ଆଡିଲେଡ୍: ବର୍ଡର-ଗାଭାସ୍କର ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ଦ୍ବିତୀୟ ପାଳିରେ ଅଲୋଡା ରେକର୍ଡ କରିଛି ଟିମ୍ ଇଣ୍ଡିଆ। କଙ୍ଗାରୁ ଦଳର ଦୁଇ ଦ୍ରୁତତମ ବୋଲର ଜୋସ ହେଜଲଉଡ ଓ ପାଟ କମିନ୍ସଙ୍କ ଶାଣିତ ବଲରେ ଧରାଶାୟୀ ହୋଇଛି ବିରାଟ ବାହିନୀ । ଦ୍ବିତୀୟ ପାଳିରେ 9ୱିକେଟ ହରାଇ ମାତ୍ର 36 ରନ କରିବାର ଅଲୋଡା ରେକର୍ଡ କରିଛି ଦଳ ।
ଶନିବାର 36 ରନରେ ଦୁଇ ୱିକେଟ ଯିବାଫଳରେ ଦଳ ବାଧ୍ୟ ହୋଇ ପାଳି ଘୋଷଣା କରିଛି । ଫଳରେ ଅଷ୍ଟ୍ରେଲିଆକୁ ଜିତିବା ପାଇଁ 90ରନ ଆବଶ୍ୟକତା ରହିଛି । ତେବେ ଏହି ରନ୍ ଟିମ୍ ଇଣ୍ଡିଆ ଟେଷ୍ଟ ସ୍କୋରର ସବୁଠାରୁ ନିମ୍ନତମ ସ୍କୋର ହେବାର ରେକର୍ଡ ରଚିଛି । ଏହା ପୂର୍ବରୁ 1974 ମସିହାରେ ଇଂଲଣ୍ଡ ବିପକ୍ଷରେ ଭାରତ 42 ରନର ସର୍ବନିମ୍ନ ସ୍କୋର କରିଥିଲା ।
ଏହି ପାଳିରେ ଅଷ୍ଟ୍ରେଲିଆର ଜୋସ ହେଜଲଉଡ 5 ୱିକେଟ୍ ଓ ପାଟ କମିନ୍ସ 4 ୱିକେଟ ନେଇ ଟିମ୍ ଇଣ୍ଡିଆକୁ ଧରାଶାୟୀ କରିଛନ୍ତି । ପ୍ରଥମ ଟେଷ୍ଟର ତୃତୀୟ ଦିନରେ ଭାରତ 9ରନରେ ଗୋଟିଏ ୱିକେଟ ହରାଇ ଖେଳ ଆରମ୍ଭ କରିଥିଲା । ପରେ ଯଶପ୍ରୀତ ବୁମରା(2) ଓ ଚେତେଶ୍ବର ପୂଜାରା(0)ଙ୍କୁ ସହଳ ହରାଇଦେଇଥିଲା ଟିମ୍ । ଦୁଇ ଜଣଙ୍କୁ ପାଟ କମିନ୍ସ ପ୍ୟାଭିଲିୟନ ଫେରାଇଦେଇଥିଲେ ।