ଓଡିଶା

odisha

Women's T20 Rankings: ବୋଲିଂରେ ସପ୍ତମରେ ଦିପ୍ତି, ୧୩ ସ୍ଥାନରେ ରେଣୁକା

By

Published : Sep 13, 2022, 10:44 PM IST

ଜାରି ହୋଇଛି ନୂତନ ଆଇସିସି ମହିଳା ଅନ୍ତର୍ଜାତୀୟ ଟି-୨୦ (Women's T20 Rankings) ବୋଲିଂ ମାନ୍ୟତା । ଭାରତୀୟ ଫାଷ୍ଟ ବୋଲର ରେଣୁକା ସିଂହ ( Renuka Singh ) ନୂତନ ଆଇସିସି ମାନ୍ୟତା ତାଲିକାରେ ପାଞ୍ଚଟି ସ୍ଲଟ ଆଗକୁ ବଢି ୧୩ ସ୍ଥାନରେ ପହଁଞ୍ଚିଛନ୍ତି । ଅଧିକ ପଢନ୍ତୁ

Women's T20 Rankings : ବୋଲିଂରେ ରେଣୁକା ସିଂ ୧୩ ସ୍ଥାନ ଜାହିର କରିଲେ, ସପ୍ତମ ସ୍ଥାନ ବଜାୟ ରଖିଲେ ଦିପ୍ତି ଶର୍ମା
Women's T20 Rankings : ବୋଲିଂରେ ରେଣୁକା ସିଂ ୧୩ ସ୍ଥାନ ଜାହିର କରିଲେ, ସପ୍ତମ ସ୍ଥାନ ବଜାୟ ରଖିଲେ ଦିପ୍ତି ଶର୍ମା

ହାଇଦ୍ରାବାଦ : ଜାରି ହୋଇଛି ନୂତନ ଆଇସିସି ମହିଳା ଅନ୍ତର୍ଜାତୀୟ ଟି-୨୦ (Women's T20 Rankings) ବୋଲିଂ ମାନ୍ୟତା । ଭାରତୀୟ ଫାଷ୍ଟ ବୋଲର ରେଣୁକା ସିଂହ ( Renuka Singh ) ନୂତନ ଆଇସିସି ମାନ୍ୟତା ତାଲିକାରେ ପାଞ୍ଚଟି ସ୍ଲଟ ଆଗକୁ ବଢି ୧୩ ସ୍ଥାନରେ ପହଁଞ୍ଚିଛନ୍ତି । ସେହିପରି ଭାରତୀୟ ସ୍ପିନର ଦିପ୍ତି ଶର୍ମା ( Deepti Sharma ) ନୂତନ ଆଇସିସି ମହିଳା ଅନ୍ତର୍ଜାତୀୟ ଟି-୨୦ ବୋଲିଂ ମାନ୍ୟତାରେ ସପ୍ତମ ସ୍ଥାନରେ ରହିଛନ୍ତି ।

ଆଇସିସି ମହିଳା ଅନ୍ତର୍ଜାତୀୟ ଟି-୨୦ ବ୍ୟାଟିଂ ମାନ୍ୟତାରେ ୱିକେଟ କିପର ବ୍ୟାଟର ରିଚା ଘୋଷ ( Richa Ghosh ) ୪ ସ୍ଲଟ ଉପରକୁ ଉଠି ୭୫ ସ୍ଥାନରେ ପହଁଞ୍ଚିଛନ୍ତି । ଭାରତୀୟ ଷ୍ଟାର ମହିଳା ବ୍ୟାଟର ସ୍ମୃତି ମାନ୍ଧନା ( Smriti Mandhana ) (୭୧୦) ଅଙ୍କ ସହିତ ଆଇସିସି ମହିଳା ଅନ୍ତର୍ଜାତୀୟ ଟି-୨୦ ବ୍ୟାଟିଂ ମାନ୍ୟତାରେ ଚତୁର୍ଥ ସ୍ଥାନରେ ରହିଛନ୍ତି । ଏହା ସହିତ ସେ ଭାରତୀୟ ମହିଳା କ୍ରିକେଟର ଭାବରେ ଶୀର୍ଷ ମାନ୍ୟତା ହାସଲ କରିଛନ୍ତି । ସେହିପରି ଆଇସିସି ମହିଳା ଅନ୍ତର୍ଜାତୀୟ ଟି-୨୦ ବ୍ୟାଟିଂ ମାନ୍ୟତାରେ ସେଫାଳି ବର୍ମା ( Shafali Verma ) (୬୮୬) ଅଙ୍କ ସହିତ ଛଅ ସ୍ଥାନରେ ରହିଛନ୍ତି । ଏବଂ ଜେମିମା ରେଡ୍ରିଗ୍ରସ ( Jemimah Rodrigues ) (୬୨୪) ଅଙ୍କ ସହିତ ୧୦ ସ୍ଥାନରେ ରହିଛନ୍ତି ।

ABOUT THE AUTHOR

...view details