ଓଡିଶା

odisha

ବିରାଟଙ୍କ ବ୍ୟାଟିଂର ଦିୱାନୀ PAK ଖେଳାଳିଙ୍କ ପତ୍ନୀ, ଭାରତ ସହ ରହିଛି ଖାସ୍‌ ସଂପର୍କ

By

Published : Oct 24, 2021, 4:25 PM IST

ବିରାଟ କୋହଲିଙ୍କ ଫ୍ୟାନ୍‌ ତାଲିକାରେ ସାମିଆ ଆର୍ଜୁଙ୍କ ନାମ ମଧ୍ୟ ସାମିଲ ରହିଛି । ସାମିଆ ପାକିସ୍ତାନୀ ଦ୍ରୁତ ବୋଲର ହସନ ଅଲୀଙ୍କ ପତ୍ନୀ । ଅଧିକ ପଢନ୍ତୁ...

INDIAN CITIZEN SAMIYA ARZOO WIFE PAKISTANI CRICKETER HASAN ALI BIG FAN VIRAT KOHLI
ବିରାଟଙ୍କ ବ୍ୟାଟିଂର ଦିୱାନୀ PAK ଖେଳାଳିଙ୍କ ପତ୍ନୀ, ଭାରତ ସହ ରହିଛି ଖାସ୍‌ ସଂପର୍କ

ହାଇଦ୍ରାବାଦ:ବିରାଟ କୋହଲିଙ୍କ ଆକର୍ଷଣୀୟ ବ୍ୟାଟିଂ ଓ ଖେଳିବାର ଲଢୁଆ ଅନ୍ଦାଜଙ୍କୁ ପ୍ରତ୍ୟେକ କ୍ରିକେଟ ଫ୍ୟାନ ପସନ୍ଦ କରିଥା'ନ୍ତି । ମହିଳା ଫ୍ୟାନ୍ସଙ୍କ ମଧ୍ୟରେ ବିରାଟଙ୍କ ସ୍ବତନ୍ତ୍ର କ୍ରେଜ ମଧ୍ୟ ରହିଛି । ପାକିସ୍ତାନରେ ମଧ୍ୟ କୋହଲିଙ୍କ Fan Following ବହୁତ ଅଛନ୍ତି । ବିରାଟଙ୍କ ଫ୍ୟାନ୍‌ ତାଲିକାରେ ସାମିଆ ଆର୍ଜୁଙ୍କ ନାମ ମଧ୍ୟ ସାମିଲ ରହିଛି । ସାମିଆ ପାକିସ୍ତାନୀ ଦ୍ରୁତ ବୋଲର ହସନ ଅଲୀଙ୍କ ପତ୍ନୀ ଓ କୋହଲିଙ୍କୁ ଜଣେ ବ୍ୟାଟର୍‌ ଭାବେ ବହୁତ ପସନ୍ଦ କରନ୍ତି ।

ସାମିଆ ଆର୍ଜୁ

ହରିୟାଣାର ସାମିଆ, ପାକିସ୍ତାନ ଦ୍ରୁତ ବୋଲର ହସନ ଅଲୀଙ୍କୁ ବିବାହ କରିଛନ୍ତି । କିଛି ବର୍ଷ ପୂର୍ବରୁ ଉଭୟଙ୍କର ଭେଟ ଦୁବାଇରେ ହୋଇଥିଲା ଓ ପରସ୍ପର ସହ ସମୟ ବିତାଇବାକୁ ଲାଗିଥିଲେ । ପରେ ଏହି ସଂପର୍କ ପତି ପତ୍ନୀରେ ବଦଳିଯାଇଥିଲା । ଆରଜୁ ଏକ ଇନଷ୍ଟାଗ୍ରାମ ସେସନରେ ଏ ଖୁଲାସା କରିଥିଲେ ଯେ, ବିରାଟ କୋହଲି ତାଙ୍କର ପସନ୍ଦର ବ୍ୟାଟ୍‌ର ଓ ସେ ତାଙ୍କର ଫ୍ୟାନ୍‌ ।

ଇନଷ୍ଟାଗ୍ରାମରେ ନିଜର ଫ୍ୟାନ୍ସଙ୍କ ପ୍ରଶ୍ନର ଉତ୍ତରରେ ସାମିଆ ଏ ଖୁଲାସା କରିଥିଲେ । ଜଣେ ଦର୍ଶକ ତାଙ୍କୁ ପ୍ରଶ୍ନ କରିଥିଲେ ଯେ ଆପଣଙ୍କର ପସନ୍ଦର ଦ୍ରୁତ ବୋଲର ତ ହସନ ଅଲୀ ହୋଇଥିବେ, କିନ୍ତୁ ପସନ୍ଦର ବ୍ୟାଟ୍‌ର କିଏ ? ଏହି ପ୍ରଶ୍ନର ଉତ୍ତରରେ ସେ କୋହଲିଙ୍କ ନାମ ନେଇଥିଲେ ।

ହସନ ଅଲୀ-ସାମିଆ ଆର୍ଜୁ

ଭାରତ ଓ ପାକିସ୍ତାନ ମଧ୍ୟରେ ଆଜି(ରବିବାର) ସନ୍ଧ୍ୟା ୭.୩୦ରେ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ମ୍ୟାଚ୍‌ ଖେଳାଯିବ । ଏହି ମ୍ୟାଚ୍‌ରେ ସାମିଆଙ୍କ ସ୍ବାମୀ ତଥା ପାକିସ୍ତାନ ଟିମର ଦ୍ରୁତ ବୋଲର ହସନ ଅଲୀ ମଧ୍ୟ ନଜର ଆସିବେ । ଅଲୀଙ୍କ ଚୟନ ଚୂଡାନ୍ତ ଦ୍ବାଦଶ ଖେଳାଳିଙ୍କ ମଧ୍ୟରେ ହୋଇଛି ।

ହସନ ଅଲୀଙ୍କ ରେକର୍ଡ ଭାରତ ବିପକ୍ଷରେ ସେତେଟା ଖାସ ରହିନାହିଁ । ଏସିଆ କପ୍‌ ୨୦୧୮ର ଦୁଇ ମୁକାବିଲା ଓ ବିଶ୍ବକପ ୨୦୧୯ର ଲିଗ ପର୍ଯ୍ୟାୟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟ୍‌ର ହସନ ଅଲୀଙ୍କୁ ମହଙ୍ଗା ସାବ୍ୟସ୍ତ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details