ଓଡିଶା

odisha

33 ବର୍ଷରେ ଅପରାଜେୟ ଅଜିଙ୍କ୍ୟ

By

Published : Jun 6, 2021, 4:16 PM IST

ଭାରତୀୟ ଟେଷ୍ଟ ଭାଇସ-କ୍ୟାପଟେନ ଅଜିଙ୍କ୍ୟ ରାହାଣେ ରବିବାର 33ବର୍ଷରେ ପାଦ ଥାପିଛନ୍ତି । ଅଧିକ ପଢନ୍ତୁ...

Virat Kohli, Wasim Jaffer lead wishes for birthday boy Ajinkya Rahane
33 ବର୍ଷରେ ଅପରାଜେୟ ଅଜିଙ୍କ୍ୟ

ନୂଆଦିଲ୍ଲୀ:ଭାରତୀୟ ଟେଷ୍ଟ ଭାଇସ-କ୍ୟାପଟେନ ଅଜିଙ୍କ୍ୟ ରାହାଣେ ରବିବାର 33ବର୍ଷରେ ପାଦ ଥାପିଛନ୍ତି । ଫଳରେ ରାହାଣେଙ୍କୁ ସାଥୀ ଖେଳାଳି ଓ ଫ୍ୟାନ୍ସଙ୍କ ଶୁଭେଚ୍ଛାର ସୁଅ ଛୁଟିଛି । କ୍ୟାପଟେନ ବିରାଟ କୋହଲି ଓ ପୂର୍ବତନ କ୍ରିକେଟର ୱାସିମ ଜାଫର ରାହାଣେଙ୍କୁ ଜନ୍ମଦିନରେ ଖାସ୍‌ ଶୁଭେଚ୍ଛାବାର୍ତ୍ତା ପଠାଇଛନ୍ତି ।

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଓ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ମଧ୍ୟ ରାହାଣେଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । 2019ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ରାହାଣେଙ୍କ 115 ରନର ଇଂନିସର ଭିଡିଓ ମଧ୍ୟ ସେୟାର କରିଛି ବିସିସିଆଇ । 183 ଅନ୍ତର୍ଜାତୀୟ ମ୍ୟାଚରୁ 7920 ରନ ସଂଗ୍ରହ କରିସାରିଛନ୍ତି ରାହାଣେ ଓ ତାଙ୍କ ନେତୃତ୍ବରେ ଭାରତ ନିକଟରେ ଅଷ୍ଟ୍ରେଲିଆରେ 2020-21ରେ ଚର୍ଚ୍ଚିତ ବର୍ଡର ଗାଭାସ୍କର ଟ୍ରଫି ବିଜୟୀ ହୋଇଥିଲା ବୋଲି ଆଇସିସି ଟ୍ବିଟ କରିଛି ।

ରାହାଣେ ଉଭୟ ଭାରତରେ ଓ ବିଦେଶରେ ଉତ୍ସାହଜନକ ଆଭରେଜରେ ରନ ସଂଗ୍ରହ କରିଛନ୍ତି । ଘରୋଇ ପରିବେଶରେ 36.47 ଆଭରେଜରେ 48 ଇଂନିସରୁ 4ଟି ଶତକ ଓ ବିଦେଶମାଟିରେ 44.44 ଆଭରେଜରେ ମୋଟ 75 ଇଂନିସରୁ 8ଟି ଶତକ ହାସଲ କରିଛନ୍ତି । ସର୍ବମୋଟ ଭାରତରେ 15ଟି ଶତକୀୟ(12ଟି ଟେଷ୍ଟ ଶତକ,3ଟି ଦିନିକିଆ) ଇଂନିସ ଖେଳିଛନ୍ତି ।

ରାହାଣେ ବର୍ତ୍ତମାନ ଟିମ ଇଣ୍ଡିଆ ସହ ଇଂଲଣ୍ଡ ଗସ୍ତରେ ରହିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷରେ ଜୁନ 18ରୁ WTC ଫାଇନାଲ ଖେଳିବ ଭାରତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details