ଓଡିଶା

odisha

ଗାଏକ୍ବାଡଙ୍କ ଦମଦାର ବ୍ୟାଟିଙ୍ଗ, ୨୦ ରନରେ ମୁମ୍ବାଇକୁ ହରାଇଲା ଚେନ୍ନାଇ

By

Published : Sep 20, 2021, 8:09 AM IST

ପ୍ରଥମ ଦିନରେ ମୁହାଁମୁହିଁ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସକୁ ୨୦ ରନରେ ପରାସ୍ତ କରିଛି ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ । ଅଧିକ ପଢନ୍ତୁ...

ଋତୁରାଜଙ୍କ ଦମଦାର ବ୍ୟାଟିଙ୍ଗ,  ୨୦ ରନରେ ମୁମ୍ବାଇକୁ ହରାଇଲା ଚେନ୍ନାଇ
ଋତୁରାଜଙ୍କ ଦମଦାର ବ୍ୟାଟିଙ୍ଗ, ୨୦ ରନରେ ମୁମ୍ବାଇକୁ ହରାଇଲା ଚେନ୍ନାଇ

ଦୁବାଇ: ରବିବାର ଠାରୁ ଆରମ୍ଭ ହୋଇଛି ଆଇପିଏଲ ୨୦୨୧ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ପର୍ଯ୍ୟାୟ । ଗତକାଲି ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ପ୍ରଥମ ଦିନରେ ମୁହାଁମୁହିଁ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସକୁ ୨୦ ରନରେ ପରାସ୍ତ କରିଛି ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ।

ମ୍ୟାଚରେ ଋତୁରାଜ ଗାଏକ୍ବାଡଙ୍କ ବିସ୍ଫୋରକ ବ୍ୟାଟିଙ୍କ ବଳରେ ୬ ଓ୍ବିକେଟ ହରାଇ ୨୦ ଓଭର ଶେଷ ସୁଦ୍ଧା ୧୫୬ ରନ କରି ମୁମ୍ବାଇ ଇଣ୍ଡିଆନ୍ସକୁ ୧୫୭ରନର ବିଜୟ ଲକ୍ଷ୍ୟ ଦେଇଥିଲା ଚେନ୍ନାଇ ସୁପର କିଙ୍ଗ । ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭର ଶେଷ ସୁଦ୍ଧା ୮ ଓ୍ବେକେଟ ହରାଇ ୧୩୬ ରନ୍ କରିବାକୁ ସମର୍ଥ ହୋଇଥିଲା । ଦୁବାଇର ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଏହି ମ୍ୟାଚରେ ପ୍ରଥମେ ଟସ୍‌ ଜିତି କ୍ୟାପଟେନ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା CSK ।

CSK ପକ୍ଷରୁ ଋତୁରାଜ ଗାଏକ୍ବାଡ ୫୮ ବଲରେ ୮୮ରନ କରିଥିବା ବେଳେ ୯ଟି ଚୌକା ଓ ୪ଟି ଛକା ସହାୟତାରେ ଏହି ଉପଯୋଗୀ ଇଂନିସ ଖେଳିଥିଲେ ଗାଏକ୍ବାଡ । ତେବେ ଟିମର ଷ୍ଟାର ବ୍ୟାଟ୍ସମ୍ୟାନ ଫାଫ ଡୁପ୍ଲେସିସ୍‌, ମୋଇନ ଅଲୀ ଓ ଅମ୍ବାତି ରାଇଡୁ ବିନା କୌଣସି ରନରେ ୱିକେଟ ହରାଇଥିଲେ । କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି ମାତ୍ର ୩ ରନ୍‌ କରିପାରିଥିଲେ । ଦୁଇ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ୨୬ ଓ ଡ୍ବାଇନ ବ୍ରାଭୋ ୨୩ ରନର ଉପଯୋଗୀ ଇଂନିସ ସହ ଗାଏକ୍ବାଡଙ୍କ ସାଥ ଦେଇଥିଲେ । ଫଳରେ ଗତକାଲିର ମ୍ୟାଚରେ ଦଳ ବିଜୟୀ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details