ଓଡିଶା

odisha

ସେଦିନର ବାଳକ ଆଜିର ବିରାଟ କ୍ରିକେଟର, କୋହଲିଙ୍କ 50ତମ ଶତକ ପରେ ଏମିତି କହିଲେ ସଚିନ

By ETV Bharat Odisha Team

Published : Nov 16, 2023, 10:06 AM IST

ବିଶ୍ବକପର ପ୍ରଥମ ସେମିଫାଇନାଲରେ ସଚିନଙ୍କ ରେକର୍ଡ ଭାଙ୍ଗି ଦିନିକିଆରେ 50ତମ ଶତକ ହାସଲ କଲେ କୋହଲି। ଶୁଭେଚ୍ଛା ଜଣାଇଲେ ସଚିନ। ଅଧିକ ପଢନ୍ତୁ

sachin tendulkar on Virat Kohli 50th ODI century
sachin tendulkar on Virat Kohli 50th ODI century

ମୁମ୍ବାଇ:ବିଶ୍ବକପର ପ୍ରଥମ ସେମିଫାଇନାଲ ମ୍ୟାଚରେ ବିରାଟ କୋହଲି ଇତିହାସ ରଚିଛନ୍ତି । ଦିନିକିଆରେ 50ତମ ଶତକ ପୂରଣ କରି ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି କିଙ୍ଗ କୋହଲି । ବର୍ତ୍ତମାନ ଦିନିକିଆ କ୍ରିକେଟ୍‌ରେ ସର୍ବାଧିକ ଶତକ ହାସଲକାରୀ ହେଉଛନ୍ତି କୋହଲି । 50ତମ ଶତକ ପୂରଣ କରିବା ପରେ କୋହଲିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସଚିନ । ସେଦିନର ବାଳକ ଆଜି ବିରାଟ ଖୋଳାଳିରେ ପରିଣତ ହୋଇଥିବା ଟ୍ବିଟ୍‌ରେ କହିଛନ୍ତି ସଚିନ ତେନ୍ଦୁଲକର ।

ସଚିନ ତେନ୍ଦୁଲକର ଟ୍ବିଟ୍‌ କରିଛନ୍ତି, "ପ୍ରଥମ ଥର ମୁଁ ଡ୍ରେସିଂ ରୁମ୍‌ରେ ତୁମକୁ ଦେଖିଥିଲି । ସେତେବେଳେ ଅନ୍ୟ ସାଥୀ ଖେଳାଳିମାନେ ତୁମକୁ ମୋ ପାଦ ଝୁଇଁବାକୁ କହି ମଜାକ କରିଥିଲେ । ସେଦିନ ମୁଁ ମୋ ହସକୁ ଅଟକାଇ ପାରିନଥିଲି । କିନ୍ତୁ ଖୁବଶୀଘ୍ର, ତୁମେ ତୁମର ଆଗ୍ରହ ଏବଂ କୌଶଳରେ ମୋ ହୃଦୟକୁ ଛୁଇଁଛ । ସେଦିନର ସେହି ବାଳକ ଆଜି ଜଣେ ‘ବିରାଟ’ ଖେଳାଳିରେ ପରିଣତ ହୋଇଛି । ଜଣେ ଭାରତୀୟ ଖେଳାଳି ମୋର ରେକର୍ଡ ଭାଙ୍ଗିଥିବାରୁ ଏହା ସବୁଠାରୁ ମୋ ପାଇଁ ବଡ ଖୁସି । ବିଶ୍ୱକପ ସେମିଫାଇନାଲ ପରି ବଡ ମ୍ୟାଚରେ ଏବଂ ମୋ ଘରୋଇ ଗ୍ରାଉଣ୍ଡରେ ମୋ ରେକର୍ଡ କୋହଲି ଭାଙ୍ଗିଥିବାରୁ ମୁଁ ବହୁତ ଖୁସୀ ।"

ଏହା ମଧ୍ୟ ପଢନ୍ତୁ-ବିଶ୍ବକପ୍‌ ୨୦୨୩: ସେମିରେ ପୁଣି ଚମକିଲେ ଟପ୍‌ ଅର୍ଡର, ନ୍ୟୁଜିଲାଣ୍ଡ ଆଗରେ ୩୯୮ ଟାର୍ଗେଟ୍‌

ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚରେ ବିରାଟ କୋହଲି ଐତିହାସିକ ଶତକ ହାସଲ କରିଥିଲେ । କୋହଲି 113 ବଲରୁ 9 ଚୌକା ଓ 2 ଛକା ବଳରେ 117 ରନର ଐତିହାସିକ ପାଳି ଖେଳି ଖେଳି ଆଉଟ୍‌ ହୋଇଥିଲେ କୋହଲି । 50 ତମ ଶତକ ପୂରଣ କରି ସଚିନଙ୍କ ରେକର୍ଡ ଭଙ୍ଗ କରିଥିବାରୁ ଚାରି ଆଡୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି କୋହଲିଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ନବୀନ ଟ୍ବିଟ କରି କହିଥିଲେ ଯେ, ବିଶ୍ବକପ ସେମିଫାଇନାଲ ମ୍ୟାଚରେ 50 ତମ ଶତକହାସ କରି ତୁମୋ ଇତିହାସ ରଚିଛ । ଏଭି ପ୍ରଦର୍ଶନ ଆଗକୁ ଜାରି ରଖ ଓ ଦେଶ ପାଇଁ ଗୌରବ ଆଣିବା ଜାରି ରଖ । ସେହିପରି ମହମ୍ମଦ ଶାମି 7ଟି ଓ୍ବିକେଟ ନେଇଥିବାକୁ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଭାରତୀୟ ଦଳ ସେମିରେ ପ୍ରବେଶ କରିଥିବାରୁ ମଧ୍ୟ ଟିମ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଥିଲେ ନବୀନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସାମିଙ୍କ ବୋଲିଂକୁ ପ୍ରଶଂସା କରିବା ସହ ବିଶ୍ବକପ ଫାଇନାଲରେ ଭାରତ ପ୍ରବେଶ କରିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି ।

ABOUT THE AUTHOR

...view details