ଓଡିଶା

odisha

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ଶୃଙ୍ଖଳା, ଭାରତୀୟ ଟିମ୍ ଘୋଷଣା କଲା BCCI

By

Published : Nov 13, 2021, 10:58 AM IST

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ଶୃଙ୍ଖଳା ପାଇଁ ଭାରତୀୟ ଟିମ୍ ଘୋଷଣା । ପ୍ରଥମ ମ୍ୟାଚରେ ଅଜିଙ୍କ୍ୟ ରାହାଣେ ଅଧିନାୟକ, ଦ୍ବିତୀୟରେ ବିରାଟ କୋହଲି । ଦଳରୁ ବାଦ୍ ପଡିଲେ ହନୁମା ବିହାରୀ । ଅଧିକ ପଢନ୍ତୁ...

India's Test squad for New Zealand series announced, Ajinkya Rahane to lead 1st match
ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ଶୃଙ୍ଖଳା, ଭାରତୀୟ ଟିମ୍ ଘୋଷଣା କଲା BCCI

ମୁମ୍ବାଇ: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ଶୃଙ୍ଖଳା ପାଇଁ ଭାରତୀୟ ଟିମ୍ ଘୋଷଣା କଲା ବିସିସିଆଇ । ଆସନ୍ତା ୨୫ ରେ କାନପୁରରେ ଆରମ୍ଭ ହେବ ଇଣ୍ଡିଆ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚ । ଦୁଇ ମ୍ୟାଚ ବିଶିଷ୍ଟ ଏହି ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଅଜିଙ୍କ୍ୟ ରାହେଣେଙ୍କୁ ଅଧିନାୟକ ଦାୟିତ୍ବ ଦିଆଯାଇ ଥିବାବେଳେ ଦ୍ବିତୀୟ ମ୍ୟାଚରୁ କୋହଲି ଯୋଡିହେବେ । କୋହଲି ଦ୍ବିତୀୟ ମ୍ୟାଚରେ ଅଧିନାୟକ ରହିବା ନେଇ ସ୍ପଷ୍ଟ ହୋଇଛି । ତେବେ ଡିସେମ୍ବର ୩ରେ ମୁମ୍ବାଇରେ ଦ୍ବିତୀୟ ଟେଷ୍ଟ ମ୍ୟାଚ ଖେଳାଯିବ । ଏହାପୂର୍ବରୁ ୨ ଦେଶ ମଧ୍ୟରେ ଟି-୨୦ ମ୍ୟାଚ ଖେଳାଯିବ ।

୩ ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳା ନଭେମ୍ବର ୧୭, ୧୯ ଏବଂ ୨୧ ରେ ଖେଳାଯିବ । ତେବେ ଘୋଷଣା ହୋଇଥିବା ଟେଷ୍ଟ ଦଳରୁ ପ୍ରମୁଖ ଖେଳାଳିଙ୍କ ମଧ୍ୟରେ ହନୁମା ବିହାରୀ ବାଦ୍ ପଡିଛନ୍ତି । ବିହାରୀଙ୍କୁ ଇଣ୍ଡିଆ 'ଏ'ର ଆଗାମୀ ଦକ୍ଷିଣ ଆଫ୍ରିକା ଗସ୍ତ ସ୍କ୍ବାଡ୍‌ରେ ସାମିଲ କରାଯାଇଛି ।

ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ଥିବା ୧୬ ଜଣ ଖେଳାଳି ହେଉଛନ୍ତି, ଅଜିଙ୍କ୍ୟ ରାହାଣେ, କେଏଲ ରାହୁଲ, ମୟଙ୍କ ଅଗ୍ରୱାଲ, ଚେତେଶ୍ବର ପୂଜାରା, ଶୁଭମନ ଗିଲ୍, ଶ୍ରେୟସ ଆୟର, ଋଦ୍ଧିମାନ ସାହା, କେଏସ ଭରତ, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ବିନୀ, ଅକ୍ଷ୍ସର ପଟେଲ, ଜୟନ୍ତ ଯାଦବ, ଇଶାନ୍ତ ଶର୍ମା, ଉମେଶ ଯାଦବ, ମହମ୍ମଦ ସିରାଜ ଏବଂ ପ୍ରସିଦ୍ଧ କ୍ରିଷ୍ଣା । ଦ୍ବିତୀୟ ମ୍ୟାଚରୁ ବିରାଟ କୋହଲି ଦଳରେ ଯୋଗଦେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details