ଆବୁଧାବି: ଇଣ୍ଡିଆନ ପ୍ରିମିୟର ଲିଗ୍(IPL) ୨୦୨୧ରେ ଆଜି ରହିଛି ଦୁଇଟି ମୁକାବିଲା । ଦିନର ପ୍ରଥମ ତଥା ୩୬ତମ ମୁକାବିଲା ଦିଲ୍ଲୀ କ୍ୟାପିଟାଲ୍ସ(DC) ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ରହିଛି । ଦ୍ବିତୀୟ ମ୍ୟାଚ୍ ସନରାଇଜର୍ସ ହାଇଦ୍ରାବାଦ(SRH) ଓ ପଞ୍ଜାବ କିଙ୍ଗ୍ସ(PBKS) ମଧ୍ୟରେ ରହିଛି ।
ଶୈଖ ଜାଏଦ ଷ୍ଟାଡିୟମ ଆବୁଧାବିରେ ଅପରାହ୍ନରେ ପ୍ରଥମ ମୁକାବିଲା ଖେଳାଯାଉଛି । ଟସ୍ ଜିତି ରାଜସ୍ଥାନ ରୟାଲ୍ସ କ୍ୟାପଟେନ ସଞ୍ଜୁ ସାମସନ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଏଥିସହ ଋଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛନ୍ତି ।
ରୟାଲ୍ସ ଟିମ ଚୁଡାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଛି । ଲୁଇସ ଓ ମୋରିସ ବାଦ ପଡିଥିବାବେଳେ ICC ମାନ୍ୟତାର ନମ୍ବର ୧ ଟି-୨୦ ବୋଲର ତାବରିଜ ସାମସି ଓ ଅଲରାଉଣ୍ଡର ଡେଭିଡ ମିଲରଙ୍କୁ ସ୍ଥାନ ମିଳିଛି । ଅନ୍ୟପଟେ କ୍ୟାପିଟାଲ୍ସ ୪ ଜଣ ବିଦେଶୀ ଖେଳାଳିଙ୍କ ବଦଳରେ ୩ ଜଣଙ୍କୁ ଚୁଡାନ୍ତ ଏକାଦଶରେ ସାମିଲ କରିଛି । ଆହତ ମାର୍କସ ଷ୍ଟୋଇନିସଙ୍କ ସ୍ଥାନରେ ଲଳିତ ଯାଦବଙ୍କୁ ଦିଲ୍ଲୀ ସୁଯୋଗ ଦେଇଛି ।