ଦୁବାଇ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ସଭାପତି ତଥା ପୂର୍ବତନ ଭାରତୀୟ କ୍ୟାପଟେନ ସୌରଭ ଗାଙ୍ଗୁଲି ଶନିବାର ଭାରତୀୟ ଟିମକୁ ନେଇ ବଡ ବୟାନ ଦେଇଛନ୍ତି । ଟି-୨୦ ବିଶ୍ବକପ ପୂର୍ବରୁ ଗାଙ୍ଗୁଲି କହିଛନ୍ତି, ବିରାଟ କୋହଲିଙ୍କ ନେତୃତାଧୀନ ଭାରତୀୟ ଟିମରେ ଦକ୍ଷ ଓ ପ୍ରତିଭାବାନ ଖେଳାଳି ରହିଛନ୍ତି । ତେବେ ଟ୍ରଫି ହାତେଇବା ପାଇଁ ସାମାନ୍ୟ ଅଧିକ ପରିପକ୍ବତାର ପ୍ରଦର୍ଶନ କରିବାକୁ ହେବ ।
ଭାରତୀୟ ଟିମ ଅକ୍ଟୋବର ୨୪ରୁ ପାରମ୍ପରିକ ପ୍ରତିନ୍ଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳି ଟି-୨୦ ବିଶ୍ବକପ ଅଭିଯାନ ଆରମ୍ଭ କରିବ ।