶନ ଉଚ୍ଚକୋଟିର ରହିଛି । ସେ ଦଳର ସନ୍ତୁଳନ ବଜାୟ ରଖନ୍ତି ।

ଟିମ୍‌ ଇଣ୍ଡିଆର ବୋଲିଂ ବିଭାଗ ବହୁତ ଭଲ : ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୋଡରେ ଆଘାତ ଲାଗିବାରୁ ସେ ବିଶ୍ବକପରୁ ବାଦ ପଡ଼ିଛନ୍ତି । ତାଙ୍କର ଅନୁପସ୍ଥିତି ଯୋଗୁଁ ଦଳର ସନ୍ତୁଳନ ଟିକିଏ ବିଗିଡ଼ିଯାଇଛି । କିନ୍ତୁ ଟିମ୍ ଇଣ୍ଡିଆର ବୋଲିଂ ବିଭାଗ ବହୁତ ଭଲ ରହିଛି ।

ABOUT THE AUTHOR

...view details