ଓଡିଶା

odisha

ଜସ୍ ବଟଲରଙ୍କୁ Player Of The Month ପୁରସ୍କାର

By

Published : Dec 12, 2022, 10:19 PM IST

୨୦୨୨ ଟି୨୦ ବିଶ୍ବକପ ବିଜେତା ଅଧିନାୟକ ଜସ୍ ବଟଲର (Jos Buttler)ଙ୍କୁ ନଭେମ୍ବର ମାସରେ ଦମଦାର ପ୍ରଦର୍ଶନ ପାଇଁ ଆଜି (ସୋମବାର) ଅନ୍ତର୍ଜାତୀୟ କ୍ରକେଟ ପରିଷଦ ( ICC ) ପ୍ଲେୟର ଅଫି ଦି ମନ୍ଥ ପୁରସ୍କାର ପାଇଁ ଚୟନ କରିଛି । ଅଧିକ ପଢନ୍ତୁ

ଜସ୍ ବଟଲରଙ୍କୁ ପ୍ଲେୟର ଅଫ ଦି ମନ୍ଥ ପୁରସ୍କାର
ଜସ୍ ବଟଲରଙ୍କୁ ପ୍ଲେୟର ଅଫ ଦି ମନ୍ଥ ପୁରସ୍କାର

ଦୁବାଇ: ଇଂଲିସ କ୍ରିକେଟର ଜସ୍ ବଟଲର ହାତେଇଲେ ଆଇସିସି ପ୍ଲେୟର ଅଫି ଦି ମନ୍ଥ ପୁରସ୍କାର । ୨୦୨୨ ଟି୨୦ ବିଶ୍ବକପ ବିଜେତା ଅଧିନାୟକ ଜସ୍ ବଟଲର (Jos Buttler)ଙ୍କୁ ନଭେମ୍ବର ମାସରେ ଦମଦାର ପ୍ରଦର୍ଶନ ପାଇଁ ଆଜି (ସୋମବାର) ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ପ୍ଲେୟର ଅଫି ଦି ମନ୍ଥ ପୁରସ୍କାର ପାଇଁ ଚୟନ କରିଛି । ସେପଟେ ପାକିସ୍ତାନର ସିଦରା ଅମିନ (Sidra Ameen ) ଙ୍କୁ ଆଇସିସି ପ୍ଲେୟର ଅଫି ଦି ମନ୍ଥ ଚୟନ କରିଛି । ଆୟାରଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜରେ ଚମତ୍କାର ପ୍ରଦର୍ଶନ ପାଇଁ ମହିଳା ବର୍ଗରେ ସେ ଏହି ପୁରସ୍କାର ହାତେଇଛନ୍ତି ।

ଜସ୍ ବଟଲର ମାସ ଆରମ୍ଭରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ବ୍ରିସବେନରେ ଚମତ୍କାର ପ୍ରଦର୍ଶନ କରି ନାଟକୀୟ ଢଙ୍ଗରେ ବିଜୟ ହାସଲ କରିଥିଲେ । ଯାହା ତାଙ୍କୁ ମ୍ୟାଚରେ ସର୍ବଶ୍ରେଷ୍ଠ ଖେଳାଳି ଭାବରେ ବିବେଚିତ କରିଥିଲା । ସେ ୪୭ ବଲରୁ ୭୩ ରନର ଇଂନିସ ଖେଳି ଟି୨୦ ବିଶ୍ବକପରେ ନ୍ୟୁଜିଲାଣ୍ଡକୁ ମାତ୍ ଦେବାରେ ସହାୟକ ହୋଇଥିଲେ ।

ଏହା ପରେ ଇଂଲଣ୍ଡ ନକ୍ ଆଉଟ ଷ୍ଟେଜରେ ପହଁଞ୍ଚିବା ପରେ ଭାରତ ବିପକ୍ଷରେ ଜସ୍ ବଟଲର ୪୯ ବଲରୁ ୮୦ ରନର ଇଂନିସ ଖେଳିଥିଲେ । ଯାହା ସେମିଫାଇନାଲ ଭଳି ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଇଂଲଣ୍ଡ ୧୦ ୱିକେଟରେ ଭାରତକୁ ପରାସ୍ତ କରିଥିଲା । ସେହିପରି ଟି୨୦ ବିଶ୍ବକପ ଫାଇନାଲରେ ପାକିସ୍ତାନ ବିପକ୍ଷରେ ୨୬ ରନର ଇଂନିସ ଖେଳିଥିଲେ । ପରେ ଇଂଲଣ୍ଡ ପାକିସ୍ତାନକୁ ପରାସ୍ତ କରି ଦ୍ବିତୀୟ ଥର ପାଇଁ ଟି୨୦ ବିଶ୍ବକପ ଟାଇଟଲ ହାତେଇଥିଲା ।

ଏବାବଦରେ ବଟଲର କହିଛନ୍ତି, "ମୁଁ ପ୍ରଶଂସକଙ୍କୁ ଧନ୍ୟବାଦ ଜ୍ଞାପନ କରିବାକୁ ଚାହୁଁଛି । ଯେଉଁମାନେ ମୋତେ ନଭେମ୍ବର ମାସର ଆଇସିସି ପ୍ଲେୟର ଅଫି ଦି ମନ୍ଥ ପୁରସ୍କାର ପାଇଁ ଭୋଟ କରିଛନ୍ତି । ଏହି ପୁରସ୍କାର ମୋତେ ଦଳର ସହଯୋଗରୁ ମିଳିଛି । ଦଳ ପାଇଁ ନଭେମ୍ବର ମାସ ବହୁତ ଅବିଶ୍ବସନୀୟ ରହିଥିଲା । ଆମେ ଅଷ୍ଟ୍ରେଲିଆ ମାଟିରେ ଟି୨୦ ବିଶ୍ବକପ ହାତେଇବାରେ ସଫଳ ରହିଥିଲୁ ।"

ABOUT THE AUTHOR

...view details